ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମିଷ୍ଟର ଟୋନି ଏବଟଙ୍କୁ ଭେଟିଛନ୍ତି ।
ଅଷ୍ଟ୍ରେଲିଆର ପୂର୍ବତଟ ଜଙ୍ଗଲରେ ଲାଗିଥିବା ନିଆଁରେ ହୋଇଥିବା ଧନ-ଜୀବନ ହାନି ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ଟୋନି ଏବଟଙ୍କ ଭାରତ ଯାତ୍ରା ତଥା ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ବର 550ତମ ଜୟନ୍ତୀ ଅବସରରେ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ ନେଇ ଖୁସି ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନଭେମ୍ବର 2014ରେ ଜି-20 ଶିଖର ସମ୍ମିଳନୀ, ବ୍ରିସବେନ ପାଇଁ ନିଜର ଅଷ୍ଟ୍ରେଲିଆ ଗସ୍ତ ସମ୍ବନ୍ଧରେ ସ୍ମରଣ କରିଥିଲେ ଏବଂ କାନବେରା, ସିଡନୀ ଏବଂ ମେଲବୋର୍ଣ୍ଣରେ ହୋଇଥିବା ଦ୍ୱିପାକ୍ଷିକ ବୈଠକ ଓ ଅଷ୍ଟ୍ରେଲିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନର ଅବତାରଣା କରିଥିଲେ ।
ଶ୍ରୀ ମୋଦୀ ମଧ୍ୟ ଭାରତ ଓ ଅଷ୍ଟ୍ରେଲିଆ ସମ୍ପର୍କକୁ ମଜଭୁତ କରିବା ପାଇଁ ମିଷ୍ଟର ଟୋନି ଏବଟଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ।
Had an excellent interaction with my friend, @HonTonyAbbott. Great to see his passion and energy on issues he believes in. He is a strong votary for deepening India-Australia cooperation. pic.twitter.com/raCh9cplGE
— Narendra Modi (@narendramodi) November 20, 2019