ନେପାଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ନିମ୍ନରେ ଦିଆଗଲା –

“ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ଦୁଇ ଦିନିଆ ଗସ୍ତରେ ଯାଇ 30-31 ଅଗଷ୍ଟରେ ମୁଁ କାଠମାଣ୍ଡୁରେ ଉପସ୍ଥିତ ରହିବି ।

 

ଏହି ଶିଖର ସମ୍ମିଳନୀରେ ମୋର ଅଂଶଗ୍ରହଣ ପଡ଼ୋଶୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଲାଗି ଭାରତର ସର୍ବାଧିକ ପ୍ରାଥମିକତାକୁ ପ୍ରତିଫଳନ କରୁଛି ଏବଂ ପଡ଼ୋଶୀଙ୍କ ସହିତ ଉତ୍ତମ ସମ୍ପର୍କ ବୃଦ୍ଧି କରି ଦକ୍ଷିଣ-ପୂର୍ବ ଏସିଆରେ ଆମ ସମ୍ପର୍କକୁ ଆହୁରି ନିବିଡ଼ କରିବା ଲାଗି ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଏହି ଶିଖର ସମ୍ମିଳନୀ କାଳରେ, ଆମ କ୍ଷେତ୍ରୀୟ ସହଯୋଗକୁ ଆହୁରି ସମୃଦ୍ଧ କରିବା, ବାଣିଜ୍ୟ ସମ୍ପର୍କକୁ ଆହୁରି ବଢ଼ାଇବା ଏବଂ  ଏକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ବଙ୍ଗୋପସାଗର କ୍ଷେତ୍ର ନିର୍ମାଣ କରିବା ଲାଗି ଆମର ସମ୍ମିଳିତ ପ୍ରୟାସ ସମ୍ପର୍କରେ ସମସ୍ତ ବିମଷ୍ଟେକ ନେତୃତ୍ୱଙ୍କ ସହିତ ମୁଁ ଆଲୋଚନା କରିବି ।

ଶିଖର ସମ୍ମିଳନୀର ବିଷୟବସ୍ତୁ “ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ନିରନ୍ତର ବଙ୍ଗୋପସାଗର କ୍ଷେତ୍ର ଦିଗରେ” ଆମକୁ ଆମର ପାରସ୍ପରିକ ଆକାଂକ୍ଷା ଏବଂ ଆହ୍ୱାନର ସମ୍ମୁଖୀନ ହେବା ଲାଗି ମିଳିତ ପ୍ରୟାସ କରିବା ଲାଗି ବଳ ଯୋଗାଇବ ।

ମୋର ଦୃଢ଼ ବିଶ୍ୱାସ ଯେ ଚତୁର୍ଥ ବିମଷ୍ଟେକ ଶିଖର  ସମ୍ମିଳନୀ ବର୍ତ୍ତମାନ ସୁଦ୍ଧା ବିମଷ୍ଟେକ ଦିଗରେ ହୋଇଥିବା ଅଗ୍ରଗତିକୁ ଆହୁରି ଦୃଢ଼ ଭାବେ ଆଗେଇ ନେବ ଏବଂ ଏକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ବଙ୍ଗୋପସାଗର କ୍ଷେତ୍ର ପ୍ରତିଷ୍ଠାରେ ମାର୍ଗଦର୍ଶନ କରିବ ।

ବିମଷ୍ଟେକ ଶିଖର ସମ୍ମିଳନୀ କାଳରେ ମୁଁ ବାଂଲାଦେଶ, ଭୂଟାନ, ମିଆଁମାର, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡର ନେତାମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ପାଇବି ।

ମୁଁ ମଧ୍ୟ ନେପାଳର ମାନନୀୟ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ବୈଠକରେ ଯୋଗ ଦେବାକୁ ଆଗ୍ରହର ସହ ଅପେକ୍ଷା କରିଛି । ମେ 2018ରେ ମୋର ଶେଷ ନେପାଳ ଗସ୍ତ ପର ଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା ଏହି ଅବସରରେ କରାଯିବ ।

ପଶୁପତିନାଥ ମନ୍ଦିର ପରିସରରେ ନେପାଳ ଭାରତ ମୈତ୍ରୀ ଧର୍ମଶାଳା ଉଦଘାଟନ କରିବାର ସୌଭାଗ୍ୟ ମୋତେ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କୁ ପ୍ରାପ୍ତ ହେବ ।”

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Kumbh Mela 2025: Impact On Local Economy And Business

Media Coverage

Kumbh Mela 2025: Impact On Local Economy And Business
NM on the go

Nm on the go

Always be the first to hear from the PM. Get the App Now!
...
PM Modi congratulates Humpy Koneru on winning the 2024 FIDE Women’s World Rapid Championship
December 29, 2024

The Prime Minister, Shri Narendra Modi today congratulated Humpy Koneru on winning the 2024 FIDE Women’s World Rapid Championship. He lauded her grit and brilliance as one which continues to inspire millions.

Responding to a post by International Chess Federation handle on X, he wrote:

“Congratulations to @humpy_koneru on winning the 2024 FIDE Women’s World Rapid Championship! Her grit and brilliance continues to inspire millions.

This victory is even more historic because it is her second world rapid championship title, thereby making her the only Indian to achieve this incredible feat.”