ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 9, 2018ରେ ରୋହତକର ସାମ୍ପଲା ଗସ୍ତରେ ଯିବେ ।
ପ୍ରଧାନମନ୍ତ୍ରୀ ସେଠାରେ ଦୀନବନ୍ଧୁ ସାର ଛୋଟୁ ରାମଙ୍କ ଏକ ପ୍ରତିମୂର୍ତ୍ତି ଅନାବରଣ କରିବେ । କୃଷକମାନଙ୍କ କଲ୍ୟାଣ, ପଛୁଆ ବର୍ଗ ଏବଂ ନିଷ୍ପେସିତଙ୍କ ଦୁଃଖ ମୋଚନ ପାଇଁ ନିରନ୍ତର କାର୍ଯ୍ୟ କରିବା କ୍ଷେତ୍ରରେ ଶ୍ରୀ ଛୋଟୁରାମ ହେଉଛନ୍ତି ଜଣେ ବଳିଷ୍ଠ ନେତୃତ୍ୱ । ଶିକ୍ଷା କ୍ଷେତ୍ରରେ ଏବଂ ଅନ୍ୟ ସାମାଜ କଲ୍ୟାଣ କାର୍ଯ୍ୟ ଦିଗରେ ତାଙ୍କର ଅବଦାନ ପାଇଁ ମଧ୍ୟ ସେ ଅବିସ୍ମରଣୀୟ ।
ଏକ ସର୍ବସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋନିପତଠାରେ ରେଳ କୋଚ ମରାମତି କାରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି କାରଖାନା କାର୍ଯ୍ୟକ୍ଷମ ହେଲେ ଉତ୍ତରାଞ୍ଚଳ କ୍ଷେତ୍ରରେ ରେଳ କୋଚଗୁଡିକର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ଏକ ପ୍ରମୁଖ କାରଖାନା ଭାବେ ପରିଗଣିତ ହେବ । ଏହା ମଡ୍ୟୁଲାର ଏବଂ ପ୍ରିଫେବ୍ରିକେଟେଡ ନିର୍ମାଣ କୌଶଳ, ଆଧୂନିକ ଯନ୍ତ୍ରପାତି ଏବଂ ପରିବେଶ ଅନୁକୂଳ ସୁବିଧାର ଉପଯୋଗ କରି ନିର୍ମାଣ କରାଯାଉଛି ।