ଶ୍ରୀଲଙ୍କାର ରାଷ୍ଟ୍ରପତି ଏଚ.ଇ. ରଣିଲ ବିକ୍ରମାସିଘେଂ ଫୋନ୍ ଯୋଗେ ପ୍ରଧାନେମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ଶୁଭେଚ୍ଛା ପାଇଁ ରାଷ୍ଟ୍ରପତି ବିକ୍ରମାସିଘେଂଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇଥିଲେ । ଭାରତର ‘ପଡ଼ୋଶୀ ପ୍ରଥମ’ ଏବଂ ‘ସାଗର ଭିଜନ’ ନୀତି ଅନୁସାରେ ଶ୍ରୀଲଙ୍କା ସହ ଦୃଢ଼ ସମ୍ପର୍କ ରକ୍ଷା ସକାଶେ ଭାରତର ପ୍ରତିବଦ୍ଧତାକୁ ମୋଦି ଦୋହରାଇଥିଲେ ।
୨୦୨୩ ଜୁଲାଇ ମାସରେ ଭାରତକୁ ରାଷ୍ଟ୍ରପତି ବିକ୍ରମାସିଘେଂଙ୍କ ଗସ୍ତ ଅବସରରେ ପ୍ରସ୍ତୁତ ହୋଇଥିବା ଭିଜନ ଡକ୍ୟୁମେଣ୍ଟକୁ କାର୍ଯ୍ୟକାରୀ କରିବା ଦିଗରେ ହୋଇଥିବା ଅଗ୍ରସର ନେଇ ଦୁଇ ନେତା ଆଲୋଚନା କରିଥିଲେ । ବିଶେଷ କରି ପାରସ୍ପରିକ ଅଭିବୃଦ୍ଧି, ବିକାଶ ଓ ସମୃଦ୍ଧି ଆଦି କ୍ଷେତ୍ରରେ ସହଯୋଗର ଅଗ୍ରଗତିକୁ ତ୍ୱରାନ୍ୱିତ କରିବାକୁ ଦୁଇ ନେତା ନିଜର ପ୍ରତିବଦ୍ଧତାକୁ ଦେହରାଇଥିଲେ ।
Thank you for your call and warm wishes, President @RW_UNP. Sri Lanka is an important partner in our Neighbourhood First policy. India is proud to be a dependable partner for Sri Lanka. I look forward to realising our joint vision of enhancing connectivity in all its dimensions.
— Narendra Modi (@narendramodi) June 5, 2024