QuotePM to address two video conferences on 31st December and 1st January

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 31 ଏବଂ ଜାନୁୟାରୀ ପହିଲାରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ଭିଡିଓ କନଫେରେନ୍ସରେ ଉଦ୍ବୋଧନ ଦେବେ ।

ପ୍ରଧାନମନ୍ତ୍ରୀ ଡିସେମ୍ବର 31 ରେ କେରଳର ୱାରକାଲଠାରେ ଅବସ୍ଥିତ ପ୍ରସିଦ୍ଧ ଶିବଗିରି ମଠରେ ଆୟୋଜିତ ହେଉଥିବା 85ତମ ଶିବଗିରି ତୀର୍ଥାଟନ ମହୋତ୍ସବର ଉଦ୍ଘାଟନୀ ସମାରୋହକୁ ଭିଡିଓ କନଫେରେନ୍ସ ଯୋଗେ ସମ୍ବୋଧିତ କରିବେ । ଭାରତର ମହାନ ସନ୍ଥ ଓ ସମାଜ ସଂସ୍କାରକ ଶ୍ରୀ ନାରାୟଣ ଗୁରୁଙ୍କ ପବିତ୍ର ପୀଠ ଭାବେ ଶିବଗିରି ବେଶ ଜଣାଶୁଣା ।

ଜାନୁୟାରୀ ପହିଲାରେ କୋଲକାତାଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଫେସର ସତ୍ୟେନ୍ଦ୍ର ନାଥ ବୋଷଙ୍କ 125ତମ ଜନ୍ମ ବାର୍ଷିକୀ ଆଦ୍ୟ ସମାରୋହକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫେରେନ୍ସ ମାଧ୍ୟମରେ ଉଦ୍ବୋଧନ ଦେବେ । ପ୍ରଫେସର ସତ୍ୟେନ୍ଦ୍ର ନାଥ ବୋଷ କ୍ଵାଣ୍ଟାମ ପଦାର୍ଥ ବିଜ୍ଞାନରେ ଜଣେ ସୂନାମଧନ୍ୟ ଭାରତୀୟ ବୈଜ୍ଞାନିକ । ବୋଷ-ଆଇନିଷ୍ଟାଇନ ପରିସଂଖ୍ୟାନର ଭିତ୍ତି ପ୍ରତିଷ୍ଠାରେ ତାଙ୍କର କ୍ଵାଣ୍ଟାମ ମେକାନିକ୍ସ ବେଶ ଉପଯୋଗୀ ହୋଇପାରିଛି । ପ୍ରଫେସର ବୋଷଙ୍କ ନାମ ଅନୁସାରେ ବୋଷ-ଆଇନିଷ୍ଟାଇନ ପରିସଂଖ୍ୟାନ ନୀତି ଅନୁସରଣ କରୁଥିବା ସୂକ୍ଷ୍ମାତିସୂକ୍ଷ୍ମ କଣିକାକୁ “ବୋଷୋନ” ବୋଲି ବିଜ୍ଞାନରେ କୁହାଯାଇଥାଏ ।

  • Mahendra singh Solanki Loksabha Sansad Dewas Shajapur mp November 15, 2023

    नमो नमो नमो नमो नमो
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
‘Benchmark deal…trade will double by 2030’ - by Piyush Goyal

Media Coverage

‘Benchmark deal…trade will double by 2030’ - by Piyush Goyal
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 25, 2025
July 25, 2025

Aatmanirbhar Bharat in Action PM Modi’s Reforms Power Innovation and Prosperity