ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 3 ମାର୍ଚ୍ଚ 2019ରେ ଉତ୍ତର ପ୍ରଦେଶର ଅମେଥି ଗସ୍ତରେ ଯିବେ ।
ଅମେଥିର କୌହାରଠାରେ, ପ୍ରଧାନମନ୍ତ୍ରୀ ଇଣ୍ଡୋ-ରଷିଆନ ରାଇଫଲ୍ସ ପ୍ରା.ଲିମିଟେଡକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ।
ଭାରତର ଗୋଳାବାରୁତ କାରଖାନା ଏବଂ ରୁଷୀୟ ଫାର୍ମର ମିଳିତ ଉଦ୍ୟମରେ ଇଣ୍ଡୋ-ରୁଷିଆନ୍ ରାଇଫଲ୍ସ ପ୍ରା. ୠିଃ ହେଉଛି ଭାରତ-ରୁଷ ସହଯୋଗ କ୍ଷେତ୍ରରେ ଏକ ମାଇଲଖୁଂଟ ।
କୋରୱା ଗୋଳାବାରୁଦ କାରଖାନାରେ ପ୍ରତିଷ୍ଠିତ କାଲାଶ୍ନିକୋଭ ରାଇଫଲ୍ସର ସଦ୍ୟତମ ଶୃଙ୍ଖଳା ନିର୍ମାଣ କରାଯିବ ।
ମେକ୍ ଇନ୍ ଇଣ୍ଡିଆର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ, ଏହି ମିଳିତ ଉଦ୍ୟମ ଦେଶରେ ସଶସ୍ତ୍ର ବାହିନୀକୁ ଅଧିକ ଶକ୍ତିଶାଳୀ କରିବ ଏବଂ ଦେଶର ନିରାପତ୍ତାକୁ ସୁଦୃଢ଼ କରିବ । ଏହି କାରଖାନା ମଧ୍ୟ ଆମେଥି ଏବଂ ଆଖପାଖ ଅଂଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ମିଳିତ ଉଦ୍ୟମ ଉତ୍ତର ପ୍ରଦେଶ ପ୍ରତିରକ୍ଷା କରିଡର ପ୍ରକଳ୍ପକୁ ବିପୁଳ ପ୍ରୋତ୍ସାହନ ଯୋଗାଇଦେବ ।
ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ । ଏସବୁ ଶକ୍ତି ଉତ୍ପାଦନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଉତ୍ପାଦନ କ୍ଷେତ୍ର ସହ ଜଡ଼ିତ । ଏହି ପ୍ରକଳ୍ପଗୁଡ଼ିକ ଆମେଥି ଅଂଚଳ ସହିତ ଉତ୍ତର ପ୍ରଦେଶକୁ ସିଧାସଳଖ ଲାଭାନ୍ୱିତ କରିବ ।
କୌହାରଠାରେ ମଧ୍ୟ ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରିବେ ।