ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜର୍ମାନ ଚାନ୍ସେଲର ଡ. ଆଞ୍ଜେଲା ମର୍କେଲଙ୍କ ସହିତ ଗାନ୍ଧୀ ସ୍ମୃତି ପରିର୍ଶନ କରିଥିଲେ ।

ବିଶିଷ୍ଟ ଶିଳ୍ପୀ ପଦ୍ମଭୂଷଣ ଶ୍ରୀ ରାମ ସୂତାରଙ୍କ ଦ୍ୱାରା ନିର୍ମିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜର୍ମାନ ଚାନ୍ସେଲରଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।

|

ଗାନ୍ଧୀ ସ୍ମୃତିର ଗୁରୁତ୍ୱ ବିଷୟରେ ଡ. ମର୍କେଲଙ୍କୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାତ୍ମା ଗାନ୍ଧୀ ଜାନୁଆରୀ 30, 1948ରେ ହତ୍ୟାର ଶିକାର ହେବା ପର୍ଯ୍ୟନ୍ତ ତାଙ୍କ ଜୀବନର ଶେଷ ସମୟ ଏହି ସ୍ଥାନରେ ଅତିବାହିତ କରିଥିଲେ ।

|

ଏହାପରେ ଦୁଇ ନେତା ସଂଗ୍ରହାଳୟ ପରିଦର୍ଶନ କରିଥିଲେ ଏବଂ ବିଶିଷ୍ଟ ଶିଳ୍ପୀ ଶ୍ରୀ ଉପେନ୍ଦ୍ର ମହାରଥୀ ଓ ଶାନ୍ତି ନିକେତନସ୍ଥିତ ଶ୍ରୀ ନନ୍ଦଲାଲ ବୋଷଙ୍କ ଜଣେ ଛାତ୍ର ଇଣ୍ଡୋ-ହଙ୍ଗେରୀୟ ଚିତ୍ରକର ଏଲିଜାବେଥ ବ୍ରନରଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରଗୁଡ଼ିକୁ ବୁଲି ଦେଖିଥିଲେ । ଶ୍ରୀ ବିରାଦ ରାଜାରାମ ୟାଜ୍ଞିକଙ୍କ ଦ୍ୱାରା ପ୍ରସ୍ତୁତ ଅହିଂସା ଓ ସତ୍ୟାଗ୍ରହର ଦ୍ୱୈତ ବିଷୟବସ୍ତୁ ଉପରେ ଆଧାରିତ ଡିଜିଟାଲ ଗ୍ୟାଲେରୀ ମଧ୍ୟ ସେମାନେ ପରିଦର୍ଶନ କରିଥିଲେ ।

ଏହାପରେ ଦୁଇ ନେତା ସଂଗ୍ରହାଳୟର ବିଭିନ୍ନ ଡିଜିଟାଲ ପ୍ରସ୍ତୁତିକୁ ବୁଲି ଦେଖିଥିଲେ । ଏଥିରେ ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଆଲବର୍ଟ ଆଇନଷ୍ଟାଇନଙ୍କ ବାର୍ତ୍ତାର ଅଡିଓ ଏବଂ 107ଟି ଦେଶର ଗାୟକଙ୍କ ଦ୍ୱାରା ଗାନ କରାଯାଇଥିବା ‘ବୈଷ୍ଣବ ଜନ ତୋ’ ଭଜନ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

|

ସହିଦ ସ୍ତମ୍ଭଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନ୍ସେଲର ଡ. ଆଞ୍ଜେଲା ମର୍କେଲ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India is taking the nuclear energy leap

Media Coverage

India is taking the nuclear energy leap
NM on the go

Nm on the go

Always be the first to hear from the PM. Get the App Now!
...
PM Modi commemorates Navratri with a message of peace, happiness, and renewed energy
March 31, 2025

The Prime Minister Shri Narendra Modi greeted the nation, emphasizing the divine blessings of Goddess Durga. He highlighted how the grace of the Goddess brings peace, happiness, and renewed energy to devotees. He also shared a prayer by Smt Rajlakshmee Sanjay.

He wrote in a post on X:

“नवरात्रि पर देवी मां का आशीर्वाद भक्तों में सुख-शांति और नई ऊर्जा का संचार करता है। सुनिए, शक्ति की आराधना को समर्पित राजलक्ष्मी संजय जी की यह स्तुति...”