ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 20, 2018ରେ ନୂଆଦିଲ୍ଲୀର ଦ୍ଵାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଓ ଏକ୍ସପୋ କେନ୍ଦ୍ରର ଉଦ୍ଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେବେ ।
ଦ୍ଵାରକାର ସେକ୍ଟର 25ରେ ପ୍ରତିଷ୍ଠିତ ଏହି ବିଶ୍ୱସ୍ତରୀୟ ଅତ୍ୟାଧୁନିକ ପ୍ରଦର୍ଶନୀ ତଥା ସମ୍ମିଳନୀ କକ୍ଷରେ ସବୁ ଆର୍ଥିକ ଠାରୁ ଆରମ୍ଭ କରି ଆତିଥ୍ୟ ଏବଂ ଖୁଚୁରା ସେବା ପର୍ଯ୍ୟନ୍ତ ସବୁପ୍ରକାର ସେବା ବ୍ୟବସ୍ଥା ରହିବ । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାକୁ ମୋଟ 25,700 କୋଟି ଟଙ୍କା ବ୍ୟୟ କରାଯିବାର ଆକଳନ କରାଯାଇଛି ।
ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ର ଲିମିଟେଡ଼ ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହା 100 ପ୍ରତିଶତ ସରକାରଙ୍କ ଅଧୀନରେ ଥିବା କମ୍ପାନୀ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ ଦ୍ଵାରା ଏହା ପରିଚାଳିତ ।