Quoteସମଗ୍ର ଦେଶରେ ଦ୍ରୁତ ଗତିଶୀଳ ସଂଯୋଗ ଯୋଗାଇବା ପାଇଁ ଏହା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ପ୍ରେରିତy
Quoteମିରଟରୁ ପ୍ରୟାଗରାଜ ପର୍ଯ୍ୟନ୍ତ ଏକ୍ସପ୍ରେସୱେ ୟୁପିର ୧୨ ଟି ଜିଲ୍ଲା ଦେଇ ରାଜ୍ୟର ପଶ୍ଚିମ ଏବଂ ପୂର୍ବ ଅଞ୍ଚଳକୁ ସଂଯୋଗ କରିବ
Quote୩୬,୨୦୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ହେବାକୁ ଏହି ସଡକ ୟୁପିର ଦୀର୍ଘତମ ଏକ୍ସପ୍ରେସୱେ ହେବ
Quoteଶାହାଜାହାନପୁରରେ ର୍ନିମାଣ ହେବାକୁ ଥିବା ଏକ୍ସପ୍ରେସୱେରେ ବାୟୁସେନା ବିମାନର ଜରୁରୀକାଳୀନ ଅବତରଣ ଏବଂ ଉଡାଣରେ ସାହାଯ୍ୟ କରିବା ପାଇଁ ୩.୫ କିଲୋମିଟର ଲମ୍ବା ଏୟାର ଷ୍ଟ୍ରିପ୍ ରହିବ
 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ଡିସେମ୍ବର ୨୦୨୧ ରେ ଉତ୍ତରପ୍ରଦେଶର ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସୱେର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।

ଏକ୍ସପ୍ରେସୱେ ପଛରେ ପ୍ରେରଣା ହେଉଛି ସମଗ୍ର ଦେଶରେ ଦ୍ରୁତ ଗତିଶୀଳ ସଂଯୋଗ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି । ୫୯୪ କିଲୋମିଟର ଲମ୍ବା ଛଅ ଲେନ ବିଶିଷ୍ଟ ଏକ୍ସପ୍ରେସୱେ ୩୬,୨୦୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମାଣ ହେବ ।ମିରଟର ବିଜାଉଲି ଗାଁ ନିକଟରୁ ଆରମ୍ଭ ହୋଇ ଏକ୍ସପ୍ରେସୱେ ପ୍ରୟାଗରାଜର ଜୁଦାପୁର ଦାଣ୍ଡୁ ଗ୍ରାମ ନିକଟ ପର୍ଯ୍ୟନ୍ତ ଲମ୍ବିବ ।ଏହା ମିରଟ, ହାପୁର, ବୁଲନ୍ଦଶାହର, ଆମରୋହା, ସମ୍ଭଲ, ବୁଦାଉନ୍‌, ଶାହାଜାହାନପୁର, ହାରଦୋଇ, ଉନ୍ନାଓ, ରାଏବରେଲି, ପ୍ରତାପଗଡ ଏବଂ ପ୍ରୟାଗରାଜ ଦେଇ ଯିବ ।କାର୍ଯ୍ୟ ସମାପ୍ତ ହେବା ପରେ ଏହା ଉତ୍ତରପ୍ରଦେଶର ଦୀର୍ଘତମ ଏକ୍ସପ୍ରେସୱେ ହୋଇ ରାଜ୍ୟର ପଶ୍ଚିମ ଏବଂ ପୂର୍ବ ଅଞ୍ଚଳକୁ ସଂଯୋଗ କରିବ ।ଶାହଜାହାନପୁରର ଏକ୍ସପ୍ରେସୱେରେ ଜରୁରୀକାଳୀନ ବିମାନ ଚଳାଚଳ ଏବଂ ଅବତରଣ କରିବାରେ ସହାୟତା ଲାଗି ୩.୫ କିଲୋମିଟର ଲମ୍ବା ଏୟାର ଷ୍ଟ୍ରିପ୍ ମଧ୍ୟ ର୍ନିମାଣ କରାଯିବ ।ଏକ୍ସପ୍ରେସୱେରେ ଏକ ଶିଳ୍ପ କରିଡର ମଧ୍ୟ ର୍ନିମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ଏକ୍ସପ୍ରେସୱେ ଶିଳ୍ପ ବିକାଶ, ବାଣିଜ୍ୟ, କୃଷି, ପର୍ଯ୍ୟଟନ ଇତ୍ୟାଦି ସହିତ ଏକାଧିକ କ୍ଷେତ୍ରକୁ ଗତି ପ୍ରଦାନ କରିବ ଏବଂ ଏହା ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଏକ ବଡ଼ ସହାୟକ ହେବ ।

  • शिवकुमार गुप्ता January 15, 2022

    🙏🌷जय श्री सीताराम जी🌷🙏
  • G.shankar Srivastav January 01, 2022

    जय हो
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India is taking the nuclear energy leap

Media Coverage

India is taking the nuclear energy leap
NM on the go

Nm on the go

Always be the first to hear from the PM. Get the App Now!
...
PM Modi commemorates Navratri with a message of peace, happiness, and renewed energy
March 31, 2025

The Prime Minister Shri Narendra Modi greeted the nation, emphasizing the divine blessings of Goddess Durga. He highlighted how the grace of the Goddess brings peace, happiness, and renewed energy to devotees. He also shared a prayer by Smt Rajlakshmee Sanjay.

He wrote in a post on X:

“नवरात्रि पर देवी मां का आशीर्वाद भक्तों में सुख-शांति और नई ऊर्जा का संचार करता है। सुनिए, शक्ति की आराधना को समर्पित राजलक्ष्मी संजय जी की यह स्तुति...”