ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୧୯ତାରିଖରେ ଗୋଆ ଗସ୍ତରେ ଯିବେ । ଗୋଆ ମୁକ୍ତିଦିବସ ଅବସରରେ ସେଠାକାର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ଏବଂ ‘ଅପରେସନ ବିଜୟ’ର ସଦସ୍ୟମାନଙ୍କୁ ସମ୍ମାନୀତ କରିବେ ।
ଗୋଆକୁ ପର୍ତ୍ତୃଗୀଜ ଶାସନରୁ ମୁକ୍ତ କରିବା ପାଇଁ ଭାରତୀୟ ସେନା ୧୯୬୧ରେ ‘ଅପରେସନ ବିଜୟ’ ଆରମ୍ଭ କରି ଡିସେମ୍ବର ୧୯ରେ ସଫଳ ହୋଇଥିଲା । ସେହି ଦିବସଟିକୁ ପ୍ରତିବର୍ଷ ଗୋଆର ମୁକ୍ତିଦିବସ ଭାବେ ପାଳନ କରାଯାଇ ଆସୁଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୋଆର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ଓ ଶୁଭ ଦେବେ । ସେଥିମଧ୍ୟରେ ରହିଛି ପୁନର୍ବିକଶିତ ଆଗୁଆଡା ଫୋର୍ଟର ଜେଲ ମ୍ୟୁଜିୟମ, ଗୋଆ ମେଡିକାଲ କଲେଜର ସୁପର ସ୍ପେଶିଆଲିଟି ବ୍ଲକ, ଦକ୍ଷିଣ ଗୋଆର ନୂଆ ଜିଲ୍ଲା ହସପିଟାଲ, ମୋପା ବିମାନବନ୍ଦର ଉଡାଣ ଦକ୍ଷତା ବିକାଶ କେନ୍ଦ୍ର, ମାର୍ଗାଁଓର ଡାବୋଲିମ୍-ନାଭୋଲିମରେ ଏକ ଗ୍ୟାସ ଇନସୁଲେଟେଡ ସବ୍ଷ୍ଟେସନ । ସେ ମଧ୍ୟ ଗୋଆର ବାରକାଉନସିଲ ଅଫ ଇଣ୍ଡିଆ ଟ୍ରଷ୍ଟର ନ୍ୟାୟିକ ଶିକ୍ଷା ଓ ଗବେଷଣା ସଂକ୍ରାନ୍ତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଯୁନିଭରସିଟିର ଶିଳାନ୍ୟାସ କରିବେ ।
ଦେଶର ସବୁ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ତାଙ୍କର ଏହି ଲକ୍ଷ୍ୟ ଭିତ୍ତିରେ ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲର ୩୮୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏକ ସୁପରସ୍ପେଶାଲିଷ୍ଟ ବ୍ଲକ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାହାକୁ ଉଦ୍ଘାଟନ କରିବେ । ଏହା ଗୋଆର ଏକମାତ୍ର ସୁପର ସ୍ପେଶାଲିଟି ହସ୍ପିଟାଲ । ଏହା ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଉଦ୍ଦିଷ୍ଟ । ଏଥିରେ ଆଞ୍ଜିଓପ୍ଲାଷ୍ଟି, ବାଇପାସ ସର୍ଜରୀ, ଲିଭର ଟ୍ରାନ୍ସପ୍ଲାଣ୍ଟ, କିଡ୍ନୀ ପ୍ରତିରୋପଣ ଓ ଡାଏଲିସିସ୍ ଭଳି ସୁବିଧା ଉପଲବ୍ଧ । ଏହି ବ୍ଲକରେ ପିଏମ୍ କେୟାର୍ସ ପାଣ୍ଠିର ସହାୟତାରେ ୧୦୦୦ଏଲ୍ପିଏମ୍ ପିଏସ୍ଏ ପ୍ଳାଣ୍ଟ ରହିଛି ।
