

ରାଷ୍ଟ୍ରପତି ଭବନରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇଛନ୍ତି ।
ଏହି ସମ୍ମିଳନୀ ଅବସରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟପାଳମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ଉପାୟ, ସମ୍ବଳ ଏବଂ କ୍ଷମତାର ଅଭାବ ନାହିଁ, କିନ୍ତୁ କେତେକ ରାଜ୍ୟ ଏବଂ ଅଞ୍ଚଳରେ ପ୍ରଶାସନ ଅଭାବ କାରଣରୁ ପଛୁଆ ହୋଇ ରହିଛି । ସେ କହିଥିଲେ ଯେ, ଗରିବଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଉତ୍ତମ ପ୍ରଶାସନ ଥିବା ଅଞ୍ଚଳରେ ଭଲ ଭାବେ କାର୍ଯ୍ୟକାରୀ ହୋଇପାରୁଛି । ମିଶନ ଇନ୍ଦ୍ରଧନୁଷ ଭଳି ଯୋଜନାର ଉଦାହରଣ ଦେଇ ସେ କହିଥିଲେ ଯେ, ସରକାରଙ୍କ ଯୋଜନାଗୁଡ଼ିକୁ ଭଲଭାବେ ଫଳପ୍ରଦ କରିବା ଲାଗି ରାଜ୍ୟପାଳମାନେ ସୁବିଧା ଯୋଗାଇପାରିବେ ।
ଭାରତର ଏକତା ଏବଂ ଅଖଣ୍ଡତାକୁ ସୁଦୃଢ଼ କରିବା ଲାଗି ଏକ ଭାରତ, ଶ୍ରେଷ୍ଠ ଭାରତ ଏବଂ ଏକତା ପାଇଁ ଦୌଡ଼ ଭଳି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ରାଜ୍ୟପାଳମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।