ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡ଼ିସେମ୍ବର 16, 2018ରେ ଉତ୍ତର ପ୍ରଦେଶ ଗସ୍ତରେ ଯିବେ ।
ରାଏ ବରେଲୀଠାରେ ପ୍ରଧାନମନ୍ତ୍ରୀ ଆଧୁନିକ କୋଚ କାରଖାନା ପରିଦର୍ଶନ କରିବେ । ସେଠାରେ ଆୟୋଜିତ ଏକ ଜନସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ 900ତମ କୋଚ ତଥା ସେହି କାରଖାନାରେ ନିର୍ମିତ ଏକ ହମସଫର ରେକକୁ ପତାକା ଦେଖାଇ ଏହାର ଚଳାଚଳକୁ ଶୁଭାରମ୍ଭ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ସେଠାରେ ଅନେକଗୁଡ଼ିଏ ବିକାଶ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ କେତେକର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
ଏହାପରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ ଯାତ୍ରାକରି ସେଠାରେ କୁମ୍ଭ ମେଳା ପାଇଁ ନିର୍ମିତ ଅତ୍ୟାଧୁନିକ କମାଣ୍ଡ ଓ କଣ୍ଟ୍ରୋଲ କେନ୍ଦ୍ରକୁ ଉଦ୍ଘାଟନ କରିବେ । ସେଠାରେ ଶ୍ରୀ ମୋଦୀ ଗଙ୍ଗା ପୂଜନ କରିବା ପରେ ସ୍ୱଚ୍ଛ କୁମ୍ଭ ପ୍ରଦର୍ଶନୀ ବୁଲି ଦେଖିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜଠାରେ “ଅକ୍ଷୟବଟ” ପରିଦର୍ଶନ କରିବେ ।
ଏହି କାର୍ଯ୍ୟକ୍ରମ ସରିବା ପରେ ପ୍ରଧାନମନ୍ତ୍ରୀ ଅଣ୍ଡୱା ଯିବେ ଓ ସେଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ । ସେଠାରେ ମଧ୍ୟ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରିବେ ।
ଏହାପରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜସ୍ଥିତ ବାମରୌଲି ବିମାନବନ୍ଦର ଠାରେ ପହଞ୍ଚି ଏହାର ଏକ ନବନିର୍ମିତ ଟର୍ମିନାଲକୁ ଉଦ୍ଘାଟନ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
The Prime Minister will visit Uttar Pradesh on December 16, 2018.
— PMO India (@PMOIndia) December 15, 2018
At Rae Bareli, PM will inspect the Modern Coach Factory. At a public meeting, he will flag-off the 900th coach, and a Humsafar Rake of this Factory.
He will dedicate to the nation, inaugurate, or lay the Foundation Stone of various development projects. The Prime Minister will also address the gathering.
— PMO India (@PMOIndia) December 15, 2018
The Prime Minister will then proceed to Prayagraj. He will inaugurate a state-of-the-art Command and Control Centre for the Kumbh Mela. He will perform Ganga Pujan, and visit the Swachh Kumbh exhibition. Shri Narendra Modi will also visit the “Akshayvat” in Prayagraj.
— PMO India (@PMOIndia) December 15, 2018
PM @narendramodi will go to Andawa, where he will dedicate to the nation, inaugurate, or lay the Foundation Stone of various development projects. The Prime Minister will also address the gathering.
— PMO India (@PMOIndia) December 15, 2018
The Prime Minister will then arrive at Bamrauli Airport, Prayagraj. He will inaugurate the new terminal building of the Airport, before returning to Delhi.
— PMO India (@PMOIndia) December 15, 2018