ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଫେବୃୟାରୀ 2, 2019ରେ ପଶ୍ଚିମବଙ୍ଗର ଦୁର୍ଗାପୁର ଗସ୍ତ କରିବେ ।
ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଆନ୍ଦଲ-ସାଇନଥିଆ-ପୁକୁର-ମାଲଦା ଏବଂ ଖାନା-ସାଇଣ୍ଠିଆ ସେକ୍ସନର 294 କିଲୋମିଟର ଲମ୍ବ ରେଳପଥ ବିଦ୍ୟୁତିକରଣକୁ ରାଷ୍ଟ୍ର ଲାଗି ଉତ୍ସର୍ଗ କରିବେ । ଏହି ସେକ୍ସନର ବିଦ୍ୟୁତିକରଣ ଦ୍ଵାରା କୋଇଲା, ପଥର ଖଣ୍ଡ ଏବଂ ଭାରୀ ପଦାର୍ଥର ଉତ୍ତର ଏବଂ ଉତ୍ତର-ପୂର୍ବ ଭାରତକୁ ବଧାମୁକ୍ତ ପରିବହନ ସୁଗମ ହୋଇପାରିବ ।
ସେ ଏହି ଅବସରରେ 20 କିଲୋମିଟର ଲମ୍ବ ହିଜଳି-ନାରାୟନଗଡ ତୃତୀୟ ଲାଇନ ରାଷ୍ଟ୍ରକୁ ସମର୍ପିତ କରିବେ ।