ସମସ୍ତଙ୍କୁ ମୋର ସପ୍ରେମ ଅଭିନନ୍ଦନ,
ଏହି ଭବ୍ୟ ସମାବେଶରେ, ଏଠାରେ ଉପସ୍ଥିତ ରହିବା ମୋର ପରମ ସୌଭାଗ୍ୟ ।
ତାହା ମଧ୍ୟ ମହା-ଶିବରାତ୍ରିର, ଶୁଭ ଅବସରେ ।
ଅନେକ ଉତ୍ସବ ରହିଛି, କିନ୍ତୁ ଗୋଟିଏ ପୂର୍ବରୁ ‘ମହା’ଯୋଡି ହୋଇ ରହିଛି ।
ବାସ୍ତବରେ, ଅନେକ ଦେବ ଅଛନ୍ତି, କିନ୍ତୁ ଜଣେ ମହା-ଦେବ ।
ଏମିତି କେତେ ମନ୍ତ୍ର ଅଛି, କିନ୍ତୁ ଯେଉଁ ମନ୍ତ୍ର ଭଗବାନ ଶିବଙ୍କ ସହିତ ସୂଚିତ ହୋଇ ରହିଛି, ମହା-ମୃତ୍ୟୁଞ୍ଜୟ ମନ୍ତ୍ର ବୋଲି କୁହାଯାଉଛି ।
ଏହା ହେଉଛି ଭଗବାନ ଶିବଙ୍କ ମହିମା ।
ମହା-ଶିବରାତ୍ରି ଏକ ଉଦ୍ଦେଶ୍ୟ ସହିତ ଦେବତ୍ୱର ମିଳନର ପ୍ରତୀକ, ଅନ୍ଧକାର ଓ ଅନ୍ୟାୟ ଉପରେ ବିଜୟର ପ୍ରତୀକ ।
ଏହା ଆମକୁ ସାହସୀ ଓ ଭଲ କାମ ପାଇଁ ଲଢିବା ନିମନ୍ତେ ପ୍ରେରଣା ଯୋଗାଏ ।
ମହା-ଶିବରାତ୍ରି ଋତୁ ପରିବର୍ତ୍ତନ, ଶୀତରୁ ସତେଜ ବସନ୍ତ ଓ ଉଜ୍ଜ୍ୱଳତାର ସୂଚନା ଦିଏ ।
ମହା-ଶିବରାତ୍ରି ସମାରୋହ ସାରା ରାତି ପାଳନ କରାଯାଇଥାଏ । ଆମ ପ୍ରକୃତିର ସୁରକ୍ଷା, ଆମର ଜୈବିକ ପରିବେଶ ସହିତ ଆମ ଗତିବିଧିର ସମନ୍ୱୟ ରଖିବାର ଭାବନାକୁ ଅନୁପ୍ରାଣିତ କରିବାର ପ୍ରତୀକ ।
ମୋ ନିଜ (ଗୃହ) ରାଜ୍ୟ, ଗୁଜୁରାଟ ସୋମନାଥଙ୍କ ଭୂମି ବା(ବିଜେ ସ୍ଥଳୀ) । ଲୋକଙ୍କ ଆଗ୍ରହ ଏବଂ ସେବା କରିବାର ଇଚ୍ଛା ମୋତେ କାଶୀ, ବିଶ୍ୱନାଥଙ୍କ ବିଜେ ସ୍ଥଳୀ ବା (ଭୂମି)କୁ ନେଇଗଲା ।
ସୋମନାଥରୁ ବିଶ୍ୱନାଥ, କେଦାରନାଥରୁ ରାମେଶ୍ୱରମ୍ ଏବଂ କାଶୀରୁ କୋଏମ୍ବାଟୁର ଯେଉଁଠାରେ ଆମେ ଏକତ୍ରିତ ହୋଇଛୁ । ଭଗବାନ ଶିବ ସବୁଠାରେ ଅଛନ୍ତି ।
ଏହି ବିଶାଳ ଦେଶର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଭାରତୀୟଙ୍କ ଭଳି, ମୁଁ ମଧ୍ୟ ମହା-ଶିବରାତ୍ରି ସମାରୋହର ଏକ ଅଂଶ ହୋଇ ପାରିଥିବାରୁ ଖୁସି ଅନୁଭବ କରୁଛି ।
