"ସବକା ସାଥ ,ସବକା ବିକାଶ ,ସବକା ବିଶ୍ୱାସ ମନ୍ତ୍ରକୁ ପୁରା କରିବାରେ ନୀତି ଆୟୋଗର ଅହମ ଭୂମିକା ରହିଛି :ପ୍ରଧାନମନ୍ତ୍ରୀ ମୋଦୀ "
"2024 ସୁଦ୍ଧା ଭାରତକୁ 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବାର ଲକ୍ଷ୍ୟ ସଂଘର୍ଷପୂର୍ଣ୍ଣ ,କିନ୍ତୁ ରାଜ୍ୟମାନଙ୍କ ଠୋସ ପ୍ରୟାସ ସହିତ ଏହା ସମ୍ଭବ :ପ୍ରଧାନମନ୍ତ୍ରୀ ମୋଦୀ "
"ଆୟ ଏବଂ ରୋଜଗାର ବଢ଼ାଇବା ପାଇଁ ରପ୍ତାନୀ କ୍ଷେତ୍ର ହେଉଛି ଗୁରୁତ୍ୱପୂର୍ଣ୍ଣ ; ରାଜ୍ୟମାନଙ୍କୁ ରପ୍ତାନୀ ଉପରେ ଧ୍ୟାନ ଦେବା ଉଚିତ :ପ୍ରଧାନମନ୍ତ୍ରୀ ମୋଦୀ "
"ନବ ନିର୍ମିତ ଜଳ ଶକ୍ତି ମନ୍ତ୍ରଣାଳୟ ,ଜଳ ପାଇଁ ଏକ ଏକୀକୃତ ଦୃଷ୍ଟିକୋଣ ପ୍ରଦାନ କରିବାରେ ସାହାଯ୍ୟ କରିବ ;ରାଜ୍ୟଗୁଡ଼ିକ ଜଳ ସଂରକ୍ଷଣ ଏବଂ ପ୍ରବନ୍ଧନ ଦିଗରେ ବିଭିନ୍ନ ପ୍ରୟାସକୁ ମଧ୍ୟ ଏକୀକୃତ କରିପାରିବେ :ପ୍ରଧାନମନ୍ତ୍ରୀ ମୋଦୀ "
ଏବେ ଆମେ ପ୍ରଦର୍ଶନ ,ପାରଦର୍ଶିତା ଏବଂ ବିତରଣର ବିଶେଷତାଯୁକ୍ତ ଏକ ଶାସନ ପ୍ରଣାଳୀ ଦିଗରେ ଅଗ୍ରସର ହେଉଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ

 

ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଅନୁଷ୍ଠିତ ନୀତି ଆୟୋଗର ପଞ୍ଚମ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଛନ୍ତି ।

ଜାମ୍ମୁ କାଶ୍ମୀର ରାଜ୍ୟପାଳ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜ୍ୟପାଳ ତଥା ଅନ୍ୟାନ୍ୟ ପ୍ରତିନିଧିମାନଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ପୁଣିଥରେ ଦୋହରାଇଥିଲେ ଯେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ରକୁ ପୁରଣ କରିବାରେ ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଏଇ ନିକଟରେ ସମାପ୍ତ ହୋଇଥିବା ନିର୍ବାଚନକୁ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ପ୍ରକ୍ରିୟା ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ସମସ୍ତେ ଭାରତର ପ୍ରଗତି ପାଇଁ କାର୍ଯ୍ୟ କରିବାର ସମୟ ଆସିଯାଇଛି । ଦାରିଦ୍ର୍ୟ, ବେକାରୀ, ମରୁଡି, ବନ୍ୟା, ପ୍ରଦୂଷଣ, ଦୂର୍ନୀତି ଏବଂ ହିଂସା ଇତ୍ୟାଦି ବିରୋଧରେ ଏକ ସାମୂହିକ ଲଢ଼େଇ ଲଢ଼ିବା ପାଇଁ ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ 2022 ସୁଦ୍ଧା ଏକ ନୂତନ ଭାରତ ନିର୍ମାଣ କରିବା ପାଇଁ ଏହି ଭିତ୍ତିଭୂମିରେ ଥିବା ସମସ୍ତଙ୍କର ଏକ ସାଧାରଣ ଲକ୍ଷ୍ୟ ରହିଛି । କେନ୍ଦ୍ର ଏବଂ ରାଜ୍ୟ ମିଳିତ ଭାବେ କ’ଣ କରିପାରିବେ ତାହା ଦର୍ଶାଇବାକୁ ଯାଇ ସେ ସ୍ୱଚ୍ଛ ଭାରତ ଅଭିଯାନ ଏବଂ ପିଏମ ଆବାସ ଯୋଜନାର ଉଦାହରଣ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ଭାରତୀୟଙ୍କୁ ସଶକ୍ତୀକରଣ ଏବଂ ଜୀବନ ଧାରଣର ସୁଗମତା ପ୍ରଦାନ କରାଯିବା ଆବଶ୍ୟକ । ସେ କହିଲେ ଯେ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହା ଅକ୍ଟୋବର 2 ସୁଦ୍ଧା ପୁରଣ ହେବା ଆବଶ୍ୟକ ଏବଂ 2022ରେ ସ୍ୱାଧୀନତାର 75ତମ ବାର୍ଷିକୀ ଅବସରରେ ଲକ୍ଷ୍ୟ ପୂରଣ ପାଇଁ ପୁରା ଜୋରରେ କାର୍ଯ୍ୟ ଆରମ୍ଭ ହେବା ଉଚିତ ।

