ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ ଏକୀକୃତ ମୂଲ୍ୟ କାର୍ଯ୍ୟକାରିତା ଆରମ୍ଭ କରିଛି - ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ବହୁ ପ୍ରତୀକ୍ଷିତ ସଂସ୍କାର ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଶକ୍ତି ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ସଂସ୍କାର ।
କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଏକ ଟୁଇଟ୍ ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଦେଶର ସମସ୍ତ ଅଞ୍ଚଳର ଅର୍ଥନୈତିକ ବିକାଶର ଉଦ୍ଦେଶ୍ୟ ଅନୁଯାୟୀ ପିଏମଜିଆରବି ଏକୀକୃତ ମୂଲ୍ୟ କାର୍ଯ୍ୟକାରିତା ଆରମ୍ଭ କରିଛି - ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ବହୁ ପ୍ରତୀକ୍ଷିତ ସଂସ୍କାର ।
ଶ୍ରୀ ପୁରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଏହି ମୂଲ୍ୟ ପ୍ରଣାଳୀ ଭାରତକୁ "ଗୋଟିଏ ଦେଶ ଗୋଟିଏ ଗ୍ରୀଡ ଗୋଟିଏ ଦର” ମଡେଲ ହାସଲ କରିବାରେ ସାହାଯ୍ୟ କରିବ ଏବଂ ଦୂର ଅଞ୍ଚଳରେ ଗ୍ୟାସ ବଜାରକୁ ମଧ୍ୟ ବୃଦ୍ଧି କରିବ ।
କେନ୍ଦ୍ର ମନ୍ତ୍ରୀଙ୍କ ଟୁଇଟ୍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଶକ୍ତି ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଉଲ୍ଲେଖନୀୟ ସଂସ୍କାର ।”
Noteworthy reform in the energy and natural gas sector. https://t.co/PqFwNg5tdX
— Narendra Modi (@narendramodi) March 31, 2023