ଆଉ ଆମେ କେବଳ ସମୁଦ୍ରରେ କେତେକ ବୁନ୍ଦା ଭଳି ।
ଶତାବ୍ଦୀ ଶତାବ୍ଦୀ ଧରି, ଏଠାରେ ପ୍ରତ୍ୟେକ ବର୍ଷ ଓ ବୟସ ଆଧାରରେ ଅଗଣିତ ଭକ୍ତ ରହି ଆସିଛନ୍ତି ।
ସେମାନେ ବିଭିନ୍ନ ସ୍ଥାନରୁ ଆସିଛନ୍ତି ।
ସେମାନଙ୍କର ଭାଷା ଅଲଗା ଅଲଗା ହୋଇପାରେ କିନ୍ତୁ ପରମାତ୍ମାଙ୍କ ପାଇଁ ସେମାନଙ୍କର ଲାଳସା ହେଉଛି ଗୋଟିଏ ।
ଏହି ଲାଳସା ପ୍ରତ୍ୟେକ ମଣିଷଙ୍କ ହୃଦୟରେ ଜନ୍ମ ନେଇଥାଏ । ସେମାନଙ୍କର କବିତା, ସେମାନଙ୍କର ସଙ୍ଗୀତ, ସେମାନଙ୍କର ପ୍ରେମରେ ପୃଥିବୀ ଓଦା ହୋଇଯାଏ ।
112 ଫୁଟ ଉଚ୍ଚ ଆଦିଯୋଗୀ ଏବଂ ଯୋଗେଶ୍ୱର ଲିଙ୍ଗ ପାଖରେ ଛିଡା ହେଇ, ଆମେ ଅନୁଭବ କରୁଛୁ କି ଏହି ବିଶାଳ ଅନ୍ତରୀକ୍ଷରେ ପ୍ରତ୍ୟେକଙ୍କ ସାମ୍ନାରେ ଅଛୁ ।
ଆଗାମୀ ଦିନମାନଙ୍କରେ, ଯେଉଁ ସ୍ଥାନରେ ଆମେ ଏକତ୍ରିତ ହୋଇଛୁ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ, ଆତ୍ମଉତ୍ସର୍ଗ ଓ ସତ୍ୟ ଅନୁସନ୍ଧାନର ସ୍ଥାନ ପାଲଟିବ ।
ଏହି ସ୍ଥାନ ସମସ୍ତଙ୍କୁ ଶିବମୟ ହେବା ପାଇଁ ପ୍ରେରଣା ଦେଇ ଚାଲିବ । ଏହା ଆମକୁ ଭଗବାନ ଶିବଙ୍କ ସମନ୍ୱୟ ଭାବକୁ ସ୍ମରଣ କରାଉଥିବ ।
ଆଜି, ଯୋଗ ବହୁ ପଥ ଅତିକ୍ରମ କରି ଆସିଛି ।
ଏହାର ଅନେକ ପରିଭାଷା, ପ୍ରକାର ଭେଦ, ଯୋଗ ସ୍କୁଲ ଓ ଅଭ୍ୟାସର ବିଭିନ୍ନ କୌଶଳ ମଧ୍ୟ ଦେଇ ଗତି କରି ଚାଲିଛି ।
ଏହା ଯୋଗର ସୁନ୍ଦରତା – ଏହା ପ୍ରାଚୀନ, ଏବେ ମଧ୍ୟ ଆଧୁନିକ ଯୁଗରେ, ନିରନ୍ତର ଏବଂ ଏ ପର୍ଯ୍ୟନ୍ତ ବିକଶିତ ହୋଇ ଚାଲିଛି ।
ଯୋଗର ସାର ତତ୍ତ୍ଵ ବଦଳି ନାହିଁ ।
ଆଉ ମୁଁ ଏହା କହୁଛି କାରଣ ଏଇ ସାର ତତ୍ତ୍ଵକୁ ସଂରକ୍ଷିତ କରି ରଖିବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।
