ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (27.07.2017) ପୂର୍ବାହ୍ନ 11ଟା 30ମିନିଟ୍ ସମୟରେ ରାମେଶ୍ୱରମର ପେଇକୁରୁମ୍ବୁଠାରେ ପୂର୍ବତନ ରାଷ୍ଟ୍ରପତି ଡଃ.ଏପିଜେ ଅବଦୁଲ କଲାମଙ୍କ ସ୍ମାରକୀସ୍ଥଳ ଉଦ୍ଘାଟନ କରିବେ । ଡିଆରଡିଓ ଦ୍ୱାରା ଡିଜାଇନ୍ ଏବଂ ନିର୍ମାଣ କରାଯାଇଥିବା ସ୍ମାରକୀ ଠାରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ ।
ପ୍ରଧାନମନ୍ତ୍ରୀ ସେଠାରେ ଡଃ.ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବେ । ଡଃ.କଲାମଙ୍କ ପରିବାର ସଦସ୍ୟମାନଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।
ପରେ ପ୍ରଧାନମନ୍ତ୍ରୀ ‘କଲାମ୍ ସନ୍ଦେଶ ବାହିନୀ’ ନାମକ ପ୍ରଦର୍ଶନୀ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ଯାହା ଦେଶର ବିଭିନ୍ନ ରାଜ୍ୟକୁ ପରିଭ୍ରମଣ କରିବ ଏବଂ ଅକ୍ଟୋବର 15 ତାରିଖ ପୂର୍ବତନ ରାଷ୍ଟ୍ରପତିଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଭବନରେ ପହଂଚିବ ।
ଏହାପରେ ମଣ୍ଡପମରେ ଆୟୋଜିତ ଏକ ଜନସଭାରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଯିବେ । ନୀଳ ବିପ୍ଳବ ଯୋଜନା ଅଧୀନରେ ଲମ୍ବା ଲାଇନ୍ ଟ୍ରଲର ହିତାଧିକାରୀମାନଙ୍କୁ ସ୍ୱୀକୃତିପତ୍ର ପ୍ରଦାନ କରିବେ । ସେ ମଧ୍ୟ ଅଯୋଧ୍ୟାରୁ ରାମେଶ୍ୱରମ୍ ପର୍ଯ୍ୟନ୍ତ ନୂଆ ଏକ୍ସପ୍ରେସ୍ ଟ୍ରେନକୁ ଶୁଭାରମ୍ଭ (ଭିଡିଓ କନଫେରେନ୍ସିଂ ଜରିଆରେ) କରିବେ । ପ୍ରଧାନମନ୍ତ୍ରୀ ସବୁଜ ରାମେଶ୍ୱରମ୍ ପ୍ରକଳ୍ପର ରୂପରେଖ ଜାରି କରିବେ । ସେ ଜାତୀୟ ରାଜପଥ ନମ୍ବର-87ର ମୁକୁନ୍ଦାରୟାର ଚତିରାମ ଏବଂ ଅରିଚଲମୁନାଇ ମଧ୍ୟରେ 9.5 କିଲୋମିଟର ସଂଯୋଗ ରାସ୍ତାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଲାଗି ଫଳକ ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବା ପରେ ଗସ୍ତ ଶେଷ କରିବେ ।
ସୂଚନାଯୋଗ୍ୟ ଯେ ମାତ୍ର ଏକ ବର୍ଷ ମଧ୍ୟରେ ଡିଆରଡିଓ ଦ୍ୱାରା କଲାମ ସ୍ମାରକୀ ସ୍ଥଳର ନିର୍ମାଣ କରାଯାଇଛି । ସ୍ଥାପତ୍ୟ ଦୃଷ୍ଟିରୁ ଏହାକୁ ବିଭିନ୍ନ ଜାତୀୟ ସ୍ମାରକୀ ସ୍ଥଳରୁ ପ୍ରେରଣା ନିଆଯାଇ ନିର୍ମାଣ କରାଯାଇଛି । ଯେପରିକି ଏହାର ପ୍ରବେଶ ପଥ ଇଣ୍ଡିଆ ଗେଟ୍ ଭଳି ହୋଇଥିବା ବେଳେ ଦୁଇଟି ଗମ୍ବୁଜ ରାଷ୍ଟ୍ରପତି ଭବନ ଢାଂଚାରେ ନିର୍ମାଣ କରାଯାଇଛି । ଏହି ସ୍ମାରକୀ ସ୍ଥଳରେ 4ଟି ମୁଖ୍ୟ ହଲ୍ ରହିଛି ଯେଉଁଥିରେ ଡଃ.କଲାମଙ୍କ ଜୀବନକାଳ ସମ୍ବନ୍ଧୀୟ ତଥ୍ୟ ରହିଛି । ସେହିପରି ଏଠାରେ ଡଃ.କଲାମଙ୍କ କେତେକ ବ୍ୟକ୍ତିଗତ ସାମଗ୍ରୀ/ଆସବାବପତ୍ରକୁ ନେଇ ଏକ ସଂଗ୍ରହାଳୟ କରାଯାଇଛି ।
Tomorrow, the Prime Minister will be visiting Tamil Nadu, where he will join various programmes.
— PMO India (@PMOIndia) July 26, 2017
PM @narendramodi will inaugurate our former President, Dr. APJ Abdul Kalam’s memorial at Pei Karumbu, Rameswaram tomorrow.
— PMO India (@PMOIndia) July 26, 2017
The memorial for Dr. Kalam has been designed and built by DRDO. PM will also meet family members of Dr. Kalam.
— PMO India (@PMOIndia) July 26, 2017
A statue of Dr. Kalam will be unveiled & PM will flag off ‘Kalam Sandesh Vahini’, an exhibition bus that would travel across various States.
— PMO India (@PMOIndia) July 26, 2017
The exhibition bus will reach Rashtrapati Bhavan on October 15th, which marks the birth anniversary of the former President.
— PMO India (@PMOIndia) July 26, 2017
The memorial has been constructed by DRDO in exactly one year. Architecturally, it has taken inspiration from several national landmarks.
— PMO India (@PMOIndia) July 26, 2017
The front entrance looks similar to India Gate, while the two domes are on the lines of Rashtrapati Bhavan.
— PMO India (@PMOIndia) July 26, 2017
The Memorial has four main halls, each depicting the life and times of Dr. Kalam.
— PMO India (@PMOIndia) July 26, 2017
There is a separate section to exhibit some of the personnel belongings of Dr Kalam, including his famous Rudra Veena. (1/2)
— PMO India (@PMOIndia) July 26, 2017
The G-suit he wore during his Su-30 MKI flight and numerous awards he received. (2/2)
— PMO India (@PMOIndia) July 26, 2017
The Prime Minister will address a public meeting at Mandapam.
— PMO India (@PMOIndia) July 26, 2017
PM will distribute sanction letters to the beneficiaries of long liner trawlers under Blue Revolution scheme.
— PMO India (@PMOIndia) July 26, 2017
A new express train from Ayodhya to Rameswaram would be flagged off (via video conference) by the Prime Minister tomorrow.
— PMO India (@PMOIndia) July 26, 2017
PM will release a synopsis of the Green Rameswaram Project during his Tamil Nadu visit tomorrow.
— PMO India (@PMOIndia) July 26, 2017
PM would dedicate to the nation the 9.5 km Link Road on NH 87, which runs between Mukundarayar Chathiram and Arichalmunai.
— PMO India (@PMOIndia) July 26, 2017