ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 170ରୁ ଅଧିକ ସହାୟକ ସଚିବ ଭାବେ ନିଯୁକ୍ତି ପାଇଥିବା ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି ।
![](https://cdn.narendramodi.in/cmsuploads/0.19069400_1530712794_ias1.jpg)
ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରଶିକ୍ଷଣ ସମୟର ଅନୁଭୂତିକୁ ବାଣ୍ଟିବା ପାଇଁ ଉତ୍ସାହିତ କରିଥିଲେ । ଉତ୍ତମ ପ୍ରଶାସନ ଯଥା ଜନ ଭାଗିଦାରୀ, ସୂଚନା ପ୍ରଦାନ, ସମ୍ବଳର ପୂର୍ଣ୍ଣ ଉପଯୋଗୀତା ଏବଂ ପ୍ରଶାସନ ଉପରେ ଲୋକଙ୍କ ବିଶ୍ଵାସ ନେଇ ସେ ଆଲୋଚନା କରିଥିଲେ ।
![](https://cdn.narendramodi.in/cmsuploads/0.34830500_1530712809_ias2.jpg)
ନିକଟରେ ଆରମ୍ଭ କରାଯାଇଥିବା “ସ୍ଵରାଜ ଅଭିଯାନ” ଏବଂ “ଆୟୁଷ୍ମାନ ଭାରତ” ଏହି ଆଲୋଚନାରେ ସ୍ଥାନ ପାଇଥିଲା ।
![](https://cdn.narendramodi.in/cmsuploads/0.22269400_1530712826_ias3.jpg)
![](https://cdn.narendramodi.in/cmsuploads/0.01452400_1530712864_ias4.jpg)
ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଏବଂ କାର୍ମିକ ତଥା ପ୍ରଶିକ୍ଷଣ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।