ଅନ୍ୟଥା, ଆମକୁ ଆତ୍ମା ଓ ଯୋଗର ସାର ତତ୍ତ୍ଵକୁ ପୁନଃ ଆବିଷ୍କାର କରିବା ପାଇଁ ଏକ ନୂଆ ଯୋଗ ଆବିଷ୍କାର କରିବାକୁ ପଡିବ ।
ଜୀବକୁ ଶିବରେ ପରିବର୍ତ୍ତନ କରିବା ପାଇଁ, ଯୋଗ ଏକ ଉତପ୍ରେରକ ମାଧ୍ୟମ ।
ଆମର ଏଠି କୁହାଯାଇଛି – ଯତ୍ର ଜୀବଃ ତତ୍ର ଶିବଃ
ଜୀବରୁ ଶିବ ପର୍ଯ୍ୟନ୍ତ ଯାତ୍ରା, ଏହା ହିଁ ତ ହେଉଛି ଯୋଗ ।
ଯୋଗାଭ୍ୟାସ ଦ୍ୱାରା ଏକତା ଭାବ ଜାଗ୍ରତ ହୋଇଥାଏ- ମନ, ଶରୀର ଓ ବୁଦ୍ଧିର ଏକତା ।
ଆମ ପରିବାର ସହିତ ଏକତା, ଆମେ ଯେଉଁ ସମାଜରେ ରହୁଛେ ତା ସହିତ, ସମସ୍ତ ମାନବ ସମାଜ ସହିତ, ସମସ୍ତ ପକ୍ଷୀମାନଙ୍କ ସହିତ, ପଶୁ ଏବଂ ବୃକ୍ଷ ଯେଉଁମାନଙ୍କ ସହିତ ଆମେ ଆମର ସୁନ୍ଦର ଗ୍ରହକୁ ସହଭାଗୀ କରିଥାଉ…ଏହା ହେଉଛି ଯୋଗ ।
ଯୋଗ ହେଉଛି, ଯୋଗ ଏକ ଯାତ୍ରା ‘ମୁଁ’ ରୁ ‘ଆମେ’ ପର୍ଯ୍ୟନ୍ତ ।
ଏହି ଯାତ୍ରା ହେଉଛି ବ୍ୟକ୍ତିର ମସ୍ତିଷ୍କ ପର୍ଯ୍ୟନ୍ତ । ‘ମୁଁ’ ରୁ ‘ଆମେ’ ପର୍ଯ୍ୟନ୍ତ, ଏହି ଅନୁଭୂତି, ‘ଅହମ୍’ ରୁ ‘ବୟମ୍’ ପର୍ଯ୍ୟନ୍ତ ଏହି ଭାବର ବିସ୍ତାର, ଏହା ହିଁ ତ ହେଉଛି ଯୋଗ ।
ଭାରତ ହେଉଛି ଅଦ୍ୱିତୀୟ ବିବିଧତାର ଦେଶ । ଭାରତର ବିବିଧତାକୁ ଦେଖି ହେବ, ଶୁଣି ହେବ, ଅନୁଭବ କରି ହେବ, ସ୍ପର୍ଶ କରି ହେବ ଏବଂ ଏହାର ସ୍ୱାଦ ଅନୁଭବ କରି ହେବ ।
ଏହି ବିବିଧତା ଭାରତର ସବୁଠୁ ବଡ଼ ଶକ୍ତି ଓ ଏହା ଭାରତକୁ ଏକାଠି କରି ରଖିଛି ।
ଭଗବାନ ଶିବ ଏବଂ ତାଙ୍କ ପ୍ରତିମା, ମନ ଭିତରକୁ ଆସିଥାଏ ଯାହା ଶକ୍ତିଶାଳୀ ହିମାଳୟର କୈଳାସ ପର୍ବତ ଉପରେ ତାଙ୍କ ରାଜସ୍ୱୟ ଉପସ୍ଥିତି କଥା ଭାବନ୍ତୁ । ମାତା ପାର୍ବତୀଙ୍କ କଥା ଭାବନ୍ତୁ ଏବଂ ସୁନ୍ଦର କନ୍ୟାକୁମାରୀ କଥା ମନେ ପକାନ୍ତୁ, ଯାହାକୁ ବିଶାଳ ମହାସାଗର ଘେରି ରହିଛି । ଶିବ-ପାର୍ବତୀଙ୍କ ମିଳନ ହିମାଳୟ ସହିତ ମହାସାଗର ମିଳନ ।
