ନୂଆଦିଲ୍ଲୀ, ୨୪-୪(ପିଆଇବି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତିରାଜ ଦିବସ ଉତ୍ସବରେ ଭାଗନେବାକୁ ଆଜି ଜାମ୍ମୁ ଓ କାଶ୍ମୀର ଗସ୍ତ କରିଛନ୍ତି । ଏହି ଅବସରରେ ସେ ସାମ୍ବା ଜିଲ୍ଲାର ପାଲ୍ଲିଗ୍ରାମ ଗସ୍ତ କରି ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ସବୁ ଗ୍ରାମସଭାକୁ ସମ୍ବୋଧିଥ କରିଥିଲେ । ସେ ମଧ୍ୟ ଆଜି ୨୦ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶୁଭ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଜାମ୍ମୁ-କାଶ୍ମୀରରେ ସମଗ୍ର ଦେଶ ପାଇଁ ଅମୃତ ସରୋବର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜାମ୍ମୁ ଓ କାଶ୍ମୀରର ଉପ ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, ଡକ୍ଟର ଜିତେନ୍ଦ୍ର ସିଂହ ଓ କପିଳ ଯୋଗେଶ୍ୱର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାମ୍ମୁ ଓ କାଶ୍ମୀରର ବିକାଶ ଯାତ୍ରାରେ ଆଦି ଦିବସଟି ଏକ ଐତିହାସିକ ଦିନ । ସେ ମଧ୍ୟ ଜାମ୍ମୁ ଓ କାଶ୍ମୀରବାସୀଙ୍କୁ ସେମାନଙ୍କ ଉତ୍ସାହ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଏହି ରାଜ୍ୟ ସହିତ ତାଙ୍କର ଦୀର୍ଘ କାଳର ସମ୍ପର୍କ ଦୃଷ୍ଟିରୁ ସେ ସେଠାକାର ସମସ୍ୟା ସହିତ ଅବଗତ । ରାଜ୍ୟର ଯୋଗାଯୋଗ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ଉଦ୍ୟମରେ ସନ୍ତୋଷ ପ୍ରକାଶ କରି ସେ କହିଛନ୍ତି ଯେ ଆଜିର ଯେଉଁ ରାସ୍ତା ଓ ସଡକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଉଦ୍ଘାଟନ ହେଲା ତାହା ଏହି ଅଞ୍ଚଳର ଲୋକଙ୍କ ସମସ୍ୟା ଦୂର କରିବାରେ ବିଶେଷ ସହାୟକ ହେବ । ସେ କହିଥିଲେ ଯେ ୨୦ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଯେଉଁ ଶୁଭାରମ୍ଭ ଓ ଉଦ୍ଘାଟନ ହୋଇଛି ତାହା ମୁଖ୍ୟତଃ ସଡକ ଯୋଗାଯୋଗ ଓ ବିଦ୍ୟୁତ ଯୋଗାଣ ପାଇଁ ଉଦ୍ଦିଷ୍ଟ । ଜାମ୍ମୁ-କାଶ୍ମୀରର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ବେଗରେ ଚାଲିଛି । ଏହିସବୁ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅନେକ ଯୁବକଯୁବତୀ ନିଯୁକ୍ତି ସୁଯୋଗ ପାଇବେ ।
