ଗୁଜରାଟର ବାଲସାଦ ଜିଲ୍ଲା ଅନ୍ତର୍ଗତ ଜୁଜୱା ଗ୍ରାମରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସାମଗ୍ରୀକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଥିଲେ । ରାଜ୍ୟର 26ଟି ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଆବାସ ଏହି ଅବସରରେ ହିତାଧିକାରୀମାନଙ୍କୁ ବଂଟନ କରାଯାଇଥିଲା । ବିଭିନ୍ନ ଜିଲ୍ଲାର ହିତାଧିକାରୀମାନେ ଭିଡିଓ ଲିଙ୍କ ଜରିଆରେ ଯୋଡ଼ି ହୋଇଥିଲେ ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନା ଯଥା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ଗ୍ରାମୋଦୟ ଯୋଜନା ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ଏବଂ ନିଯୁକ୍ତି ପତ୍ର ବଂଟନ କରିଥିଲେ । ସେ ମହିଳା ବ୍ୟାଙ୍କ ପ୍ରତିନିଧିମାନଙ୍କୁ ମଧ୍ୟ ନିଯୁକ୍ତି ପତ୍ର ଏବଂ ମିନି ଏଟିଏମ ବଂଟନ କରିଥିଲେ ।
ପ୍ରଧାନମନ୍ତ୍ରୀ ମଧ୍ୟ ଆସ୍ଟୋଲ ଜଳ ଯୋଗାଣ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗକୁ ରକ୍ଷା ବନ୍ଧନ ପର୍ବ ଆସୁଛି । ସେ କହିଥିଲେ ଯେ 1 ଲକ୍ଷରୁ ଅଧିକ ମହିଳା ସେମାନଙ୍କ ନାମରେ ଆବାସ ପାଇଥିବା ଜାଣି ସେ ସନ୍ତୁଷ୍ଟ । ଏହା ସେମାନଙ୍କ ପାଇଁ ରକ୍ଷା ବନ୍ଧନର ଉପହାର । ସେ କହିଥିଲେ ଏକ ନୂଆ ବାସଗୃହ, ନୂଆ ସ୍ୱପ୍ନ ନେଇ ଆସେ ଏବଂ ସେହି ସ୍ୱପ୍ନକୁ ହାସଲ କରିବା ଲାଗି ପରିବାରରେ ଏକ ନୂତନ ସମ୍ମିଳିତ ଉତ୍ସାହ ଆଣିଥାଏ ।
ଇ-ଗୃହ ପ୍ରବେଶ ସମୟରେ ଆଜି ଦେଖାଯାଉଥିବା ଆବାସଗୁଡ଼ିକ ଉନ୍ନତମାନର ବୋଲି ହୃଦବୋଧ କରି ସେ କହିଥିଲେ ଯେ କୌଣସି ମଧ୍ୟସ୍ଥଙ୍କ ସମ୍ପୃକ୍ତି ନଥିବା କାରଣରୁ ଏହା ସମ୍ଭବ ହୋଇଛି । ସେ ଦୋହରାଇଥିଲେ ଯେ କେନ୍ଦ୍ର ସରକାର ଲକ୍ଷ୍ୟ “ସମସ୍ତଙ୍କ ପାଇଁ ଆବାସ” 2022 ସୁଦ୍ଧା ହାସଲ କରାଯିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜନେତାମାନେ ହିଁ ସୌଖୀନ ଆବାସ ନିର୍ମାଣ କରିପାରିବେ ବୋଲିଧାରଣା ପୂର୍ବରୁ ରହିଥିଲା । ଏବେ ଏହି ଧାରଣା ବଦଳି ଯାଇଛି ଏବଂ ଗରିବ ଲୋକମାନେ ସେମାନଙ୍କ ନିଜସ୍ୱ ଆବାସ ପାଇପାରୁଛନ୍ତି ।
ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଆସ୍ଟୋଲ ଜଳ ଯୋଗାଣ ପ୍ରକଳ୍ପ ଏକ ଉତ୍କୃଷ୍ଟ ଇଞ୍ଜିନିୟରିଂଢାଞ୍ଚାର ନିଦର୍ଶନ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ସ୍ୱଚ୍ଛ ପାନୀୟ ଜଳ ଲୋକମାନଙ୍କୁ ରୋଗରୁ ମୁକ୍ତ ରଖିଥାଏ ବୋଲି ସେ କହିଥିଲେ ।
ଗରିବ ଲୋକମାନଙ୍କୁ ନିଜସ୍ୱ ବାସଗୃହ, ବିଦ୍ୟୁତ ସଂଯୋଗ, ସ୍ୱଚ୍ଛ ପାନୀୟ ଜଳ ଏବଂ ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇ ଦେଇ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ସରକାର ପ୍ରୟାସରତ ଥିବା ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ।
I got an opportunity to talk to women across the state today who got their homes under PM Awas Yojana.
— PMO India (@PMOIndia) August 23, 2018
The wonderful homes under PM Awas Yojana are being made possible because there are no middlemen: PM
It is my dream, it is our endeavour to ensure that every Indian has his own house by 2022.
— PMO India (@PMOIndia) August 23, 2018
Till now, we only heard about politicians getting their own homes.
Now, we are hearing about the poor getting their own homes: PM