QuotePM Modi condemns terror attack on Uri, Jammu and Kashmir
QuoteI assure the nation that those behind this despicable attack will not go unpunished: PM
QuoteWe salute all those martyred in Uri. Their service to the nation will always be remembered: PM
QuotePM Modi speaks to Home Minister Rajnath Singh & Raksha Mantri Manohar Parrikar, takes stock of situation in Uri

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଜାମ୍ମୁ-କାଶ୍ମୀରର ଉରିଠାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି।
“ଉରିରେ ଆତଙ୍କବାଦୀଙ୍କ କାପୁରୁଷୋଚିତ ଆକ୍ରମଣକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ । ଏହି ଜଘନ୍ୟ ଆକ୍ରମଣ ପଛରେ ରହିଥିବା ଲୋକ ଯେପରି ନିସ୍ତାର ନପାଇବେ ସେଥିଲାଗି ମୁଁ ଦେଶକୁ ଆଶ୍ୱାସନା ଦେଉଛି ।

ଉରିର ସହିଦମାନଙ୍କୁ ଆମର ପ୍ରଣାମ । ସେମାନଙ୍କର ସେବା ଓ ଆତ୍ମବଳୀକୁ ରାଷ୍ଟ୍ର ସବୁବେଳେ ମନେ ରଖିବ। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ।

ପରିସ୍ଥିତି ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛି । ରକ୍ଷାମନ୍ତ୍ରୀ ନିଜେ ପରିସ୍ଥିତି ଆକଳନ ପାଇଁ ଜାମ୍ମୁ-କାଶ୍ମୀର ଯିବେ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
'Operation Sindoor exceeded aims, India achieved a massive victory'

Media Coverage

'Operation Sindoor exceeded aims, India achieved a massive victory'
NM on the go

Nm on the go

Always be the first to hear from the PM. Get the App Now!
...
ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ
May 14, 2025

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ସୁରକ୍ଷା ବାହିନୀଙ୍କ ସଫଳତାରୁ ଏହା ଜଣାପଡ଼ୁଛି ଯେ ନକ୍ସଲଙ୍କୁ ନିପାତ କରିବା ଦିଗରେ ଆମର ଅଭିଯାନ ଠିକ୍ ଦିଗରେ ଚାଲିଛି । “ଆମେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତିି ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ଏବଂ ସେମାନଙ୍କୁ ବିକାଶର ମୁଖ୍ୟଧାରାରେ ଆମେ ଯୋଡ଼ିବୁ” ଶ୍ରୀ ମୋଦୀ କହିଛନ୍ତି ।

ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଏକ ବିବୃତିର ପ୍ରତିକ୍ରିୟାରେ ଏକ୍ସ ରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

“ସୁରକ୍ଷା ବଳଙ୍କ ଏହି ସଫଳତା ଏହା ଦର୍ଶାଉଛି କି ନକ୍ସଲବାଦର ମୂଳକୁ ନିପାତ କରିବା ଦିଗରେ ଆମର ଅଭିଯାନ ଠିକ୍ ଦିଗରେ ଅଗ୍ରସର ହେଉଛି । ନକ୍ସଲବାଦ ପ୍ରଭାବିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସହ ସେମାନଙ୍କୁ ବିକାଶର ମୁଖ୍ୟଧାରାରେ ଯୋଡ଼ିବା ଦିଗରେ ଆମେ ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ।”