ସେ ଆହୁରି କହିଥିଲେ ଯେ ଆଜି ଅନେକ ପରିବାରଙ୍କୁ ସମ୍ପତ୍ତିକାର୍ଡ ପ୍ରଦାନ କରାଯାଇଛି ଯେଉଁଥିରେ ଗାଁରେ ଥିବା ସେମାନଙ୍କର ଘର ଅନ୍ତର୍ଭୁକ୍ତ । ଏହି ମାଲିକାନା ଗ୍ରାମଗୁଡିକରେ ନୂଆ ପ୍ରୟାସକୁ ପ୍ରୋତ୍ସାହିତ କରିବ । ଏକ ଶହ ଜନଔଷଧୀ କେନ୍ଦ୍ର ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଓ ଚିକିତ୍ସା ଉପକରଣ ଯୋଗାଣରେ ସହାୟକ ହେବ। ଜାମ୍ମୁ ଓ କାଶ୍ମୀରର ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ଏହା ଦ୍ୱାରା ବିଶେଷ ଉପକୃତ ହେବେ । କେନ୍ଦ୍ର ସରକାରଙ୍କ ସବୁ ଯୋଜନା ଏବେ ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟକାରୀ ହେଉଛି ଏବଂ ଲୋକେ ଏହାର ଲାଭ ପାଉଛନ୍ତି । ଗ୍ରାମାଞ୍ଚଳରେ ଲୋକଙ୍କୁ ରନ୍ଧନ ଗ୍ୟାସ, ଶୌଚାଳୟ, ବିଜୁଳି, ଜମି ଅଧିକାର ଓ ପାନୀୟ ଜଳ ସୁବିଧା ମିଳୁଛି ଏବଂ ଏହା ଦ୍ୱାରା ସେମାନେ ବିଶେଷ ଉପକୃତ ହେବେ ବୋଲି ସେ କହିଥିଲେ ।
ସଭାମଞ୍ଚକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସରୁ ଆସିଥିବା ଏକ ପ୍ରତିନିଧିଦଳକୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାମ୍ମୁ ଓ କାଶ୍ମୀରରେ ବିକାଶର ଏକ ନୂଆ କାହାଣୀ ରଚିତ ହେଉଛି ଏବଂ ଅନେକ ଘରୋଇ ନିବେଶକ ଏଠାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସ୍ୱାଧୀନତାର ସାତ ଦଶନ୍ଧି ଧରି ସମଗ୍ର ଜାମ୍ମୁ ଓ କାଶ୍ମୀରରେ ମାତ୍ର ୧୭ହଜାର କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ହୋଇଥିଲା । ଏବେ କିନ୍ତୁ ତାହା ପ୍ରାୟ ୩୮ହଜାର କୋଟି ଟଙ୍କାରେ ପହଞ୍ଚିଛି । ପୁନର୍ବାର ପର୍ଯଟନ କ୍ଷେତ୍ର ସ୍ୱାଭାବିକ ହେଉଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀରରେ କାମ କରିବାର ପରିବର୍ତ୍ତିତ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ । ଉଦାହରଣ ଛଳରେ ସେ କହିଥିଲେ ଯେ ଏଠାରେ ୫୦୦ କିଲୋୱାଟର ଏକ ସୌରଶକ୍ତି ପ୍ଲାଣ୍ଟ ମାତ୍ର ତିନିସପ୍ତାହ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବାବେଳେ ପୂର୍ବରୁ ଦିଲ୍ଲୀରୁ ଫାଇଲ ଆସିବାକୁ ଦୁଇରୁ ତିନି ସପ୍ତାହ ସମୟ ଲାଗୁଥିଲା । ପାଲ୍ଲୀ ପଞ୍ଚାୟତ ସମ୍ପର୍କରେ ସେ କହିଥିଲେ ଯେ ସେଠାରେ ସବୁ ଘରକୁ ସୌରଶକ୍ତିରୁ ଉତ୍ପାଦିତ ବିଜୁଳି ଯୋଗାଇ ଦିଅ।।ଉଛି ଓ ଏହା ଗ୍ରାମ ଊର୍ଜା ସ୍ୱରାଜ ତଥା କାମ କରିବାର ନୂଆ ଧାରାର ପ୍ରକୃଷ୍ଠ ଉଦାହରଣ । ଏହି ପ୍ରୟାସ ଜାମ୍ମୁ ଓ କାଶ୍ମୀରୀକୁ ବିକାଶର ନୂଆ ସୋପାନରେ ପହଂଚାଇବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଜାମ୍ମୁ-କାଶ୍ମୀରର ଯୁବ ସମାଜକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, “ବନ୍ଧୁଗଣ, ମୋ କଥାରେ ବିଶ୍ୱାସ କରନ୍ତୁ ଓ ପ୍ରତ୍ୟେକ ଶବ୍ଦକୁ ତର୍ଜମା କରନ୍ତୁ । ଆପଣଙ୍କର ପିତା, ପ୍ର୍ରପିତାମହମାନେ ଯେଉଁ ସମସ୍ୟାରେ ସମ୍ମୁଖୀନ ହେଉଥିଲେ ସେ ଦୁର୍ଦ୍ଦଶା ଆପଣମାନଙ୍କୁ ଆଉ ଭୋଗିବାକୁ ପଡିବ ନାହିଁ । ମୁଁ କଥା ଦେଉଛି, ଏହାକୁ ପ୍ରମାଣ କରି ଦେଖାଇବି ଏବଂ ସେହି ପ୍ରତିଶ୍ରୁତି ଦେବାକୁ ମୁଁ ଆଜି ଏଠାକୁ ଆସିଛି ।”
