PM undertakes aerial survey of flood affected areas in Bihar, announces relief package worth Rs.500 crores

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ବନ୍ୟା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିଥିଲେ; ସେ ମଧ୍ୟ ପୂର୍ଣ୍ଣିଆଠାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ଶ୍ରୀ ସୁଶୀଲ ମୋଦୀ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ମହଜୁଦ ଥିବା ରିଲିଫ ସାମଗ୍ରୀ, ଉଦ୍ଧାରକାର୍ଯ୍ୟ ଏବଂ କ୍ଷତିପୂରଣଜନିତ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ରାଜ୍ୟକୁ ସବୁପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଏବଂ ସେ ତୁରନ୍ତ 500 କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ଯଥାଶୀଘ୍ର କେନ୍ଦ୍ରୀୟ ଟିମ୍ ରାଜ୍ୟକୁ ଗସ୍ତ କରିବ ଏବଂ କ୍ଷୟକ୍ଷତି ଓ ସହାୟତା ସମ୍ପର୍କରେ ଆକଳନ କରିବ । ବନ୍ୟାଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଫସଲର ଆକଳନ କରିବା ଏବଂ କୃଷକମାନଙ୍କୁ ତୁରନ୍ତ ଫସଲ ବୀମା ସହାୟତା ଯୋଗାଇ ଦେବା ଲାଗି ସେମାନଙ୍କ ପ୍ରତିନିଧି ପଠାଇବାକୁ ସେ ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ ।

ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାର ତୁରନ୍ତ ମରାମତି କରିବା ଲାଗି ସେ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ଭିତ୍ତିଭୂମିର ମରାମତି ପାଇଁ କେନ୍ଦ୍ର ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ଯୋଗାଇଦେବ । ବନ୍ୟା ପ୍ରଭାବିତ ଅଂଚଳରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ 2ଲକ୍ଷ ଟଙ୍କା ଏବଂ ଗୁରୁତର ଆହତମାନଙ୍କୁ 50 ହଜାର ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦିଆଯିବ ।

ଏଠାରେ ସୂଚନାଯୋଗ୍ୟ ଯେ ସମ୍ପ୍ରତି ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ଭାରତ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହିତ ନିମ୍ନ ଅବବାହିକାରେ ବନ୍ୟା ସମସ୍ୟା ଓ ଏହାର ନିୟନ୍ତ୍ରଣ ନେଇ ଆଲୋଚନା କରିଥିଲେ । ସପ୍ତକୋଶୀ ଉଚ୍ଚ ନଦୀବନ୍ଧ ପ୍ରକଳ୍ପ ଏବଂ ସୁନକୋସି ଜଳଭଣ୍ଡାର ତଥା ନଦୀର ଗତି ପରିବର୍ତ୍ତନ ଯୋଜନା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ସହମତ ହୋଇଥିଲେ । ଉଭୟ ରାଷ୍ଟ୍ର ଜଳ ସଂରକ୍ଷଣ ଏବଂ ବନ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ସହଯୋଗ ବୃଦ୍ଧି ପାଇଁ ରାଜି ହୋଇଥିଲେ । ଏହା ସମଗ୍ର ଅଂଚଳରେ ବନ୍ୟା ନିୟନ୍ତ୍ରଣ ପଦକ୍ଷେପ ପ୍ରତି ସହାୟକ ହେବ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India's Economic Growth Activity at 8-Month High in October, Festive Season Key Indicator

Media Coverage

India's Economic Growth Activity at 8-Month High in October, Festive Season Key Indicator
NM on the go

Nm on the go

Always be the first to hear from the PM. Get the App Now!
...
PM Modi pays homage to Dr Harekrushna Mahatab on his 125th birth anniversary
November 22, 2024

The Prime Minister Shri Narendra Modi today hailed Dr. Harekrushna Mahatab Ji as a towering personality who devoted his life to making India free and ensuring a life of dignity and equality for every Indian. Paying homage on his 125th birth anniversary, Shri Modi reiterated the Government’s commitment to fulfilling Dr. Mahtab’s ideals.

Responding to a post on X by the President of India, he wrote:

“Dr. Harekrushna Mahatab Ji was a towering personality who devoted his life to making India free and ensuring a life of dignity and equality for every Indian. His contribution towards Odisha's development is particularly noteworthy. He was also a prolific thinker and intellectual. I pay homage to him on his 125th birth anniversary and reiterate our commitment to fulfilling his ideals.”