ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁଦିବସ ଅବସରରେ ଶିକ୍ଷକ ସମାଜକୁ ଶୁଭେଚ୍ଛା ଓ ପ୍ରଣାମ ଜଣାଇଛନ୍ତି। ସେମାନଙ୍କ ନିଷ୍ଠା ଓ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ତାଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ସାରା ଦେଶରେ ଡ. ରାଧାକ୍ରିଷ୍ଣନଙ୍କ ଜୟନ୍ତୀକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି।
“ଗୁରୁ ଦିବସର ଖୁସି ଅଭିନନ୍ଦନ! ଶିକ୍ଷକମାନଙ୍କ କର୍ତ୍ତବ୍ୟନିଷ୍ଠା ଓ ପ୍ରତିବଦ୍ଧତାକୁ ଦେଶ ପ୍ରଣାମ କରୁଛି। ରାଷ୍ଟ୍ର ଗଠନରେ ସେମାନଙ୍କର ଭୂମିକା ମହନୀୟ।
ବିଶିଷ୍ଠ ବିଦ୍ୱାନ, ରାଷ୍ଟ୍ରନୀତିଜ୍ଞ ଏବଂ ମହାନ ଶିକ୍ଷକ ଡ.ଏସ.ରାଧାକ୍ରିଷ୍ଣନ ଯିଏକି ଭାରତର ମନ ଓ ପ୍ରାଣକୁ ରୂପକଳ୍ପ ଦେଇଥିଲେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।
ଆପଣଙ୍କ ଶିକ୍ଷକ ଆପଣଙ୍କୁ କିଭଳି ପ୍ରଭାବିତ କରିଛନ୍ତି? ସେ ସମ୍ପର୍କରେ କିଛି ଟୀକାକୁ ବାଣ୍ଟନ୍ତୁ ଏବଂ ଶିକ୍ଷକମାନଙ୍କ ସମ୍ପର୍କରେ ରଚିତ ପୁସ୍ତକମାନ ପଠନ କରନ୍ତୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Happy Teachers Day! India salutes the dedication & commitment of all teachers, whose role in nation building is paramount.
— Narendra Modi (@narendramodi) September 5, 2016
Tributes to Dr. S Radhakrishnan, a scholar, statesman & a respected teacher who shaped many minds & served India. https://t.co/def2x8xwIR
— Narendra Modi (@narendramodi) September 5, 2016