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପ୍ରସଙ୍ଗରେ ଆନ୍ତର୍ଜାତିକ ସ୍ତରରେ,ବିଶେଷତଃ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଭାରତର ନେତୃତ୍ୱ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ପାଲ୍ଲି ପଞ୍ଚାୟତ ଦେଶର ସର୍ବପ୍ରଥମ କାର୍ବନମୁକ୍ତ ପଞ୍ଚାୟତ ହେବାକୁ ଯାଉଥିବା ଆମ ପାଇଁ ଏକ ବିରାଟ ଉପଲବ୍ଧି । “ଏହି ପଞ୍ଚାୟତରୁ ମୁଁ ଆଜି ଦେଶର ସବୁ ଗ୍ରାମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇଲି ଏବଂ ଏହା ଏକ ପରମ ସୌଭାଗ୍ୟ । ଏଥିପାଇଁ ଜାମ୍ମୁ ଓ କାଶ୍ମୀରବାସୀଙ୍କୁ ଅଭିନନ୍ଦନ ।
ସେ ଆହୁରି କହିଥିଲେ ଯେ ଜାମ୍ମୁ-କାଶ୍ମୀରରେ ଜାତୀୟ ପଞ୍ଚାୟତରାଜ ଦିବସ ପାନଳ ଏକ ବଡ ପରିବର୍ତ୍ତନର ସୂଚନା ବହନ କରୁଛି । ଗଣତନ୍ତ୍ର ତୃଣମୂଳସ୍ତରରେ ପହଞ୍ଚି ସୁଦୃଢ ହେଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଏହା ଏକ ଗର୍ବ ଓ ଗୌରବର ବିଷୟ ବୋଲି ମତ ଦେଇଥିଲେ । ଏହା ଗଣତନ୍ତ୍ର ହେଉ ଅଥବା ବିକାଶ ପାଇଁ ସଂକଳ୍ପ, ଜାମ୍ମୁ-କାଶ୍ମୀର ଆଜି ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ବିଗତ ୨-୩ ବର୍ଷ ମଧ୍ୟରେ ଏଠାରେ ବିକାଶର ନୂତନ ଦିଗନ୍ତ ସୃଷ୍ଟି ହୋଇଛି । ପ୍ରଥମ ଥର ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରଥମ ଥର ଏଠାରେ ନିର୍ବାଚନ ସଫତଳାର ସହିତ ସମ୍ପନ୍ନ ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ।
ଦେଶର ବିକାଶ ପ୍ରକ୍ରିୟାରେ ଜାମ୍ମୁ-କାଶ୍ମୀରରକୁ ସମ୍ପୃକ୍ତ କରିବା ସମ୍ପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଏହି ଅଞ୍ଚଳରେ ୧୭୫ରୁ ଅଧିକ କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ କରାଯାଇଛି । ଏହାର ସବୁଠୁ ବଡ ଲାଭ ମିଳିଛି ଏଠାକାର ମହିଳା, ଗରିବ ଓ ଉପେକ୍ଷିତ ବର୍ଗଙ୍କୁ । ସେହିଭଳି ସଂରକ୍ଷଣ ନିୟମରେ ଥିବା ତ୍ରୁଟିବିଚ୍ୟୁତି ଓ ଅସଂଗତିକୁ ଦୂର କରାଯାଇ ତାହାକୁ ଏଠାରେ କିପରି ପ୍ରୟୋଗ କରାଯାଇଛି ସେ ବିଷୟରେ ସେ ମଧ୍ୟ ସୂଚନା ଦେଇଥିଲେ । ସେ କହିଥିଲେ ଯେ ବାଲ୍ମୀକି ସମାଜକୁ ଯୁଗଯୁଗର ବନ୍ଧନରୁ ମୁକ୍ତ କରାଯାଇଛି । ଏବେ ସବୁ ସମ୍ପ୍ରଦାୟ ଓ ବର୍ଗର ପୁଅଝିଅମାନେ ସେମାନଙ୍କ ସ୍ୱପ୍ନ ସାର୍ଥକ କରିବାର ସୁଯୋଗ ପାଇଛନ୍ତି । ଜାମ୍ମୁ-କାଶ୍ମୀରରେ ଯେଉଁମାନେ ଦୀର୍ଘକାଳ ଧରି ସଂରକ୍ଷଣର ସୁବିଧା ପାଇ ନ ଥିଲେ ଏବେ ସେମାନଙ୍କୁ ସେ ସୁଯୋଗ ମିଳିଛି ।