ଶିବ ଓ ପାର୍ବତୀ… ଏହା ସ୍ୱୟଂ ହେଉଛନ୍ତି ଏକତାର ସନ୍ଦେଶ ।
ଆଉ ଦେଖନ୍ତୁ ଏହି ଏକତାର ସନ୍ଦେଶ ଆଗକୁ କିପରି ପ୍ରକଟ ହେଉଛି ।
ଭଗବାନ ଶିବଙ୍କ ଗଳାରେ, ଗୋଟିଏ ସାପ ଅଛି । ଭଗବାନ ଗଣେଶଙ୍କ ବାହନ ହେଉଛି ଗୋଟିଏ ମୂଷା । ଆମେ ଭଲ ଭାବେ ସାପ ଓ ମୂଷା ମଧ୍ୟରେ ଥିବା ବୈରୀ ଭାବ ସହିତ ପରିଚିତ, ତଥାପି ସେମାନେ ଏକାଠି ରହୁଛନ୍ତି ।
ଠିକ୍ ସେହିପରି, କାର୍ତ୍ତିକେୟଙ୍କ ବାହନ ମୟୂର । ମୟୂର ଓ ସାପ ମଧ୍ୟରେ ଘୋର ଶତୃତା ରହିଛି । ତଥାପି ସେମାନେ ଏକାଠି ରହୁଛନ୍ତି ।
ଭଗବାନ ଶିବଙ୍କ ପରିବାର ବିବିଧତାରେ ପରିପୁର୍ଣ୍ଣ, କିନ୍ତୁ ଏ ପର୍ଯ୍ୟନ୍ତ ସଦ୍ଭାବ ଓ ଏକତାର ଭାବନାରେ ଜୀବନ୍ତ ଅଟନ୍ତି ।
ବିବିଧତା ଆମ ପାଇଁ ବିବାଦ ଓ ସଂଘର୍ଷର କାରଣ ନୁହେଁ । ଆମେ ଏହାକୁ ସ୍ୱୀକାର କରୁଛେ ଏବଂ ସଂପୂର୍ଣ୍ଣ ହୃଦୟର ସହିତ ଧାରଣ କରିଛୁ ।
ଯେଉଁଠାରେ କୌଣସି ଦେବତା ଅବା ଦେବୀ ଅଛନ୍ତି, ସେଠାରେ ଗୋଟିଏ ପଶୁ, ପକ୍ଷୀ କିମ୍ବା ଏକ ଗଛ ତାଙ୍କ ସହିତ ଯୋଡି ହୋଇ ରହିଛନ୍ତି, ଏହା ହେଉଛି ଆମ ସଂସ୍କୃତିର ବିଶେଷତ୍ୱ ।
ସେହି ପଶୁ, ପକ୍ଷୀ କିମ୍ବା ଗଛ ମଧ୍ୟ ଦେବତା ଅବା ଦେବୀଙ୍କ ଭାବନା ସହିତ ପୂଜା ପାଇଥାନ୍ତି । ଏଠାରେ ପ୍ରକୃତି ପାଇଁ ଶ୍ରଦ୍ଧା ଭାବ ଉତ୍ପନ୍ନ କରିବାରେ ଆଉ କିଛି ଭଲ ସାଧନ ହୋଇ ନ ପାରେ । ପ୍ରକୃତି ଭଗବାନଙ୍କ ଭଳି, ଏମିତି ଦୃଢ ଧାରଣା ଆମ ପୂର୍ବଜଙ୍କ ଦ୍ୱାରା ପ୍ରତିଷ୍ଠିତ ତାହା ସେମାନଙ୍କ ଦୂରଦୃଷ୍ଟିକୁ ଦର୍ଶାଉଛି ।
ଆମ ଶାସ୍ତ୍ରରେ କୁହାଯାଇଛି: ଏକମସତ, ବିପ୍ରାହାଃ ବହୁଧା ବଦନ୍ତି
