ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମାର୍ଚ୍ଚ 9, 2019ରେ ଉତ୍ତର ପ୍ରଦେଶର ଗ୍ରେଟରନୋଏଡ଼ା ଗସ୍ତ କରିବେ । ଗ୍ରେଟର ନୋଏଡ଼ାସ୍ଥିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରତ୍ନତାତ୍ୱିକ ସଂସ୍ଥାନଠାରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରତ୍ନତାତ୍ୱିକ ସଂସ୍ଥାନର ଉଦଘାଟନ ଲାଗି ପ୍ରଧାନମନ୍ତ୍ରୀ ଫଳକଉନ୍ମୋଚନ କରିବେ । କ୍ୟାମ୍ପସ ପରିସରରେ ସେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିଅନାବରଣ କରିବେ । ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧୀନରେ ଥିବା ଏକସଂସ୍ଥାନ ଗ୍ରେଟର ନୋଏଡ଼ାର ନଲେଜ ପାର୍କ–2ରେ ରହିଛି ।
ମେଟ୍ରୋର ନୋଏଡ଼ା ସିଟି ସେଂଟର–ନୋଏଡ଼ା ଇଲେକଟ୍ରୋନିକ ସେକ୍ସନକୁ ପ୍ରଧାନମନ୍ତ୍ରୀ ଉଦଘାଟନକରିବେ । ଏହି ନୂଆ ସେକ୍ସନ ନୋଏଡ଼ା ବାସୀନ୍ଦାଙ୍କୁ ଏକ ସୁବିଧାଜନକ ଏବଂ ଦ୍ରୁତ ପରିବହନ ମାଧ୍ୟମଯୋଗାଇ ଦେବ । ଏହା ମଧ୍ୟ ସଡ଼କରେ ଭିଡ଼ ହ୍ରାସ କରିବା ସହିତ ପରିବେଶ ଅନୁକୂଳ ପରିବନହସୁବିଧା ଯୋଗାଇ ଦେବ । 6.6 କିଲୋମିଟର ଲମ୍ବ ସେକ୍ସନ ହେଉଛି ଦିଲ୍ଲୀ ମେଟ୍ରୋ ବ୍ଲୁ ଲାଇନର ଏକସମ୍ପ୍ରସାରିତ ଅଂଶ ।
ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇଟି ତାପଜ ବିଦ୍ୟୁତ ପ୍ଲାଂଟ ପାଇଁ ଆଧାରଶିଳା ସ୍ଥାପନ କରିବେ । ଏଥିମଧ୍ୟରୁଗୋଟିଏ ହେଉଛି ଉତ୍ତର ପ୍ରଦେଶ ବୁଲନ୍ଦସହର ଜିଲ୍ଲାର ଖୁର୍ଜାରେ ଥିବା 1320 ମେଗାୱାଟ ବୃହତତାପଜ ବିଦ୍ୟୁତ ପ୍ଲାଂଟ । ଖୁର୍ଜା ବୃହତ ତାପଜ ବିଦ୍ୟୁତ କେନ୍ଦ୍ର ସୁପରକ୍ରିଟିକାଲ ଟେକନୋଲୋଜିଆଧାରିତ । 660 ମେଗାୱାଟ କ୍ଷମତାସମ୍ପନ୍ନ 2ଟି ୟୁନିଟ ରହିଛି । ଏଥିରେ ପରିବେଶ ସୁରକ୍ଷା ପାଇଁସଦ୍ୟତମ ନିର୍ଗମନ ନିୟନ୍ତ୍ରଣ ପ୍ରଯୁକ୍ତି ରହିଛି । ଏହାର ଉଚ୍ଚ ଦକ୍ଷତା ବିଦ୍ୟୁତ ଉତ୍ପାଦନ ଲାଗି କମଜାଳେଣି ଉପଯୋଗ କରିବ । ଖୁର୍ଜା ପ୍ଲାଂଟ ଦ୍ୱାରା ଉତ୍ତରାଂଚଳୟରେ ବିଦ୍ୟୁତ ନିଅଂଟ ସ୍ଥିତି ଦୂର ହେବ ।ବିଶେଷ କରି ଉତ୍ତର ପ୍ରଦେଶ ଏବଂ ଉତରାଖଣ୍ଡ, ରାଜସ୍ଥାନ, ହିମାଚଳ ପ୍ରଦେଶ ଓ ଦିଲ୍ଲୀ ଆଦି ରାଜ୍ୟଏହାଦ୍ୱାରା ଲାଭାନ୍ୱିତ ହେବେ । ଏହି ପ୍ରକଳ୍ପ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତବୁଲନ୍ଦସହର ଜିଲ୍ଲା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ପଶ୍ଚିମ ଉତ୍ତର ପ୍ରଦେଶର ଅନ୍ୟ ଜିଲ୍ଲାଗୁଡ଼ିକର ସାମଗ୍ରୀବିକାଶରେ ସହାୟକ ହେବ ।
ଦ୍ୱିତୀୟରେ ରହିଛି ବିହାରର 1320 ମେଗାୱାଟ କ୍ଷମତାସମ୍ପନ୍ନ ବକ୍ସର ତାପଜ ବିଦ୍ୟୁତ ପ୍ଲାଂଟ । ଭିଡିଓଲିଙ୍କ ଜରିଆରେ ବକ୍ସାର ତାପଜ ବିଦ୍ୟୁତ କେନ୍ଦ୍ରର ଉଦଘାଟନ କରାଯିବ । ବକ୍ସର ତାପଜ ବିଦ୍ୟୁତ ପ୍ଲାଂଟସୁପରିକ୍ରିଟିକାଲ ପ୍ରଯୁକ୍ତି ଆଧାରିତ ଏଥିରେ 660 ମେଗାୱାଟର 2ଟି ୟୁନିଟ ରହିଛି, ପରିବେଶ ସୁରକ୍ଷାଲାଗି ଏଥିରେ ଅତ୍ୟାଧୁନିକ ନିର୍ଗମନ ନିୟନ୍ତ୍ରଣ ପ୍ରଯୁକ୍ତି ଏବଂ ଉଚ୍ଚ ଦକ୍ଷତା ରହିଛି । ବକ୍ସର ପ୍ଲାଂଟ ବିହାରଏବଂ ପୂର୍ବାଂଚଳରେ ବିଦ୍ୟୁତ ନିଅଂଟସ୍ଥିତିରେ ପରବର୍ତ୍ତନ ଆଣିପାରିବ ।
ପ୍ରଧାନମନ୍ତ୍ରୀ ସମବେତ ଜନସଭାକୁ ସମ୍ବୋଧିତ କରିବେ ।