“ଏକ ଭାରତ ଶ୍ରେଷ୍ଠ ଭାରତ” ଲକ୍ଷ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ସଂଯୋଗ ବ୍ୟବସ୍ଥା ଓ ଦୂରତ୍ୱର ଅବସାନ ଗୁରୁତ୍ୱ ପାଇଛି । ଦୂରତ୍ୱ, ହୃଦୟ, ଭାଷା, ପ୍ରଥା, ପରମ୍ପରା ଓ ସମ୍ବଳ ଆଦି ଯେକୌଣସି କ୍ଷେତ୍ରରେ ହେଉ ନା କାହିଁକି ତାହାର ଅବସାନ ଉପରେ ଆମେ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛୁ ।
ଦେଶର ବିକାଶରେ ପଞ୍ଚାୟତିରାଜର ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତାର ଏହି ଅମୃତକାଳ ଭାରତର ସୁବର୍ଣ୍ଣ ଯୁଗରେ ପରିଣତ ହେବାକୁ ଯାଉଛି । ଏଥିରେ ପଞ୍ଚାୟତିରାଜ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ‘ସବ୍କା ପ୍ରୟାସ’ମାଧ୍ୟମରେ ଆମେ ଏହି ସୁବର୍ଣ୍ଣ ଯୁଗ ଆଣିପାରିବା । ଗଣତନ୍ତ୍ରକୁ ସୁଦୃଢ କରି ବିକାଶ ପ୍ରକ୍ର୍ରିୟାକୁ ସାର୍ବଜନୀନ କରିବାରେ ପଞ୍ଚାୟତିରାଜ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ । ଏଥିରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଯେଉଁ ବିଶେଷ ଭୂମିକା ରହିଛିି ସେ କଥା ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ । ଉଭୟ ଯୋଜନା ଓ ରୂପାୟନ ପ୍ରକ୍ରିୟାରେ ପଞ୍ଚାୟତିରାଜର ଗଭୀର ସମ୍ପୃକ୍ତି ଦେଶର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୩ ଅଗଷ୍ଟ ୧୫ତାରିଖଠାରୁ ଦେଶର ପ୍ରତି ଜିଲ୍ଲାରେ ୭୫ଟି ସରୋବର ଖନନ ଓ ଜୀଣ୍ଣୋଦ୍ଧାରହେବ । ଏସବୁୁ ସରୋବରର ହୁଡାରେ ବୃକ୍ଷରୋପଣ କରି ସେସବୁକୁ ସହିଦ ଓ ମୁକ୍ତି ସଂଗ୍ରାମୀମାନଙ୍କ ନାମରେ ନାମିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପଞ୍ଚାୟତିରାଜ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ନୂଆ ଟେକ୍ନୋଲୋଜି ପ୍ରୟୋଗ ଉପରେ ସେ ଗୁରୁତ୍ୱ ଦେଇଥିଲେ । ଇ-ଗ୍ରାମ ସ୍ୱରାଜ, ଅନ୍ଲାଇନ ଅଡିଟ୍, ନାଗରିକ ସଂହିତା ବା ସିଟିଜେନ ଚାର୍ଟର ଆଦିକୁ ଅଗ୍ରାଧିକାରଭିତ୍ତିରେ କାର୍ଯ୍ୟକାରୀ କରି ଗ୍ରାମଶାସନ ଓ ଜଳ ପରିଚାଳନାରେ ଅଧିକରୁ ଅଧିକ ମହିଳାଙ୍କୁ ସମ୍ପୃକ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦେଇ ଧରିତ୍ରୀମାତାକୁ ରାସାୟନିକ ସାର ଓ କୀଟନାଶକର କୁପ୍ରଭାବରୁ ସୁରକ୍ଷିତ କରିବାକୁ ମଧ୍ୟ ଏହି ଅବସରରେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରାକୃତିକ ଚାଷ ଯୋଗୁଁ ପରିବେଶ, ମାଟି, ପାଣି ଓ ପବନ ସୁରକ୍ଷିତ ରହିବ । ସବୁ ଗାଁ ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦେଲେ ସମଗ୍ର ମାନବଜାତି ଉପକୃତ ହେବ । ଗ୍ରାମ ପଞ୍ଚାୟତ ସ୍ତରରେ ‘ସବ୍କା ପ୍ର୍ର୍ରୟାସ’ ମାଧ୍ୟମରେ ପ୍ରାକୃତିକ କୃଷି ଲୋକପ୍ରିୟ ହୋଇପାରିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶକୁ କୁପୋଷଣରୁ ମୁକ୍ତ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ପ୍ରୟାସ କରୁଛନ୍ତି । ସେଥିପାଇଁ ଚାଉଳର ଦ୍ରବ୍ୟଗୁଣ ବଢାଇବାକୁ ଏଥିରେ ଅଧିକ ପୋଷକତତ୍ୱ ଦିଆଯାଇ ଏହାକୁ ସମୃଦ୍ଧ(ଫଟିଫାଏଡ୍) କରାଯାଉଛି ଓ ସେହି ଚାଉଳ ସରକାର କୁପୋଷଣ ଦୂର ପାଇଁ ଯୋଗାଇ ଦେଉଛନ୍ତି ।
ସେ କହିଛନ୍ତି, ୨୦୧୯ରେ ହୋଇଥିବା ଜାମ୍ମୁ-କାଶ୍ୱୀର ସଂକ୍ରାନ୍ତ ସାମ୍ବାଧାନିକ ସଂସ୍କାର ପରଠାରୁ କେନ୍ଦ୍ର ସରକାର ଏହି ଅଞ୍ଚଳର ବିକାଶ ଏବଂ ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାର ମୁଖ୍ୟ ଲକ୍ଷ୍ୟ ହେଲା ଏଠାକାର ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣି ସେମାନଙ୍କ ଜୀବନକୁ ସହଜ କରିବା । ସେଥିପାଇଁ ବିକାଶ ପ୍ରକ୍ରିୟା ଅଭୂତ ପୂର୍ବ ଗତିରେ ଚାଲିଛି । ଆଜି ଯେଉଁ ପ୍ରକଳ୍ପ ସବୁ ଉଦ୍ଘାଟିତ ହେଲା ଓ ଯାହାର ଶୁଭ ଦିଆଗଲା ତାହା ଏହି ଅଞ୍ଚଳରେ ଭିତ୍ତିଭୂମି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଏବଂ ଲୋକଙ୍କ ଗମନାଗମନ ଓ ଜୀବନଯାପନ ସୁଗମ ହେବ ।
ଆଜି ପ୍ରଧାନମନ୍ତ୍ରୀ ବନିହାଲ-କାଜିଗଣ୍ଡ ରୋଡ ଟନେଲକୁ ଉଦ୍ଘାଟନ କରିଥିଲେ । ଏହି ଟନେଲଟି ୩୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ । ଏହାର ଦୈର୍ଘ୍ୟ ୮.୪୫ କିଲୋମିଟର । ଏହାଫଳରେ ବନିହାଲ ଓ କାଜିଗଣ୍ଡ ମଧ୍ୟରେ ସଡକ ଦୂରତ୍ୱ ୧୬କି.ମି. ହ୍ରାସ ପାଇବ ଏବଂ ଯାତ୍ରା ସମୟ ଏକରୁ ଦେଢଘଣ୍ଟା କମିବ । ଏହା ଏକ ଟ୍ୱାଇନଟ୍ୟୁବ ଟନେଲ । ପ୍ରତ୍ୟେକ ଟନେଲ ଗୋଟିଏ ଗୋଟିଏ ଦିଗ ପାଇଁ ଉଦ୍ଦିଷ୍ଟ । ଏଥିରେ ପ୍ରତି ୫୦୦ମିଟର ବ୍ୟବଧାନରେ କ୍ରସ ପ୍ୟାସେଜ ରହିଛି । ରକ୍ଷଣାବେକ୍ଷଣ ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏହି ଟନେଲ ଫଳରେ ଜାମ୍ମୁ ଓ କାଶ୍ମୀର ମଧ୍ୟ ସବୁଦିନିଆ ସଡକ ସଂଯୋଗ ସ୍ଥାପନ ହୋଇଛି ଏବଂ ଦୁଇ ଅଂଚଳ ମଧ୍ୟରେ ଦୂରତ୍ୱ ହ୍ରାସ ପାଇଛି ।
ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ତିନିଟି ସଡକ ପ୍ରକଳ୍ପର ଶୁଭ ଦେଇଛନ୍ତି । ସେଗୁଡିକ ହେଲା ଦିଲ୍ଳୀ-ଅମୃତସର-କାଟ୍ରା ଏକ୍ସପ୍ରେସ ସଡକ । ଏହି ପ୍ରକଳ୍ପ ପାଇଁ ୭୫୦୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ଏଥିରେ ସଡକଗୁଡିକୁ ୪/୬ ଲେନ୍ ବିଶିଷ୍ଟ କରାଯିବ । ଏହାଫଳରେ ଦିଲ୍ଲୀ-ଅମୃତସର-କାଟ୍ରା ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ ହେବ । ଏହି ତିନିଟି ଏକ୍ସପ୍ରେସ ସଡକ ୪୪ନଂ ଜାତୀୟ ରାଜପଥର ବଲସୁଆରୁ ଗୁର୍ହାବେଲଦରାନ୍, ହୀରାନଗର, ଜଖ୍, ବିଜୟପୁର, କୁଞ୍ଜୱାନି, ଜାମ୍ମୁ ଓ ଜାମ୍ମୁ ବିମାନ ବନ୍ଦରକୁ ସଂଯୋଗ କରିବ ।
ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ରଟଲେ ଓ କ୍ୱର ଜଳବିଦ୍ୟୁତ ପ୍ରକଳ୍ପର ଶୁଭ ଦେଇଛନ୍ତି । କିସ୍ତୱାର ଜିଲ୍ଲାରେ ଚେନାବ ନଦୀ ଉପରେ ୮୫୦ ମେଗାୱାଟ ଶକ୍ତି ଉତ୍ପାଦନକ୍ଷମ ରଟଲେ ପ୍ରକଳ୍ପ ୫୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ସେହିଭଳି କିସ୍ତୱାର ଜିଲ୍ଲାର କ୍ୱରଠାରେ ଚେନାବ ଉପରେ ଦ୍ୱିତୀୟ ପ୍ରକଳ୍ପ ନିର୍ମିତ ହେବ ଏବଂ ଏହାର ବିଜୁଳି ଉତ୍ପାଦନ କ୍ଷମତା ୫୪୦ ମେଗାୱାଟ । ଏଥିପାଇଁ ୪୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଦୁଇ ପ୍ରକଳ୍ପ ଦ୍ୱାରା ଜାମ୍ମୁ-କାଶ୍ମୀରର ବିଜୁଳି ଆବଶ୍ୟକତା ପୂରଣ ହୋଇପାରିବ ।
ଆଜି ମଧ୍ୟରେ ଜାମ୍ମୁ-କାଶ୍ମୀରରେ ୧୦୦ ଜନଔଷଧୀ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ଏହାଦ୍ୱାରା ଏହି ଅଞ୍ଚଳରେ ଗରିବ ଓ ମଧ୍ୟବିତ୍ତବର୍ଗର ଲୋକଙ୍କୁ ସରକାର ସୁଲଭ ମୂଲ୍ୟରେ ଉଚ୍ଚମାନର ଜେନେରିକ ଔଷଧ ଯୋଗାଇ ଦେବେ । ଏସବୁ କେନ୍ଦ୍ର ଏହି କେନ୍ଦ୍ରଶାସିତ ଅଞ୍ଚଳର ଅଗମ୍ୟ ଇଲାକାରେ ପ୍ରତିଷ୍ଠା କରାଯାଇଛି । ସେ ମଧ୍ୟ ଆଜି ପାଲ୍ଲିଠାରେ ୫୦୦କିଲୋୱାଟ ବିଶିଷ୍ଟ ସୌର ବିଦ୍ୟୁତ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ଏଥିସହିତ ପାଲ୍ଳି ଦେଶର ପ୍ରଥମ କାର୍ବନମୁକ୍ତ ପଞ୍ଚାୟତର ମାନ୍ୟତା ଲାଭ କରିଛି ।
ି ପ୍ରଧାନମନ୍ତ୍ରୀ ଏହି ଅବସରରେ ହିତାଧିକାରୀମାନଙ୍କୁ ସେମାନଙ୍କ ଜମିଜମା ଅଧିକାର ସଂକ୍ରାନ୍ତ ‘ସ୍ୱାମୀତ୍ୱ କାର୍ଡ’ ପ୍ରଦାନ କରିଥିଲେ । ଏହାଛଡା ପଞ୍ଚାୟତିରାଜ ଦିବସ ଉପଲକ୍ଷେ ବିଭିନ୍ନ ବର୍ଗର ଶ୍ରେଷ୍ଠ ପଞ୍ଚାୟତକୁ ପୁରସ୍କାର ବାବଦ ଅର୍ଥ ହସ୍ତାନ୍ତର କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ‘ଇନ୍ଟାକ୍’ ପକ୍ଷରୁ ଆୟୋଜିତ ଫଟୋ ଗ୍ୟାଲେରୀକୁ ବୁଲି ଦେଖିଥିଲେ । ଏଥିରେ ଏହି ଅଞ୍ଚଳର ଗ୍ରାମୀଣ ଐତିହ୍ୟର ଚିତ୍ର ସ୍ଥାନ ପାଇଛି । ଏହାଛଡା ସେ ମଧ୍ୟ ଦେଶରେ ଆଦର୍ଶ ସ୍ମାର୍ଟ ଗ୍ରାମ ପ୍ରତିଷ୍ଠା ପାଇଁ ଉଦ୍ଧିଷ୍ଟ ଏକ ନୋକିଆ ସ୍ମାର୍ଟପୁର ଉଦ୍ୟମିତା ଭିତ୍ତିକ ମଡେଲ ଡିଜାଇନ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଆଜି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅମୃତ ସରୋବର ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଜଳାଶୟ ଓ ଜଳଉତ୍ସବର ନିର୍ମାଣ କିମ୍ବା ଜିଣ୍ଣୋଦ୍ଧାର କରାଯିବ । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।
यहां कनेक्टिविटी और बिजली से जुड़े 20 हज़ार करोड़ रुपए के प्रोजेक्ट्स का लोकार्पण और शिलान्यास हुआ है।
— PMO India (@PMOIndia) April 24, 2022
जम्मू-कश्मीर के विकास को नई रफ्तार देने के लिए राज्य में तेजी से काम चल रहा है।
इन प्रयासों से बहुत बड़ी संख्या में जम्मू-कश्मीर के नौजवानों को रोज़गार मिलेगा: PM
आज अनेक परिवारों को गांवों में उनके घर के प्रॉपर्टी कार्ड भी मिले हैं।
— PMO India (@PMOIndia) April 24, 2022
ये स्वामित्व कार्ड गांवों में नई संभावनाओं को प्रेरित करेंगे।
100 जनऔषधि केंद्र जम्मू कश्मीर के गरीब और मिडिल क्लास को सस्ती दवाएं, सस्ता सर्जिकल सामान देने का माध्यम बनेंगे: PM @narendramodi
पल्ली पंचायत देश की पहली कार्बन न्यूट्रल पंचायत बनने की तरफ बढ़ रही है।
— PMO India (@PMOIndia) April 24, 2022
आज मुझे पल्ली गांव में, देश के गांवों के जन प्रतिनिधियों के साथ जुड़ने का भी अवसर मिला है।
इस बड़ी उपलब्धि और विकास के कामों के लिए जम्मू-कश्मीर को बहुत-बहुत बधाई: PM @narendramodi
इस बार का पंचायती राज दिवस, जम्मू कश्मीर में मनाया जाना, एक बड़े बदलाव का प्रतीक है।
— PMO India (@PMOIndia) April 24, 2022
ये बहुत ही गर्व की बात है, कि जब लोकतंत्र जम्मू कश्मीर में ग्रास रूट तक पहुंचा है, तब यहां से मैं देशभर की पंचायतों से संवाद कर रहा हूं: PM @narendramodi
बात डेमोक्रेसी की हो या संकल्प डेवलपमेंट का, आज जम्मू कश्मीर नया उदाहरण प्रस्तुत कर रहा है।
— PMO India (@PMOIndia) April 24, 2022
बीते 2-3 सालों में जम्मू कश्मीर में विकास के नए आयाम बने हैं: PM @narendramodi
