QuotePM Modi to visit Gujarat, lay foundation stone for several development projects
QuotePM Modi to launch Pradhan Mantri Gramin Digital Saksharta Abhiyan aimed at imparting digital literacy to citizens in rural areas
QuotePM Modi to visit Vadnagar, address public meeting, launch the Intensified Mission Indradhanush
QuotePM to lay foundation stone for Bhadbhut Barrage to be built over Narmada River, flag off Antyodaya Express between Udhna and Jaynagar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 7 ଏବଂ 8 ଅକ୍ଟୋବର, 2017ରେ ଗୁଜରାଟ ଗସ୍ତରେ ଯିବେ ।

7 ଅକ୍ଟୋବର, ସକାଳେ ପ୍ରଧାନମନ୍ତ୍ରୀ ଦ୍ୱାରକାଧୀଶ ମନ୍ଦିରକୁ ଦର୍ଶନ ପାଇଁ ଯିବେ । ଦ୍ୱାରକାରେ ସେ ଓଖା ଏବଂ ଭେଟ୍ ଦ୍ୱାରକା ସେତୁ ଏବଂ ଅନ୍ୟ ସଡ଼କ ବିକାଶ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିବେ । ଏହାପରେ ସେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ।

ଦ୍ୱାରକାରୁ ପ୍ରଧାନମନ୍ତ୍ରୀ ସୁରେନ୍ଦ୍ରନଗର ଜିଲ୍ଲାର ଛୋଟିଲା ଗସ୍ତରେ ଯିବେ । ସେଠାରେ ସେ ରାଜକୋଟ ଗ୍ରୀନଫଲ୍ଡ ବିମାନବନ୍ଦର, ଅହମ୍ମଦାବାଦ-ରାଜାକୋଟ ରାଜ୍ୟ ରାଜପଥକୁ 6-ଲେନ କରିବା ଏବଂ ରାଜକୋଟ-ମୋରବି ରାଜ୍ୟ ରାଜପଥର 4-ଲେନ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିବେ । ସେ ମଧ୍ୟ ସୁରେନ୍ଦ୍ରନଗରର ରତନପୁର ଏବଂ ଜୋରାବରନଗରକୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ଏବଂ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ପ୍ୟାକେଜିଂ କେନ୍ଦ୍ରର ଉଦ୍ଘାଟନ କରିବେ । ଏହି ଅବସରରେ ସେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ।

ଏହାପରେ ପ୍ରଧାନମନ୍ତ୍ରୀ ଗାନ୍ଧୀ ନଗର ଅଭିମୁଖେ ଯାତ୍ରା କରିବେ । ସେ ଗାନ୍ଧୀନଗର ଆଇଆଇଟିର ନବନିର୍ମିତ କୋଠ ଉଦ୍ଘାଟନ କରିବା ସହିତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ୍ ସାକ୍ଷରତା ଅଭିଯାନର ଶୁଭାରମ୍ଭ କରିବେ । ଗ୍ରାମାଂଚଳର ନାଗରିକଙ୍କ ମଧ୍ୟରେ ଡିଜିଟାଲ୍ ସାକ୍ଷରତା ବୃଦ୍ଧି PMGDISAର ଉଦ୍ଦେଶ୍ୟ । ଏହା ସୂଚନା, ଜ୍ଞାନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ହାସଲ କରାଇପାରିବ । ଏହା ଜୀବିକାର ପନ୍ଥା ସୃଷ୍ଟି କରିବ ଏବଂ ଡିଜିଟାଲ୍ ପେମେଂଟ ଜରିଆରେ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ସଫଳ କରାଇବ । ସେଠାରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ ମଧ୍ୟ ଉଦ୍ବୋଧନ ଦେବେ ।

8 ତାରିଖ ସକାଳେ ପ୍ରଧାନମନ୍ତ୍ରୀ ଭଦନଗରଠାରେ ପହଂଚିବେ । ପ୍ରଧାନମନ୍ତ୍ରୀ ହେବା ପରେ ଭଦନଗରକୁ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ସେ ହଟକେଶ୍ୱର ମନ୍ଦିରକୁ ଦର୍ଶନ ପାଇଁ ଯିବେ । ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ ମିଶନ ଇନ୍ଦ୍ରଧନୁଷ ପରିବର୍ଦ୍ଧିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହାଦ୍ୱାରା ସହରାଂଚଳ ଏବଂ କମ୍ ଟିକାକରଣ ହୋଇଥିବା ଅନ୍ୟ ଅଂଚଳ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇପାରିବ । ଆଇଏମଟେକୋ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଇ-ଟାବଲେଟ ବଂଟନ କରିବେ । ଆଇଏମଟେକୋ ଏକ ସୃଜନାତ୍ମକ ମୋବାଇଲ୍ ଫୋନ୍ ଆପ୍ଲିକେସନ୍ ଯାହା ମାଧ୍ୟମରେ ଆଶାକର୍ମୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରାଯାଇପାରିବ । ମାତୃତ୍ୱ, ନବଜାତ ଏବଂ ଶିଶୁ ସ୍ୱାସ୍ଥ୍ୟ ଯତ୍ନ ଆଦି କ୍ଷେତ୍ରରେ ଉତ୍ତମ ତଦାରଖ, ସହାୟତା ଏବଂ ପ୍ରୋତ୍ସାହନରେ ସୁଧାର ଆସିପାରିବ । ‘ଟେକୋ’ ଶବ୍ଦର ଗୁଜରାଟୀରେ ଅର୍ଥ ହେଉଛି “ସହାୟତା” । ତେଣୁ “ଆଇଏମଟେକୋ”ର ଅର୍ଥ “ମୋର ସମର୍ଥନ” । ପ୍ରଧାନମନ୍ତ୍ରୀ ଏଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ।

ଏହି ଦିନ ଅପରାହ୍ଣରେ ପ୍ରଧାନମନ୍ତ୍ରୀ ଭାରୁଚ୍ ରେ ପହଂଚିବେ । ସେଠାରେ ସେ ଭାଦଭୁଟ୍ ନଦୀବନ୍ଧ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ଗୁଜରାଟ ସୁରତର ଉଧାନା ଠାରୁ ବିହାର ଜୟନଗର ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ଅନ୍ତ୍ୟୋଦୟ ଏକ୍ସପ୍ରେସ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଗୁଜରାଟ ନର୍ମଦା ସାର ନିଗମର ବିଭିନ୍ନ ପ୍ଲାଂଟ ଉଦଘାଟନ ଏବଂ ଶିଳାନ୍ୟାସ ପାଇଁ ଏକାଧିକ ଫଳକ ଉନ୍ମୋଚନ କରିବେ । ସେ ଜନସଭାରେ ମଧ୍ୟ ଉଦ୍ବୋଧନ ଦେବେ ।

8 ଅକ୍ଟୋବର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Independence Day and Kashmir

Media Coverage

Independence Day and Kashmir
NM on the go

Nm on the go

Always be the first to hear from the PM. Get the App Now!
...
PM hails India’s 100 GW Solar PV manufacturing milestone & push for clean energy
August 13, 2025

The Prime Minister Shri Narendra Modi today hailed the milestone towards self-reliance in achieving 100 GW Solar PV Module Manufacturing Capacity and efforts towards popularising clean energy.

Responding to a post by Union Minister Shri Pralhad Joshi on X, the Prime Minister said:

“This is yet another milestone towards self-reliance! It depicts the success of India's manufacturing capabilities and our efforts towards popularising clean energy.”