ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇନ୍ଦୋରଠାରେ ସେପ୍ଟେମ୍ବର 14, 2018ରେ ଦାଉଦି ବୋହରା ସମ୍ପ୍ରଦାୟ ଦ୍ଵାରା ଆୟୋଜିତ ଆଶରା ମୁବାରକ – ଇମାମ ହୁସେନ (ଏସଏ)ଙ୍କ ସ୍ମୃତି ସଭାରେ ଯୋଗଦେବେ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ସମାବେଶକୁ ସମ୍ବୋଧିତ କରିବେ । ଏହାଛଡା କାର୍ଯ୍ୟକ୍ରମରେ ଦାଉଦି ବୋହରା ସମ୍ପ୍ରଦାୟର ଆଧ୍ୟାତ୍ମିକ ଗୁରୁ ମହାମାନ୍ୟ ଡଃ ସୟେଦିନା ମୁଫଦ୍ଦଲ ସୟିଫୁଦ୍ଦିନ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଅଭିଭାଷଣ ରଖିବେ ।