PM Modi to visit Japan from November 10-12, attend India-Japan Annual Summit
PM Modi to meet His Majesty the Emperor of Japan and PM Shinzo Abe
PM Modi to discuss trade and investment opportunities with business leaders in Japan
PM Modi, PM Abe to travel to Kobe on the Shinkansen - the high speed railway in Japan
PM Modi, PM Abe to visit the Kawasaki Heavy Industries facility

ବାର୍ଷିକ ଶିଖର ସମ୍ମିଳନୀ ପାଇଁ ନଭେମ୍ବର ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ମୁଁ ଜାପାନ ଗସ୍ତରେ ଯିବି । ପ୍ରଧାନମନ୍ତ୍ରୀ ଭାବେ ଜାପାନକୁ ଏହା ମୋ’ର ଦ୍ୱିତୀୟ ଗସ୍ତ ।
ଜାପାନ ସହ ଆମର ଭାଗିଦାରୀ ଏକ ସ୍ୱତନ୍ତ୍ର ରଣନୀତି ଓ ଆନ୍ତର୍ଜାତିକ ସହଭାଗିତା ଭାବେ ବିଶେଷତ୍ୱ ବହନ କରେ । ବୌଦ୍ଧ ଐତିହ୍ୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ଉନ୍ମୁକ୍ତ,ସାମଗ୍ରିକ ଓ ନୀତି-ଆଧାରିତ ବିଶ୍ୱ ପାଇଁ ପ୍ରତିବଦ୍ଧତା ନିମନ୍ତେ ଭାରତ ଓ ଜାପାନ ପରସ୍ପରକୁ ଗୋଟିଏ ନଜରରେ ଦେଖିଥାନ୍ତି ।

ଏବେ, ଭାରତରେ ଶୀର୍ଷ ପୁଞ୍ଜି ନିବେଶକଙ୍କ ମଧ୍ୟରୁ ଜାପାନ ଏକ । କିନ୍ତୁ ବହୁ ଜାପାନୀ କମ୍ପାନୀ ଯାହାକି ଭାରତରେ ଘରେ ଘରେ ପରିଚିତ, ସେସବୁ ଅନେକ ଦଶନ୍ଧି ଧରି ଭାରତୀୟ ଅର୍ଥବ୍ୟବସ୍ଥାର କ୍ଷମତା ବୃଦ୍ଧି ଦିଗରେ ପ୍ରତିଶ୍ରୁତିବଦ୍ଧ । ଟୋକିଓରେ ମୁଁ ଭାରତ ଓ ଜାପାନର ଶୀର୍ଷ ବ୍ୟବସାୟୀଙ୍କ ସହ ବିସ୍ତୃତ ଆଲୋଚନା କରିବି । ଆମର ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେବି ।

ଗସ୍ତ ସମୟରେ ମହାମାନ୍ୟ ସମ୍ରାଟଙ୍କୁ ସାକ୍ଷାତ କରିବାର ମଧ୍ୟ ମୋତେ ସୁଯୋଗ ମିଳିଛି । ଟୋକିଓରେ ନଭେମ୍ବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ସାକ୍ଷାତ କରିବା ସମୟରେ ଆମର ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗକୁ ସମୀକ୍ଷା କରିବୁ ।

ନଭେମ୍ବର ୧୨ତାରିଖରେ ପ୍ରଧାନମନ୍ତ୍ରୀ ଆବେ ଓ ମୁଁ ପ୍ରସିଦ୍ଧ ସିଙ୍କୋସେନ(ଜାପାନୀ ବୁଲେଟ୍ ଟ୍ରେନ୍)ରେ କୋବେ ଗସ୍ତ କରିବୁ । ସିଙ୍କୋସନ୍ ଜ୍ଞାନକୌଶଳକୁ ପ୍ରସ୍ତାବିତ ମୁମ୍ବାଇ-ଅହମ୍ମଦାବାଦ ଦୃତ ରେଳପଥ ସେବା ପାଇଁ ଉପଯୋଗ କରାଯିବ । ଆମେ ଉଭୟ ମଧ୍ୟ କୋବେରେ ଥିବା କାୱାସାକି ବୃହତ ଶିଳ୍ପ ପ୍ରକଳ୍ପକୁ ଗସ୍ତ କରିବୁ । ସେଠାରେ ଦ୍ରୁତ ରେଳବାଇ ଉପକରଣ ନିର୍ମାଣ କରାଯାଉଛି ।


ଭାରତ ଓ ଜାପାନ ମଧ୍ୟରେ ଦୃତ ରେଳସେବା ସହଯୋଗ ଆମ ସହଯୋଗର ଏକ ଉଜ୍ୱଳ ଉଦାହରଣ । ଏହା କେବଳ ଆମର ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଭାରତରେ ଦକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ଆମର ‘ମେକ୍ ଇନ୍ ଇଣ୍ଡିଆ’ ମିଶନକୁ ପ୍ରୋତ୍ସାହନ ଓ ଭିତ୍ତିଭୂମିକୁ ବଳ ଦେବ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Indian Toy Sector Sees 239% Rise In Exports In FY23 Over FY15: Study

Media Coverage

Indian Toy Sector Sees 239% Rise In Exports In FY23 Over FY15: Study
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 4, 2025
January 04, 2025

Empowering by Transforming Lives: PM Modi’s Commitment to Delivery on Promises