Quote‘ହରାଇଜନ ୨୦୪୭’ ରୋଡମ୍ୟାପ ପାଇଁ କାର୍ଯ୍ୟ ଜାରି ରଖିବାକୁ ଉଭୟ ନେତା ସହମତ
Quoteଡି-ଡେ ର ୮୦ ତମ ବାର୍ଷିକୀ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଲେ
Quoteଆଗାମୀ ପ୍ୟାରିସ ଅଲମ୍ପିକ୍ସ ପାଇଁ ପ୍ରଧାନମନ୍ତ୍ରୀ ଆଗୁଆ ଶୁଭେଚ୍ଛା ଜ୍ଞାପନ କଲେ

ଫ୍ରାନ୍ସ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଫୋନ୍ କଲ୍ ପାଇଛନ୍ତି । ଐତିହାସିକ ନିର୍ବାଚନୀ ବିଜୟ ପାଇଁ ରାଷ୍ଟ୍ରପତି ମାକ୍ରନ ଅଭିନନ୍ଦନ ଜଣାଇବା ସହ ତୃତୀୟ ଥର ଶାସନ କ୍ଷମତାକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରନଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ବର୍ଷ ମାନଙ୍କରେ ଭାରତ ଓ ଫ୍ରାନ୍ସର ଉତ୍ତମ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

‘ହରାଇଜନ ୨୦୪୭’ ରୋଡମ୍ୟାପରେ ଦିଆଯାଇଥିବା ପ୍ରତିଶ୍ରୁତି ଗୁଡ଼ିକ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ଉଭୟ ନେତା ସହମତ ହୋଇଥିଲେ ।

ଐତିହାସିକ ଡି-ଡେର ୮୦ତମ ବାର୍ଷିକୀ ଉପଲକ୍ଷେ ରାଷ୍ଟ୍ରପତି ମାକ୍ରନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜ୍ଞାପନ କଲେ ।

ଆଗାମୀ ଅଲମ୍ପିକ୍ ଓ ପାରା ଅଲମ୍ପିକ୍ କ୍ରୀଡ଼ା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଲେ ।

ପରସ୍ପର ମଧ୍ୟରେ ନିୟମିତ ସମ୍ପର୍କରେ ରହିବାକୁ ଉଭୟ ନେତା ସହମତ ହୋଇଥିଲେ ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
In Mann Ki Baat, PM Stresses On Obesity, Urges People To Cut Oil Consumption

Media Coverage

In Mann Ki Baat, PM Stresses On Obesity, Urges People To Cut Oil Consumption
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 24, 2025
February 24, 2025

6 Years of PM Kisan Empowering Annadatas for Success

Citizens Appreciate PM Modi’s Effort to Ensure Viksit Bharat Driven by Technology, Innovation and Research