ସତ୍ୟ ଏକ, ଓ ସାଧୁମାନେ ତାକୁ ଅଲଗା ଅଲଗା ବ୍ୟାଖ୍ୟାନ କରନ୍ତି ।
ଆମେ ଆମ ପିଲାଦିନରୁ ଏହି ଗୁଣ ସହିତ ରହି ଆସୁଛୁ, ଆଉ ଏଥିପାଇଁ, କରୁଣା, ଦୟା, ଭ୍ରାତୃଭାବ ଏବଂ ସଦ୍ଭାବ ସ୍ୱଭାବିକ ରୂପରେ ଆମ ଜୀବନର ଏକ ଅଂଶ ।
ଆମେ ଦେଖିଛୁ କି ଆମ ପୂର୍ବ ପୁରୁଷମାନେ ଏହି ମୂଲ୍ୟବୋଧକୁ ମୃତ୍ୟୁ ପର୍ଯ୍ୟନ୍ତ ଅତୁଟ ରଖିଛନ୍ତି ।
ଏହିସବୁ ଗୁଣ ଆମ ଭାରତୀୟ ସଭ୍ୟତାକୁ ଶତାବ୍ଦୀ ଶତାବ୍ଦୀ ଧରି ଜୀବନ୍ତ କରି ରଖିଛି ।
ଆମ ମନ ସବୁବେଳେ ସବୁ ପକ୍ଷର ନୂତନ ଭାବନା ଓ ଚିନ୍ତାଧାରାକୁ ସ୍ୱାଗତ କରିବା ପାଇଁ ଉନ୍ମୁକ୍ତ ରହିବା ଆବଶ୍ୟକ । ଦୁର୍ଭାଗ୍ୟବଶତଃ, ଏଠାରେ ଗୋଟିଏର ଚୟନ, ସେହି କ୍ରମରେ ନିଜ ଅଜ୍ଞାନତାକୁ ଲୁଚାଇବା ପାଇଁ ହୋଇଥାଏ । କିଛି କଠୋର ଦୃଷ୍ଟିଭଙ୍ଗିରେ ନୂତନ ଚିନ୍ତାଧାରା ଓ ଅଭିଜ୍ଞତାକୁ ସ୍ୱାଗତ କରିବା ପାଇଁ ସମ୍ଭାବନାକୁ ନଷ୍ଟ କରି ଦେଇଥାଏ ।
କୌଣସି ଚିନ୍ତାଧାରାକୁ ପୁରୁଣା କହି ରଦ୍ଦ କରିଦେବା ହାନୀକାରକ ହୋଇପାରେ । ଏହାକୁ ବିଶ୍ଳେଷଣ କରିବା ଦରକାର, ବୁଝିବା ଆବଶ୍ୟକ ଏବଂ ନୂତନ ପିଢୀ ପାଖରେ ଏଭଳି ଭାବରେ ରଖିବାର ପ୍ରୟାସ କରିବା ଦରକାର କି ସେମାନେ ଏହାକୁ ଭଲ ଭାବରେ ବୁଝିପାରିବେ ।
ମାନବତାର ପ୍ରଗତି ମହିଳା ସଶକ୍ତି କରଣ ବିନା ଅସମ୍ପୂର୍ଣ୍ଣ । ଏହା ପ୍ରସଙ୍ଗ ନୁହେଁ ଯେ ମହିଳାମାନଙ୍କର ବିକାଶ କିନ୍ତୁ ଏହା ହେଉଛି ମହିଳାଙ୍କ ନେତୃତ୍ୱର ବିକାଶ ।
ଆମ ସଂସ୍କୃତିରେ ମହିଳାଙ୍କ ଭୂମିକାକୁ କେନ୍ଦ୍ରରେ ରଖାଯାଏ, ଏହି ତଥ୍ୟ ପାଇଁ ମୁଁ ଗର୍ବ କରେ ।
ଆମ ସଂସ୍କୃତିରେ ଅନେକ ଦେବୀଙ୍କୁ ପୂଜା କରାଯାଏ ।
