ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମେ ନହିଁ ହମ’ ‘ମୁଁ ନୁହେଁ ଆମେ’ ପୋର୍ଟାଲ ଏବଂ ଆପର ଶୁଭାରମ୍ଭ ଅବସରରେ 24 ଅକ୍ଟୋବର, 2018ରେ ସମଗ୍ର ଭାରତର ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାଣ ବୃତ୍ତିଧାରୀମାନଙ୍କ ସହ ମତ ବିନିମୟ କରିବେ ।
ଏହି ପୋର୍ଟାଲ ‘ସେଲ୍ଫ ଫର ସୋସାଇଟି’ “Self4Society” ବିଷୟ ଉପରେ କାର୍ଯ୍ୟ କରୁଛି, ଆଇଟି ବୃତ୍ତିଧାରୀ ଏବଂ ସଂଗଠନଗୁଡିକୁ ଗୋଟିଏ ମଂଚରେ ସାମାଜିକ କାରଣରୁ ଏବଂ ସମାଜ ପ୍ରତି ସେବା କ୍ଷେତ୍ରରେ ନିଜ ପ୍ରୟାସଗୁଡିକୁ ଏକାସହିତ ଆଣିବାରେ ସକ୍ଷମ କରିବ । ଏଭଳି କରିବା ଦ୍ୱାରା ପୋର୍ଟାଲ ଜରିଆରେ ଖାସକରି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ସମାଜର ଦୁର୍ବଳ ଶ୍ରେଣୀର ସେବା ପ୍ରତି ଅଧିକ ସହଯୋଗ ପ୍ରଦାନ ନେଇ ଆଶା କରିହେବ । ଏଥିରେ ରୁଚି ରଖୁଥିବା ଲୋକମାନଙ୍କ ବ୍ୟାପକ ଅଂଶୀଦାର ସୃଷ୍ଟି କରିବାର ଆଶା ରହିଛି ଯାହା ସମାଜ କଲ୍ୟାଣ ପାଇଁ କାମ କରିବାକୁ ପ୍ରେରିତ ।
ପ୍ରଧାନମନ୍ତ୍ରୀ ପ୍ରମୁଖ ଉଦ୍ୟୋଗର ନେତୃତ୍ୱମାନଙ୍କ ସହିତ ସାକ୍ଷାତ କରିବେ । ସେ ଆଇଟି ବୃତ୍ତିଧାରୀ ଏବଂ ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାଣ ସଂଗଠନଗୁଡିକର କର୍ମଚାରୀମାନଙ୍କ ଏକ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଟାଉନହଲ ଷ୍ଟାଇଲ ଫର୍ମାଟରେ ଟାଉନହଲଠାରେ ସମ୍ବୋଧିତ କରିବେ । ଭାରତର ପାଖାପାଖି 100ଟି ସ୍ଥାନରୁ ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାଣ ବୃତ୍ତିଧାରୀମାନେ ଭିଡିଓ କନଫରେନ୍ସ ଜରିଆରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।