ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୨, ୨୦୨୧ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସି ଜରିଆରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଦୁଇଟି ଅଭିନବ ଗ୍ରାହକ କୈନ୍ଦ୍ରିକ ପଦକ୍ଷେପର ଶୁଭାରମ୍ଭ କରିବେ । ଏହି ପଦକ୍ଷେପଗୁଡ଼ିକ ହେଉଛି ଆରବିଆଇର ପ୍ରତ୍ୟକ୍ଷ ଖୁଚୁରା ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ – ସମନ୍ୱିତ ଅମ୍ବୁଡ୍ସମ୍ୟାନ ଯୋଜନା ।
ଆରବିଆଇ ପ୍ରତ୍ୟକ୍ଷ ଖୁଚୁରା ଯୋଜନାର ଲକ୍ଷ୍ୟ ହେଉଛି ଖୁଚୁରା ନିବେଶକଙ୍କ ପାଇଁ ସରକାରୀ ନିବେଶ ବଜାରରେ ପ୍ରବେଶକୁ ବଢାଇବା । ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପୁଞ୍ଜି ନିବେଶରେ ସିଧାସଳଖ ବିନିଯୋଗ ପାଇଁ ଏହା ସେମାନଙ୍କୁ ଏକ ନୂଆ ସୁଯୋଗ ପ୍ରଦାନ କରିବ । ନିବେଶକମାନେ ବିନା ମୂଲ୍ୟରେ ଆରବିଆଇ ସହିତ ସେମାନଙ୍କର ସରକାରୀ ନିବେଶ ଆକାଉଣ୍ଟକୁ ସହଜରେ ଖୋଲିବା ଏବଂ ପରିଚାଳନା କରିବାରେ ସକ୍ଷମ ହେବେ ।
ରିଜର୍ଭ ବ୍ୟାଙ୍କ – ସମନ୍ୱିତ ଅମ୍ବୁଡ୍ସମ୍ୟାନ ଯୋଜନା ଆରବିଆଇ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ବିରୁଦ୍ଧରେ ଗ୍ରାହକଙ୍କ ଅଭିଯୋଗର ସମାଧାନ ପାଇଁ ଜ୍ଞାନକୌଶଳକୁ ଆହୁରି ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି । ଏହି ଯୋଜନାର ମୁଖ୍ୟ ବିଷୟବସ୍ତୁର ଆଧାର ଗୋଟିଏ ପୋର୍ଟାଲ, ଗୋଟିଏ ଇ-ମେଲ୍ ଏବଂ ଗୋଟିଏ ଠିକଣା ସହିତ ‘ଗୋଟିଏ ଦେଶ-ଗୋଟିଏ ଅମ୍ବୁଡ୍ସମ୍ୟାନ’ ରହିଛି ଯେଉଁଠାରେ ଗ୍ରାହକମାନେ ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ । ଅଭିଯୋଗ ଦାଖଲ କରିବା, କାଗଜପତ୍ର ଦାଖଲ କରିବା, ଅଭିଯୋଗର ସ୍ଥିତିକୁ ଟ୍ରାକ୍ କରିବା ଏବଂ ମତାମତ ପ୍ରଦାନ କରିବା ପାଇଁ ଗ୍ରାହକଙ୍କ ଲାଗି ଏକକ ବ୍ୟବସ୍ଥା ରହିବ । ଏକ ବହୁଭାଷୀ ଟୋଲ୍ ଫ୍ରି ନମ୍ବର ଅଭିଯୋଗର ସମାଧାନ ଏବଂ ଅଭିଯୋଗ ଦାଖଲ ପାଇଁ ସହାୟତା ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରିବ ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ଆରବିଆଇର ଗଭର୍ଣ୍ଣର ମଧ୍ୟ ଯୋଗଦେବେ ।