ଭାରତ ଅନେକ ମହିଳା ସନ୍ଥଙ୍କ ଜନ୍ମସ୍ଥାନ, ଉତ୍ତର ହେଉ ଅବା ଦକ୍ଷିଣ, ପୂର୍ବ କି ପଶ୍ଚିମ ସାମାଜିକ ସଂସ୍କାର ପାଇଁ ସେମାନେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
ସେମାନେ ଦୁର୍ବଳ ଭାଗ୍ୟରେଖାକୁ ଅତିକ୍ରମ କରି, ବାଧାବିଘ୍ନକୁ ଦୂର କରି ନବ ପ୍ରବର୍ତ୍ତକ ପାଲଟି ଯାଇଥିଲେ ।
ଆପଣମାନେ ଜାଣିବାକୁ ଆଗ୍ରହୀ ହେବେ ଯେ, ଆମେ ଭାରତରେ କହୁ – ନାରୀ ତୁ ନାରାୟଣୀ, ନାରୀ ତୁ ନାରାୟଣୀ – ନାରୀ ପରମାତ୍ମାଙ୍କ ଏକ ଅଭିବ୍ୟକ୍ତି ।
କିନ୍ତୁ ପୁରୁଷଙ୍କ ପାଇଁ କ’ଣ କୁହାଯାଏ, ପୁରୁଷମାନଙ୍କ ପାଇଁ ଆମେ କହୁ – ନର ତୁ କରନି କରେ ତୋ ନାରାୟଣ ହୋ ଯାଏ, ଯଦି ପୁରୁଷ ଭଲକାମ କରନ୍ତି ତ, ସେ ଦେବତ୍ୱ ପ୍ରାପ୍ତ ହୋଇଥାନ୍ତି ।
ଆପଣ ସେଇ ପାର୍ଥକ୍ୟ ଦେଖି ପରୁଛନ୍ତି, ନାରୀର ଦିବ୍ୟ ସ୍ଥିତି, ବିନା ସର୍ତ୍ତରେ, ନାରୀ ବିନା ସର୍ତ୍ତରେ-ନାରୀ ତୁ ନାରାୟଣୀ, କିନ୍ତୁ ପୁରୁଷମାନଙ୍କ ପାଇଁ ଏଥିରେ ସର୍ତ୍ତ ରହିଛି । ଭଲକାମ କରିବା ପରେ ସେ ଏହାକୁ ଅର୍ଜନ କରି ପାରିବେ ।
ସେହି କାରଣ ପାଇଁ ବୋଧହୁଏ ସଦଗୁରୁ ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି, ଗୋଟିଏ ବିଶ୍ୱ ପାଇଁ ମାଆ ହେବା ନିମନ୍ତେ ଶପଥ ନେବାକୁ ପଡିଥାଏ । ମାଆ ହେଉଛି ସିଏ ଯାହାକୁ ବିନା ସର୍ତ୍ତରେ ସାମିଲ କରାଯାଇପାରେ ।
ଏକ ବିଂଶ ଶତାବ୍ଦୀରେ ବଦଳୁଥିବା ଜୀବନ ଶୈଳୀ ସେମାନଙ୍କ ନିଜ ପାଇଁ ଆହ୍ୱାନ ନିର୍ଦ୍ଧାରିତ କରିଛି ।
ଜୀବନ ଶୈଳୀ ସମ୍ବନ୍ଧିତ ରୋଗ, ମାନସିକ ଚାପ ସମ୍ବନ୍ଧିତ ବେମାରୀ ଅଧିକରୁ ଅଧିକ ସାଧାରଣ ହୋଇଯାଇଛି । ସଂକ୍ରାମକ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ କିନ୍ତୁ ଅ-ସଂକ୍ରାମକ ରୋଗ ପାଇଁ କ’ଣ କରାଯାଇ ପାରେ?