ନୂତନ ଦକ୍ଷିଣ ଗୋଆ ଜିଲ୍ଲା ହସ୍ପିଟାଲଟି ୨୨୦ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ।ଏଥିରେ ୩୩ସ୍ୱତନ୍ତ୍ର ଓପିଡି ସେବା ବିଭିନ୍ନ ବିଷୟରେ ଉପଲବ୍ଧ । ଏହି ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ବିଭିନ୍ନ ରୋଗ ପାଇଁ ରହିଛି । ଏହି ହସ୍ପିଟାଲରେ ମଧ୍ୟ ୫୦୦ ଅକ୍ସିଜେନ ଜେନେରେଟେଡ ବେଡ୍, ୫୫୦ ଲିଟର ଏଲଏମ୍ଡି ଟ୍ୟାଙ୍କ ଓ ୬୦୦ଏଲପିଏମ୍ ବିଶିଷ୍ଟ ଦୁଇଟି ପିଏମ୍ଏ ପ୍ଲାଣ୍ଟରହିଛି ।
ଆଗୁଆଡା ଫୋର୍ଟ ଜେଲ ମ୍ୟୁଜିୟମକୁ ପୁନଃ ବିକଶିତ କରାଯାଇ ଏହାକୁ ‘ଐତିହ୍ୟ ପର୍ଯ୍ୟଟନସ୍ଥଳ’ ଯୋଜନାରେ ବିକଶିତ କରାଯାଇଛି । ଏହା ସ୍ୱଦେଶୀ ଦର୍ଶନ କାର୍ଯ୍ୟକ୍ରମର ଏକ ଅଂଶବିଶେଷ । ଏଥିପାଇଁ ମୋଟ ୨୮କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗୋଆ ମୁକ୍ତ ହେବା ପୂର୍ବରୁ ପର୍ତ୍ତୃଗୀଜ ଶାସକମାନେ ଏହାକୁ ଏକ ଜେଲରେ ପରିଣତ କରି ମୁକ୍ତିସଂଗ୍ରାମୀମାନଙ୍କୁ ସେଠାରେ ବନ୍ଦୀ କରି ରଖି ନିର୍ଯାତନା ଦେଉଥିଲେ ।
ଗୋଆର ମୋପା ଏୟାରପୋର୍ଟରେ ଯେଉଁ ନୂଆ ଉଡାଣ ଦକ୍ଷତା ବିକାଶ କେନ୍ଦ୍ର (ଆଭିଏସନ ଡେଭଲପମେଣ୍ଟ ସେଣ୍ଟର) ତିଆରି ହୋଇଛି ସେଥିରେ ୮୦୫ କୋଟି ଟଙ୍କା ବ୍ୟୟ କରାଯାଇଛି । ଏଥିରେ ୧୬ଟି ବିଷୟରେ ଦକ୍ଷତା ବିକାଶ ତାଲିମ ଦେବାରେ ବ୍ୟବସ୍ଥା ଅଛି । ଏଠାକାର ତାଲିମପ୍ରାପ୍ତ ପ୍ରାର୍ଥୀମାନେ ନିର୍ମାଣାଧୀନ ମୋପା ବିମାନବନ୍ଦର କାର୍ଯ୍ୟକ୍ଷମ ହେଲେ ସେଥିରେ ନିଯୁକ୍ତି ପାଇବେ । ସେମାନଙ୍କୁ ମଧ୍ୟ ଦେଶ ଓ ବିଦେଶର ଅନ୍ୟାନ୍ୟା ବିମାନବନ୍ଦରରେ ନିଯୁକ୍ତି ସୁବିଧା ମିଳିବ ।
ମାର୍ଗାଓର ଡାଭୋରଲିମ୍-ନାଭେଲିମଠାରେ ଏକ ଗ୍ୟାସ ଇନ୍ସୁଲେଟେଡ୍ ସବ୍ଷ୍ଟେସନ ପ୍ରାୟ ୧୬କୋଟି ଟଙ୍କାରେ ତିଆରି ହୋଇଛି । ଶକ୍ତିମନ୍ତ୍ରଣାଳୟର ସମନ୍ୱିତ ଶକ୍ତି ବିକାଶ ଯୋଜନାରେ ଏହା ନିର୍ମିତ । ଏହା ଦ୍ୱାରା ଆଖପାଖର ଗାଁଗୁଡିକୁ ସ୍ଥିର ନିରନ୍ତର ବିଜୁଳି ଯୋଗାଇ ଦିଆଯାଇପାରିବ ।