दशकों-दशक से जो बेड़ियां वाल्मीकि समाज के पांव में डाल दी गई थीं, उनसे वो मुक्त हुआ है।
— PMO India (@PMOIndia) April 24, 2022
आज हर समाज के बेटे-बेटियां अपने सपनों को पूरा कर पा रहे हैं।
जम्मू-कश्मीर में बरसों तक जिन साथियों को आरक्षण का लाभ नहीं मिला, अब उन्हें भी आरक्षण का लाभ मिल रहा है: PM @narendramodi
जब मैं एक भारत, श्रेष्ठ भारत की बात करता हूं, तब हमारा फोकस कनेक्टिविटी पर होता है, दूरियां मिटाने पर भी होता है।
— PMO India (@PMOIndia) April 24, 2022
दूरियां चाहे दिलों की हो, भाषा-व्यवहार की हो या फिर संसाधनों की, इनको दूर करना आज हमारी बहुत बड़ी प्राथमिकता है: PM @narendramodi
आज़ादी का ये अमृतकाल भारत का स्वर्णिम काल होने वाला है।
— PMO India (@PMOIndia) April 24, 2022
ये संकल्प सबका प्रयास से सिद्ध होने वाला है।
इसमें लोकतंत्र की सबसे ज़मीनी ईकाई, ग्राम पंचायत की, आप सभी साथियों की भूमिका बहुत अहम है: PM @narendramodi
सरकार की कोशिश यही है कि गांव के विकास से जुड़े हर प्रोजेक्ट को प्लान करने, उसके अमल में पंचायत की भूमिका ज्यादा हो।
— PMO India (@PMOIndia) April 24, 2022
इससे राष्ट्रीय संकल्पों की सिद्धि में पंचायत अहम कड़ी बनकर उभरेगी: PM @narendramodi
धरती मां को कैमिकल से मुक्त करना ही होगा।
— PMO India (@PMOIndia) April 24, 2022
इसलिए प्राकृतिक खेती की तरफ हमारा गांव, हमारा किसान बढ़ेगा तो पूरी मानवता को लाभ होगा।
ग्राम पंचायत के स्तर पर कैसे प्राकृतिक खेती को हम प्रोत्साहित कर सकते हैं, इसके लिए भी सामूहिक प्रयासों की आवश्यकता है: PM @narendramodi
ग्राम पंचायतों को सबका साथ लेकर एक और काम भी करना होगा।
— PMO India (@PMOIndia) April 24, 2022
कुपोषण से, अनीमिया से, देश को बचाने का जो बीड़ा केंद्र सरकार ने उठाया है उसके प्रति ज़मीन पर लोगों को जागरूक भी करना है।
अब सरकार की तरफ से जिन योजनाओं में भी चावल दिया जाता है, उसको फोर्टिफाई किया जा रहा है: PM