ଏହା ମତେ ଅଧିକ ଦୁଃଖ ଦେଉଛି, ଯାହାକୁ ମୁଁ କେବେ ଭାଷାରେ ବର୍ଣ୍ଣନା କରି ପାରିବି ନାହିଁ । ମୁଁ ଯେତେବେଳେ ପଢେ, ନିଜ ଭିତରେ ଶାନ୍ତି ପାଉ ନ ଥିବା ମଣିଷ ମାଦକ ଦ୍ରବ୍ୟ ସେବନ କରେ ଏବଂ ମଦ୍ୟପାନ କରେ ।
ଆଜି, ସାରା ଦୁନିଆ ଶାନ୍ତି ଚାହୁଁଛି, କେବଳ ଯୁଦ୍ଧ ଓ ସଂଘର୍ଷରୁ ନୁହେଁ ବରଂ ମନ ଓ ମସ୍ତିଷ୍କରେ ଶାନ୍ତି ଚାହେଁ ।
ମାନସିକ ଚାପର ବୋଝ ତାକୁ ଅତ୍ୟଧିକ ବ୍ୟତିବ୍ୟସ୍ତ କରି ଦିଏ ଏବଂ ଏଥିରୁ ମୁକ୍ତି ପାଇବାର ତୀକ୍ଷ୍ଣ ଅସ୍ତ୍ର ହେଉଛି ଯୋଗ ।
ଏହାର ପର୍ଯ୍ୟ।ପ୍ତ ପ୍ରମାଣ ରହିଛି ଯେ, ଯୋଗାଭ୍ୟାସ-ମାନସିକ ଚାପ ଏବଂ ଦୀର୍ଘ ଦିନରୁ ଥିବା ସ୍ଥିତିରୁ ମୁକୁଳିବାରେ ସାହାଯ୍ୟ କରିଥାଏ । ଯଦି ଶରୀର ମନର ଏକ ମନ୍ଦିର, ଯୋଗ ତାହାକୁ ଏକ ସୁନ୍ଦର ମନ୍ଦିରରେ ପରିଣତ କରିଦିଏ ।
ଏଥି ପାଇଁ ମୁଁ ଯୋଗକୁ ସ୍ୱାସ୍ଥ୍ୟ ଆଶ୍ଵାସନାର ଏକ ପାସପୋର୍ଟ ବୋଲି କହେ । ବେମାରୀ ପାଇଁ ଚିକିତ୍ସା କରାଯାଇ ପାରିବ, ସେହି ଅନୁସାରେ ଏହା ଅଧିକ ଏବଂ କଲ୍ୟାଣ ପାଇଁ ଏକ ସାଧନ ।
ଯୋଗ ରୋଗ ମୁକ୍ତି (ରୋଗରୁ ମୁକ୍ତି) ରୂପରେ ତା’ଠାରୁ ଭଲ ଭାବରେ ଭୋଗ ମୁକ୍ତି (ସାଂସାରିକ ଲାଳସାରୁ ମୁକ୍ତି) ପାଇଁ ଅଟେ ।
ଯୋଗ ବ୍ୟକ୍ତିକୁ ବିଚାର, କାର୍ଯ୍ୟ, ଜ୍ଞାନ ଏବଂ ଭକ୍ତି ଆଧାରରେ ଏକ ଭଲ ମଣିଷ ଭାବେ ଗଢି ତୋଳିଥାଏ ।
ଏହା କେବଳ ଏକ ଅଭ୍ୟାସ ଯାହା ଶରୀରକୁ ଫିଟ୍ ରଖିବା ପାଇଁ ବ୍ୟାୟାମ, ସେଭଳି ଭାବରେ ଯୋଗକୁ ଦେଖିବା ବହୁତ ଅନୁଚିତ ହେବ ।
ଆପଣମାନେ ଦେଖିବେ, ବହୁତ ଲୋକ ଶରୀରକୁ ବଙ୍କା କରିବା ଓ ଫେସନ ପାଇଁ ମୋଡିବା ଭଳି ଅନେକ କସରତ କରି ପାରିବେ କିନ୍ତୁ ସେମାନେ ସମସ୍ତେ ଯୋଗୀ ନୁହନ୍ତି ।
ଯୋଗ ଶାରିରୀକ ବ୍ୟାୟାମ ଠାରୁ ବହୁ ଦୂରରେ ।
ଯୋଗ ମାଧ୍ୟମରେ, ଆମେ ଏକ ନୂଆ ଯୁଗ ସୃଷ୍ଟି କରିପାରିବା – ଏକତା ଓ ସଦ୍ଭାବନାର ଯୁଗ ।
ମିଳିତ ଜାତିସଂଘରେ ଯେତେବେଳେ ଭାରତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ସଂପର୍କରେ ପ୍ରସ୍ତାବ ରଖିଲା ତ ସମସ୍ତେ ଏହାକୁ ଖୋଲା ହାତ ରେ ବାହୁ ଉପରକୁ ଉଠାଇ ସ୍ୱାଗତ କରିଥିଲେ ।
ସରା ଦୁନିଆ 21 ଜୁନ୍ 2015 ଏବଂ 2016 ଦୁଇ ଯୋଗ ଦିବସକୁ ବହୁତ ଆନ୍ତରିକତାର ସହ ପାଳନ କରିଛି ।
କୋରିଆ ହେଉ ଅବା କାନାଡା, ସ୍ୱିଡେନ ହେଉ ଅବା ଦକ୍ଷିଣ ଆଫ୍ରିକା ପୃଥିବୀର ପ୍ରତ୍ୟେକ ଭାଗରେ ସ୍ୱର୍ଯ୍ୟଙ୍କ କିରଣ ଯୋଗୀଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା, ଯୋଗ ଅଭ୍ୟାସ କରୁଥିବା ବେଳେ ।
ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଏତେ ଦେଶ ଏକାଠି ହେବା, ଯୋଗ – ଏକାଠି ହେବାର ସାର ତତ୍ତ୍ଵକୁ ଦେଖାଇ ଦେଇଥିଲା ।
ଯୋଗର ସେହି କ୍ଷମତା ରହିଛି ଯାହା ଏକ ନୂଆ ଯୁଗ ସୃଷ୍ଟି କରି ପାରିବ ଯେଉଁଥିରେ ଶାନ୍ତି, କରୁଣା, ଭ୍ରାତୃଭାବ ଏବଂ ମାନବ ଜାତିର ସର୍ବାଙ୍ଗୀନ ପ୍ରଗତି ଓ ସମ୍ଭାବନାର ସୂତ୍ରପାତ ହୋଇ ପାରିବ ।
ଏକ ବାସ୍ତବ ତଥା ଉଲ୍ଲେଖନୀୟ କଥା ଯେ, ସଦଗୁରୁ ସାଧାରଣ, ଯେକୌଣସି ଲୋକଙ୍କୁ ଯୋଗୀ କରି ଦିଅନ୍ତି । ଯେଉଁ ଲୋକ ନିଜ ପରିବାରରେ ରହିବା ସହିତ ଓ ଦୁନିଆରେ କାମ କରିଥାଏ । କିନ୍ତୁ ଯିଏ ନିଜ ଭିତରେ ଶିଖରରେ ରହିଥାଏ – ନିତିଦିନ ଆଧାରରେ ତୀବ୍ର ଓ ଆଶ୍ଚର୍ଯ୍ୟଜନକ ଅଭିଜ୍ଞତା ହାସଲ କରିଥାଏ । ଯେକୌଣସି ସ୍ଥାନରେ, ଯେକୌଣସି ପରିସ୍ଥିତିରେ ଯାହାକୁ ରଖି ଦେଲେ ସେ ଜଣେ ଯୋଗୀ ହୋଇ ପାରେ ।
ମୁଁ ଏଠାରେ ଏତେ ଅନେକ ଉଜ୍ଜ୍ୱଳ ଓ ଖୁସି ଚେହେରା ଥିବା ଲୋକଙ୍କୁ ଦେଖି ପାରୁଛି । ଅତ୍ୟନ୍ତ ସ୍ନେହ ଓ ଆଦରର ସହିତ ଲୋକ ଏଠାରେ କାମ କରୁଛନ୍ତି, ସବୁ ଛୋଟ ଛୋଟ କାମକୁ ଟିକିନିଖି ଧ୍ୟାନ ଦେଉଛନ୍ତି । ଏକ ବୃହତ କାର୍ଯ୍ୟ ପାଇଁ ପୁରା ଶକ୍ତି ଓ ଉତ୍ସାହ ସହିତ ଲୋକେ ନିଜକୁ ନିୟୋଜିତ କରିଥିବା ମୁଁ ଦେଖୁଛି ।
ଆଦିଯୋଗୀ-ଯୋଗକୁ ଅନେକ ଯୁଗ ପାଇଁ ନେବା ନିମନ୍ତେ ପ୍ରେରଣା ଯୋଗାଇବେ । ଆମ ପାଇଁ ଏହା ସବୁ ଆଣିଥିବାରୁ ସଦଗୁରୁଙ୍କ ପ୍ରତି ମୁଁ କୃତଜ୍ଞତା ଜଣାଉଛି ।
ଆପଣମାନଙ୍କୁ ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ ।
ପ୍ରଣାମ, ୱାଣକମ୍