ଗୋଆକୁ ଉଚ୍ଚ ବୈଷୟିକ ଶିକ୍ଷାର ଏକ ହବ୍ଭାବେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ସେଠାରେ ଆଇନଶିକ୍ଷା ଓ ଗବେଷଣାର ଏକ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । ବାର କାଉନସିଲ୍ ଅଫ ଇଣ୍ଡିଆ ଟ୍ରଷ୍ଟ ପକ୍ଷରୁ ଏହା ନିର୍ମିତ ହେଉଛି ।
ଏହି ଗସ୍ତ କାଳରେ ସେଦିନର ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତୀୟ ସେନା ଦ୍ୱାରା ଗୋଆ ମୁକ୍ତି ଉପରେ ସ୍ୱତନ୍ତ୍ର ଡାକଟିକଟ ଉନ୍ମୋଚନ କରିବେ । ପର୍ତ୍ତୁଗୀଜ ଶାସନରୁ ଗୋଆ ମୁକ୍ତି ସଂକ୍ରାନ୍ତ ଚିତ୍ରାବଳୀ ଏହି ସ୍ୱତନ୍ତ୍ର ଡାକଟିକଟରେ ରହିଛି । ଏଥିରେ ଭାରତୀୟ ଯୁଦ୍ଧ ଜାହାଜ ଗୋମମନ୍ତକ, ଶହୀଦ ହୋଇଥବା ସାତଣଜ ବୀର ନୌ-ସୈନିକଙ୍କ ସ୍ମୃତିରେ ନିର୍ମିତ ଯୁଦ୍ଧସ୍ମାରକ ଆଦିର ଚିତ୍ର ସ୍ଥାନ ପାଇଛି ।
‘ଅପରେସନ ବିଜୟ’ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ “ମାଏଁ ଷ୍ଟାମ୍ପ’କୁ ଉନ୍ମୋଚନ କରିବେ । ଏଥିରେ ପତ୍ରାଦେବୀର ହୃତାତ୍ମା ସ୍ମାରକ ଚିତ୍ର ସ୍ଥାନିତ । ଏହି ସ୍ମାରକ ଗୋଆ ମୁକ୍ତି ଆନ୍ଦୋଳନରେ ପ୍ରାଣପାତ କରିଥିବା ଶହୀଦମାନଙ୍କୁ ସାଲ୍ୟୁଟ ଜଣାଉଥିବାର ଚିତ୍ର । ଏହାଛଡା ସେଦିନ ମଧ୍ୟ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ‘ମେଘଦୂତ’ପୋଷ୍ଟକାର୍ଡକୁ ଉନ୍ମୋଚନ କରିବେ । ଏଥିରେ ଗୋଆ ମୁକ୍ତି ଆନ୍ଦୋଳନର ସମୟର ବିଭିନ୍ନ ପ୍ରମୁଖ ଘଟଣାର ଚିତ୍ର ସ୍ଥାନିତ ।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ସେଦିନ ଗୋଆର ଶ୍ରେଷ୍ଟ ପୌରସଭା, ପଞ୍ଚାୟତ, ସ୍ୱୟଂପୂର୍ଣ୍ଣ ମିତ୍ର ଆଦିଙ୍କୁ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ପ୍ରଧାନମନ୍ତ୍ରୀ ସେଦିନ ଅପରାହ୍ନ ପ୍ରାୟ ୨ଟା ୧୫ମିନିଟ୍ ସମୟରେ ପାଣାଜିର ଆଜାଦ ମୈଦାନସ୍ଥିତ ଶହୀଦ ସ୍ମାରକକୁ ଯାଇ ଶ୍ରଞ୍ଚାଞ୍ଜଳି ଅର୍ପଣ କରିବେ । ଅପରାହ୍ନ ୨ଟା ୩୦ମିନିଟ୍ରେ ପ୍ରଧାନମନ୍ତ୍ରୀ ପାଣାଜିର ମିରାମାରଠାରେ ସେଲ୍ ପରେଡ ଓ ଫ୍ଲାଏ ପ୍ଳାଣ୍ଟ କାର୍ଯ୍ୟକ୍ରମରେ ଭାଗନେବେ ।