ଯୋଗବାଣୀ-ବିରାଟନଗରଠାରେ ଦ୍ୱିତୀୟ ଇଣ୍ଟିଗ୍ରେଟେଡ ଚେକପୋଷ୍ଟ (ICP)କୁ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେପି ଓଲି ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଯୁଗ୍ମ ଭାବେ ଉଦଘାଟନ କରିବେ । ଭାରତ-ନେପାଳ ସୀମାରେ ବାଣିଜ୍ୟ ଓ ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ଭାରତ ସହାୟତାରେ ଯୋଗବାଣୀ-ବିରାଟନଗରଠାରେ ଦ୍ୱିତୀୟ ଇଣ୍ଟିଗ୍ରେଟେଡ ଚେକପୋଷ୍ଟର ନିର୍ମାଣ କରାଯାଇଛି ।
ଭୂମିକମ୍ପ ପରେ ଭାରତ ସରକାରଙ୍କ ସହାୟତାରେ ନେପାଳରେ ହୋଇଥିବା ପୁନଃନିର୍ମାଣ ପ୍ରକଳ୍ପର ଆଖିଦୃଶିଆ ଅଗ୍ରଗତି କାର୍ଯ୍ୟକୁ ମଧ୍ୟ ଉଭୟ ପ୍ରଧାନମନ୍ତ୍ରୀ ପର୍ଯ୍ୟବେକ୍ଷଣ କରିବେ । ଗୋର୍ଖା ଓ ନୂଆକୋଟ ଜିଲ୍ଲାମାନଙ୍କରେ 50,000 ଗୃହ ନିର୍ମାଣ ପାଇଁ ଭାରତ ସରକାର ସଂକଳ୍ପବଦ୍ଧତା ପ୍ରକାଶ କରିଥିବା ବେଳେ ସେଥିମଧ୍ୟରୁ 45,000 ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଛି ।
Tomorrow PM @narendramodi and @PM_Nepal Shri K.P. Oli will jointly inaugurate the second Integrated Check Post (ICP) at Jogbani-Biratnagar built with Indian assistance to facilitate trade and people’s movement.
— PMO India (@PMOIndia) January 20, 2020
The first ICP was built in Raxaul-Birgunj in 2018.
Both Prime Ministers will also witness the remarkable progress in GoI assisted post-earthquake housing reconstruction projects in Nepal.
— PMO India (@PMOIndia) January 20, 2020
Out of GoI’s commitment to build 50,000 houses in Gorkha and Nuwakot districts, 45,000 have already been completed.