ସ୍ୱଳ୍ପ ମିଆଦି ଏବଂ ଦୀର୍ଘ ମିଆଦି ହାସଲ କରିବା ପାଇଁ ସାମୂହିକ ଦାୟିତ୍ୱ ଉପରେ ଧ୍ୟାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ 2024 ସୁଦ୍ଧା ଭାରତକୁ 5 ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ହାସଲ କରିବା ଆହ୍ୱାନପୂର୍ଣ୍ଣ, ମାତ୍ର ନିଶ୍ଚିତ ଭାବେ ଏହାକୁ ହାସଲ କରାଯାଇ ପାରିବ । ସେ କହିଲେ ଯେ ରାଜ୍ୟଗୁଡିକ ସେମାନଙ୍କ ମୁଖ୍ୟ କ୍ଷମତାକୁ ଚିହ୍ନଟ କରିବା ଆବଶ୍ୟକ ଏବଂ ଜିଲ୍ଲାସ୍ତରରୁ ଜିଡିପି ଲକ୍ଷ୍ୟ ବୃଦ୍ଧି ହାସଲ ନିମନ୍ତେ କାର୍ଯ୍ୟ କରିବା ଆବଶ୍ୟକ ।

ଦେଶର ପ୍ରଗତିରେ ରପ୍ତାନୀ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ପ୍ରକାଶ କରି, ସେ କହିଲେ ଯେ ମୁଣ୍ଡ ପିଛା ଆୟ ବୃଦ୍ଧି କରିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ରପ୍ତାନୀ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ । ସେ କହିଲେ ଯେ ଉତ୍ତର ପୂର୍ବାଂଚଳ ରାଜ୍ୟକୁ ମିଶାଇ ବିଭିନ୍ନ ରାଜ୍ୟରେ ରପ୍ତାନୀ ବୃଦ୍ଧିର ଅନେକ କ୍ଷମତା ରହିଛି । ସେ କହିଲେ ଯେ ରାଜ୍ୟସ୍ତରରେ ରପ୍ତାନୀ ପ୍ରସାରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଦ୍ୱାରା ଉଭୟ ଆୟ ଏବଂ ନିଯୁକ୍ତି କ୍ଷେତ୍ରରେ ବୃଦ୍ଧି ହେବ ।

ଜଳକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଚୁର ମାତ୍ରାରେ ଜଳ ସଂରକ୍ଷଣ ପ୍ରୟାସ କରାନଯିବା ଦ୍ୱାରା ଗରିବ ଜନସାଧାରଣ ଏହାର କୁପରିଣାମ ଭୋଗ କରୁଛନ୍ତି । ସେ କହିଲେ ଯେ ଜଳକୁ ଏକ ସମନ୍ୱିତ ଦିଗ ପ୍ରଦାନ କରିବାରେ ନୂତନ ଭାବେ ଗଠିତ ଜଳ ଶକ୍ତି ମନ୍ତ୍ରଣାଳୟ କାର୍ଯ୍ୟ କରିବ । ଜଳ ସଂରକ୍ଷଣ ଏବଂ ପରିଚାଳନା ପାଇଁ ସେମାନଙ୍କର ପ୍ରୟାସକୁ ସମନ୍ୱିତ କରିବା ପାଇଁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ । ସେ କହିଲେ ଯେ ଉପଲବ୍ଧ ଜଳ ସମ୍ପଦର ପରିଚାଳନା କରିବା ଗୁରୁତ୍ୱପୂର୍ଣ୍ଣ । ସେ କହିଲେ ଯେ 2024 ସୁଦ୍ଧା ଗ୍ରାମାଂଚଳର ପ୍ରତ୍ୟେକ ଘରକୁ ପାଇପ ଜଳ ଯୋଗାଣ କରିବାର ଲକ୍ଷ୍ୟ ରଖାଯାଇଛି । ଜଳ ସଂରକ୍ଷଣ ଏବଂ ଜଳ ସ୍ତର ବୃଦ୍ଧି ପାଇଁ ଧ୍ୟାନ ଦିଆଯାଉଛି ବୋଲି ସେ କହିଥିଲେ । ଜଳ ସଂରକ୍ଷଣ ଏବଂ ପରିଚାଳନା ପାଇଁ ମଡେଲ ନିର୍ମାଣ ବାଏ-ଲ ଭଳି ନିୟମ କାନୁନ ତିଆରି ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସେ ପୁନଶ୍ଚ କହିଲେ ଯେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଅଧୀନରେ ଜିଲ୍ଲା ଜଳସେଚନ ଯୋଜନାଗୁଡିକୁ ଯତ୍ନର ସହ ଲାଗୁ କରାଯିବା ଉଚିତ ।

ମରୁଡି ମୁକାବିଲା କରିବା ନେଇ ଫଳପ୍ରଦ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ପ୍ରତି ବୁନ୍ଦା ପିଛା ଅଧିକ ଫସଲ ଭାବନାର ପ୍ରସାର ପାଇଁ ସେ ଗୁରୁତ୍ୱ ପ୍ରଦାନ କରିଥିଲେ ।

2022 ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ନେଇ କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ଦୋହରାଇ ସେ କହିଲେ ଯେ ଏଥିପାଇଁ ମତ୍ସ୍ୟ ଚାଷ, ପଶୁ ପାଳନ, ଉଦ୍ୟାନ କୃଷି, ଫଳ ଓ ପନି ପରିବା ଚାଷ ଉପରେ ଧ୍ୟାନ ଦେବାକୁ ପଡିବ । ପିଏମ-କିଶାନ-କିଶାନ ସମ୍ମାନ ନିଧି ତଥା ଅନ୍ୟାନ୍ୟ କୃଷକ ସମ୍ବନ୍ଧିତ ଯୋଜନାଗୁଡ଼ିକର ଲାଭ ସଠିକ ସମୟରେ ଉପଯୁକ୍ତ ଲାଭାର୍ଥୀଙ୍କ ପାଖରେ ପହଂଚିବା ଆବଶ୍ୟକ ବୋଲି ସେ କହିଥିଲେ । କୃଷି କ୍ଷେତ୍ରରେ ଢ଼ାଂଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ କର୍ପୋରେଟ ନିବେଶ,ଲଜିଷ୍ଟିକ୍ସର ଦୃଢ଼ୀକରଣ ଏବଂ ଆବଶ୍ୟକୀୟ ବଜାର ସମର୍ଥନ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସେ କହିଲେ ଯେ ଖାଦ୍ୟ ଶସ୍ୟ ଉତ୍ପାଦନ ଅପେକ୍ଷା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଦ୍ରୂତଗତିରେ ବୃଦ୍ଧି ପାଇବା ଉଚିତ ।

