ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ନ ସିନାୱାତ୍ରାଙ୍କ ମନୋଭାବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି । ମହାମାନ୍ୟ ପେଟୋଙ୍ଗଟାର୍ନ ସିନାୱାତ୍ରା ଥାଇଲାଣ୍ଡ ବ୍ୟାଙ୍ଗକକ୍ ଲିଟିଲ ଇଣ୍ଡିଆ ପାହୁରାତରେ ମନୋମୁଗ୍ଧକର ଥାଇଲାଣ୍ଡ ଦୀପାବଳି ଉତ୍ସବ ୨୦୨୪କୁ ଉଦଘାଟନ କରିଛନ୍ତି । ଏହି ଆକର୍ଷଣୀୟ ଥାଇଲାଣ୍ଡ ଦୀପାବଳି ଉତ୍ସବ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଏହା ଭାରତ ଓ ଥାଇଲାଣ୍ଡ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ନ ସିନାୱାତ୍ରାଙ୍କ ମନୋଭାବରେ ଅତ୍ୟନ୍ତ ଖୁସି । ଆକର୍ଷଣୀୟ ଥାଇଲାଣ୍ଡ ଦୀପାବଳି ଉତ୍ସବ ପାଇଁ ବହୁତ ବହୁତ ଶୁଭେଚ୍ଛା । ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଏହା ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବ ।” @ingshin
Delighted by PM Paetongtarn Shinawatra’s gesture. My best wishes for the Amazing Thailand Diwali Festival. May it deepen the cultural bonds between India and Thailand. @ingshin https://t.co/7TDRP5eKKn
— Narendra Modi (@narendramodi) October 30, 2024