ଓମାନର ସୁଲତାନ ଭାବେ ଦାୟିତ୍ୱଗ୍ରହଣ କରିଥିବା ସୟିଦ ହାଇଥାମ ବିନ ତାରିକ ଅଲ ସୈଦଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି “ଓମାନର ସୁଲତାନ ଭାବେ ଦାୟିତ୍ୱଗ୍ରହଣ କରିଥିବା ସୟିଦ ହାଇଥାମ ବିନ ତାରିକ ଅଲ ସୈଦଙ୍କୁ ମୁଁ ଶୁଭକାମନା ଜଣାଉଛି । ମୋର ବିଶ୍ୱାସ ଯେ ତାଙ୍କ ନେତୃତ୍ୱରେ ଓମାନର ପ୍ରଗତି ଓ ବିକାଶ ହେବ ଏବଂ ଏହା ବିଶ୍ୱଶାନ୍ତି ଦିଗରେ ଯୋଗଦାନ ଦେବ । ଭାରତର ଓମାନ ସହିତ ବହୁ ପୁରୁଣା ସମ୍ପର୍କ ରହିଛି । ଆମେ ମହାମହୀମ ସୟିଦ ହାଇଥାମଙ୍କ ସହ ଏକାଠି କାମ କରି ଆମ ରଣନୀତିକ ଭାଗିଦାରୀତାକୁ ଆହୁରି ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖିଛୁ ।”
I heartily congratulate HM Sayyid Haitham bin Tariq al Said on taking over as Sultan of Oman. I am confident that under his leadership, Oman will continue to progress and prosper and contribute to global peace.
— Narendra Modi (@narendramodi) January 12, 2020
India has millennia old relations with Oman. We look forward to working hand in hand with HM Sayyid Haitham to further strengthen our strategic partnership.
— Narendra Modi (@narendramodi) January 12, 2020