ଅଭିଳାଷା ସମ୍ପନ୍ନ ଜିଲ୍ଲା ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଉତ୍ତମ ଶାସନ ଉପରେ ଗୁରୁତ୍ୱ ରହିବା ଉଚିତ । ଶାସନରେ ଉନ୍ନତି ଫଳରେ ଅନେକ ଅଭିଳାଷା ସମ୍ପନ୍ନ ଜିଲ୍ଲାରେ ଆଖିଦୃଶିଆ ପ୍ରଗତି ହୋଇପାରିଛି । ଅନେକ ଉଦାହରଣ ପ୍ରଦାନ କରି ସେ କହିଲେ ଯେ ଅସାଧାରଣ ଯୋଜନା ତଥା ଅଭିନବ ସେବା ପ୍ରଦାନ ଆଦି ପ୍ରୟାସ ଫଳରେ ମଧ୍ୟ ଏଗୁଡ଼ିକ ମଧ୍ୟରୁ କେତେକ ଜିଲ୍ଲାରେ ଉତ୍ତମ ଫଳାଫଳ ମିଳିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଅନେକ ଅଭିଳାଷା ସମ୍ପନ୍ନ ଜିଲ୍ଲା ନକ୍ସଲମାନଙ୍କ ହିଂସା ଦ୍ୱାରା ପ୍ରଭାବିତ । ସେ କହିଲେ ଯେ ନକ୍ସଲ ହିଂସା ବିରୋଧରେ ସଂଗ୍ରାମ ଏବେ ଏକ ନିର୍ଣ୍ଣାୟକ ସ୍ଥିତିରେ ରହିଛି । ଯଦିଓ ବିକାଶ ଦ୍ରୂତ ତଥା ସନ୍ତୁଳିତ ଗତିରେ ଆଗେଇ ଚାଲିଛି, ଦୃଢ଼ତାର ସହ ହିଂସାର ମୁକାବିଲା କରାଯିବ ।

2022 ସୁଦ୍ଧା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଲକ୍ଷ୍ୟ ପୂରଣ କରାଯିବାର ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।  2025 ସୁଦ୍ଧା ଟିବିକୁ ମୂଳପୋଛ କରାଯିବାର ଲକ୍ଷ୍ୟ ରହିଥିବା ସେ କହିଥିଲେ । ଆୟୁଷ୍ମାନ ଭାରତ ଅଧୀନରେ ଯେଉଁ ରାଜ୍ୟଗୁଡ଼ିକ ଏପର୍ଯ୍ୟନ୍ତ ପିଏମଜେଏୱାଇ ପ୍ରଣୟନ କରିନାହାନ୍ତି ସେହି ରାଜ୍ୟଗୁଡ଼ିକ ଶୀଘ୍ର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରେରିତ କରିଥିଲେ । ସେ କହିଲେ ଯେ ସ୍ୱାସ୍ଥ୍ୟ ଓ ସମୃଦ୍ଧି ପ୍ରତ୍ୟେକ ନିଷ୍ପତ୍ତିର ପ୍ରମୁଖ ବିନ୍ଦୁ ହେବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆମେ ସମ୍ପ୍ରତି ଏପରି ଏକ ଶାସନ ଆଡକୁ ଗତି କରୁଛେ ଯାହାର ଲକ୍ଷଣ ହେଉଛି ପ୍ରଦର୍ଶନ, ସ୍ୱଚ୍ଛତା ଏବଂ ବିତରଣ । ଯୋଜନା ତଥା ନିଷ୍ପତ୍ତିଗୁଡ଼ିକର ସଠିକ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ । ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇପାରୁଥିବା ତଥା ସଠିକ ଭାବେ କାର୍ଯ୍ୟ କରୁଥିବା ଏକ ସରକାରୀ ପଦ୍ଧତି ନିର୍ମାଣ କରିବା ପାଇଁ ସେ ନୀତି ଆୟୋଗ ପରିଚାଳନା ପରିଷଦର ସମସ୍ତ ସଦସ୍ୟମାନଙ୍କୁ ଆହ୍ୱାନ କରିଥିଲେ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Cabinet approves minimum support price for Copra for the 2025 season

Media Coverage

Cabinet approves minimum support price for Copra for the 2025 season
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 21, 2024
December 21, 2024

Inclusive Progress: Bridging Development, Infrastructure, and Opportunity under the leadership of PM Modi