ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 12, 2018ରେ ନୂଆଦିଲ୍ଲୀର ତିଲକ ମାର୍ଗଠାରେ ଭାରତୀୟ ପ୍ରତ୍ନତତ୍ଵ ସର୍ଭେ ସଂସ୍ଥାର ନୂତନ ମୁଖ୍ୟାଳୟ କୋଠାକୁ ଉଦ୍ଘାଟନ କରିବେ ।
ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏହି ମୁଖ୍ୟାଳୟ ମଧ୍ୟରେ ଶକ୍ତି ସଂରକ୍ଷଣ ଆଲୋକ ବ୍ୟବସ୍ଥା, ବର୍ଷା ଜଳ ଅମଳ ସୁବିଧା ଆଦି ରହିଛି । ନୂତନ ଭବନରେ ଏକ କେନ୍ଦ୍ରୀୟ ପ୍ରତ୍ନତତ୍ଵ ଲାଇବ୍ରେରୀ ରହିଛି ଯେଉଁଥିରେ କି ପାଖାପାଖି 1.5 ଲକ୍ଷ ପୁସ୍ତକ ଓ ପତ୍ରିକା ସ୍ଥାନିତ ହୋଇଛି ।