Road connectivity in the North-East will see a major transformation: PM to inaugurate India’s longest bridge
Dhola-Sadia Bridge to provide efficient road connectivity to remote and backward areas which have poor road infrastructure
Dhola-Sadia Bridge to give a major boost to overall economic development in Assam and Arunachal Pradesh
  • ଲୋହିତ ନଦୀ ଉପରେ ନିର୍ମିତ 9.15 କିମି ଦୀର୍ଘ ଧୋଲା-ସଦିଆ ପୋଲ
  • ଆସାମ -ଅରୁଣାଚଳ ମଧ୍ୟରେ 165 କିଲୋମିଟରର ଦୂରତ୍ୱ ହ୍ରାସ କରିବ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଦୀର୍ଘତମ ପୋଲକୁ ଉଦଘାଟନ କରିବେ । 9.15 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଧୋଲା-ସଦିଆ ପୋଲ ଦେଶର ଉତ୍ତର-ପୂର୍ବାଂଚଳରେ ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ । ବ୍ରହ୍ମପୁତ୍ରର ଏକ ଶାଖା ନଦୀ ଲୋହିତ ନଦୀ ଉପରେ ନିର୍ମିତ ଏହି ପୋଲଟିରେ ତିନି ଥାକିଆ ରାସ୍ତାର ସୁବିଧା କରାଯାଇଛି । ପୋଲଟି ଆସାମର ଧୋଲା ଅଞ୍ଚଳକୁ ଅରୁଣାଚଳ ପ୍ରଦେଶର ସଦିଆ ସହ ସଂଯୋଗ କରୁଛି । ପୂର୍ବରୁ ଏହି ଅଞ୍ଚଳରେ ବ୍ରହ୍ମପୁତ୍ର ନଦୀକୁ କେବଳ ଫେରି ଯୋଗେ ଲୋକେ ଅତିକ୍ରମ କରୁଥିଲେ । ତାହା ବି କେବଳ ଦିନ ସମୟରେ । ବନ୍ୟା କିମ୍ବା ରାତ୍ର କାଳରେ ଏହା ସମ୍ଭବ ହେଉ ନଥିଲା । ପୂର୍ବରୁ ବ୍ରହ୍ମପୁତ୍ର ଉପରେ କେବଳ ଗୋଟିଏ ପୋଲ ତେଜପୁର ନିକଟରେ କାଲିଆ-ଭୋମରା ପୋଲ ଥିଲା । ଆସନ୍ତାକାଲି କିନ୍ତୁ ଧୋଲା-ସାଦିଆ ପୋଲର ଉଦଘାଟନ ପରେ ଉପର ଆସାମ ସହ ଅରୁଣାଚଳ ପ୍ରଦେଶର ଚବିଶ ଘଣ୍ଟିଆ ଯୋଗାଯୋଗ ବ୍ୟବସ୍ଥା ହୋଇଯିବ ।

ନୂତନ ପୋଲ ଆସାମର ରୁପାଇ (ଜାତୀୟ ରାଜପଥ-37) ଠାରୁ ଅରୁଣାଚଳ ପ୍ରଦେଶର ମେକା/ରୋଇଂ(ଜାତୀୟ ରାଜପଥ-52) ମଧ୍ୟରେ 165 କିଲୋମିଟରର ଦୂରତ୍ୱ ହ୍ରାସ କରିବ । ପୂର୍ବରୁ ଏହି ରାସ୍ତାକୁ ଅତିକ୍ରମ କରିବାକୁ 6 ଘଣ୍ଟା ଲାଗୁଥିବା ବେଳେ ଏବେ ମାତ୍ର ଏକ ଘଣ୍ଟା ସମୟ ଲାଗିବ । ଏହାଦ୍ୱାରା ଦୈନିକ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ ବାବଦକୁ 10 ଲକ୍ଷ ଟଙ୍କା ସଞ୍ଚୟ ହୋଇପାରିବ ।

ପୋଲଟିର ଦୈର୍ଘ୍ୟ 9.15 କିଲୋମିଟର ଥିବା ବେଳେ ଆପ୍ରୋଚ୍ ରୋଡକୁ ମିଶାଇଲେ ଏହାର ଲମ୍ବ ହେବ 28.50 କିଲୋମିଟର । ଏହି ପୋଲ ନିର୍ମାଣରେ 2056  କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
‘Make in India’ is working, says DP World Chairman

Media Coverage

‘Make in India’ is working, says DP World Chairman
NM on the go

Nm on the go

Always be the first to hear from the PM. Get the App Now!
...
PM Modi condoles loss of lives due to stampede at New Delhi Railway Station
February 16, 2025

The Prime Minister, Shri Narendra Modi has condoled the loss of lives due to stampede at New Delhi Railway Station. Shri Modi also wished a speedy recovery for the injured.

In a X post, the Prime Minister said;

“Distressed by the stampede at New Delhi Railway Station. My thoughts are with all those who have lost their loved ones. I pray that the injured have a speedy recovery. The authorities are assisting all those who have been affected by this stampede.”