ଭାରତରେ ବିଗତ 10 ବର୍ଷ ମଧ୍ୟରେ, ପାଖାପାଖି 3 ନିୟୁତ ହେକ୍ଟର ଜଙ୍ଗଲ ସୃଷ୍ଟି ହୋଇଛି, ଦେଶର ମୋଟ ଭୂଖଣ୍ଡର ପ୍ରାୟ ଏକ ଚତୁର୍ଥାଂଶ ଭାଗରେ ମିଳିତ ଜଙ୍ଗଲ ଘନତ୍ୱ ବଢ଼ିଛି : ପ୍ରଧାନମନ୍ତ୍ରୀ
ମୃତ୍ତିକା କ୍ଷୟ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ଏହାର ଜାତୀୟ ପ୍ରତିବଦ୍ଧତାକୁ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ : ପ୍ରଧାନମନ୍ତ୍ରୀ
2030 ସୁଦ୍ଧା 2.5ରୁ 3 ବିଲିୟନ ଟନ୍ ଅଙ୍ଗାରକାମ୍ଳ ସହ ସମାନ ଅତିରିକ୍ତ ଅଙ୍ଗାରକ ହ୍ରାସ ଲକ୍ଷ୍ୟ ହାସଲ ଲାଗି ଅବକ୍ଷୟ ହୋଇଥିବା 26 ମିଲିୟନ ଭୂମିର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ
ମୃତ୍ତିକା କ୍ଷୟ ପ୍ରସଙ୍ଗ ଦିଗରେ ଏକ ବୈଜ୍ଞାନିକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ଲାଗି ଭାରତରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି
ଭବିଷ୍ୟତର ପିଢ଼ି ପାଇଁ ଏକ ସୁସ୍ଥ ପୃଥିବୀ ଛାଡ଼ିଯିବା ଆମର ପବିତ୍ର କର୍ତ୍ତବ୍ୟ : ପ୍ରଧାନମନ୍ତ୍ରୀ

ମହାନୁଭବ, ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ,

ମହାନୁଭବ, ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାଗଣ,

ନମସ୍ତେ ।

ମିଳିତ ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଯେ ଏଭଳି ପ୍ରସଙ୍ଗ ଉପରେ ସେ ଏକ ଉଚ୍ଚସ୍ତରୀୟ ଆଲୋଚନା ଆହୂତ କରିଛନ୍ତି ।

ବିଶ୍ୱରେ ସମସ୍ତ ଜୀବ ଓ ଜୀବନକୁ ବଞ୍ଚାଇ ରଖିବା ନିମନ୍ତେ ମାଟି ହେଉଛି ମୌଳିକ ଆଧାର । ଏବଂ ଆମେ ସଭିଏଁ ଉତ୍ତମ ରୂପେ ଏକଥା ଜାଣୁ ଯେ ଆମ ଜୀବନର ଜଟିଳ ଜାଲଟି ଏହି ବ୍ୟବସ୍ଥା ସହିତ ଓତଃପ୍ରୋତ ଭାବେ ବିଭିନ୍ନ ଦିଗରୁ ସଂଯୁକ୍ତ ହୋଇ ରହିଛି । ପରିତାପର ବିଷୟ, ଭୂମିର ଅବକ୍ଷୟ ଆଜି ବିଶ୍ୱର ଦୁଇ ତୃତୀୟାଂଶରୁ ଅଧିକ ଭାଗକୁ ଆକ୍ରାନ୍ତ କରୁଛି । ଯଦି ଏହାକୁ ନିୟନ୍ତ୍ରଣବିହୀନ ଭାବେ ଛାଡ଼ି ଦିଆଯାଏ ତେବେ ଏହା ଆମ ସମାଜ, ଅର୍ଥନୀତି, ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ଜୀବନର ଗୁଣାତ୍ମକ ମାନ ରକ୍ଷାକୁ ଆକ୍ରାନ୍ତ କରିବ । ତେଣୁ, ଆମକୁ ମାଟି ଉପରେ ପଡ଼ୁଥିବା ବ୍ୟାପକ ଚାପକୁ ଆମକୁ ହ୍ରାସ କରିବାକୁ ପଡ଼ିବ ଏବଂ ଏହାର ପ୍ରାକୃତିକ ଗୁଣବତ୍ତାକୁ ସୁରକ୍ଷିତ ରଖିବାକୁ ହେବ । ତେଣୁ ଆମମାନଙ୍କ ସମ୍ମୁଖରେ ଅନେକ କାର୍ଯ୍ୟ କରିବାର ଅଛି , ତାହା ସ୍ପଷ୍ଟ । କିନ୍ତୁ ଆମେ ତାହା ସାକାର କରିପାରିବା । ଆମେ ସାମୂହିକ ଭାବେ ଏହି ଏହା ହାସଲ କରିପାରିବା ।

ଅଧ୍ୟକ୍ଷ ମହୋଦୟ,

ଭାରତରେ, ଆମେ ସଦାବେଳେ ମାଟିକୁ ଗୁରୁତ୍ୱ ପ୍ରଦାନ କରିଆସୁଛୁ ଏବଂ ପୃଥିବୀକୁ ଆମର ମାତା ଭାବେ ବିବେଚନା କରୁ । ଭାରତ ମୃତ୍ତିକା ଅବକ୍ଷୟକୁ ରୋକିବା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିବା ଦିଗରେ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ଫୋରମରେ ନେତୃତ୍ୱ ଗ୍ରହଣ କରିଆସୁଛି । ଦିଲ୍ଲୀ ଘୋଷଣାନାମା ୨୦୧୯ରେ ଭୂମି ଆମ ପାଇଁ ଅଧିକ ସହଜରେ ଉପଲବ୍ଧ ହେବା ଏବଂ ଏହାର ସୁରକ୍ଷା ନିମନ୍ତେ ଅଧିକ ସକ୍ରିୟତାର ସହ କାର୍ଯ୍ୟ କରିବା ତଥା ଲିଙ୍ଗଗତ ଭେଦଭାବ ବିନା ସଂସ୍କ୍‍ାରମୂଳକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ପ୍ରଦାନ କରିବା ନିମନ୍ତେ ଆହ୍ୱାନ ଦିଆଯାଇଛି । ଭାରତରେ, ଗତ ୧୦ ବର୍ଷ ଭିତରେ ପ୍ରାୟ ୩୦ ନିୟୁତ ହେକ୍ଟର ଜମିକୁ ବନୀକରଣ କରାଯାଇପାରିଛି । ଏହା ଫଳରେ ଦେଶର ମୋଟ ଜଙ୍ଗଲ କ୍ଷେତ୍ର ସହ ଆଉ ଏକ ଚତୁର୍ଥାଂଶ  ଜଙ୍ଗଲ ସଂଯୋଗ କରାଯାଇପାରିଛି ।

ଆମେ ଭୂମି ଅବକ୍ଷୟକୁ ରୋକିବା ଦିଗରେ ଆମର ରାଷ୍ଟ୍ରୀୟ ପ୍ରତିବଦ୍ଧତା ଲକ୍ଷ୍ୟ ହାସଲ କରିବା ଦିଗରେ ଉଚିତ ମାର୍ଗରେ ଆଗକୁ ଅଗ୍ରସର ହୋଇଚାଲିଛୁ । ୨୦୩୦ ମସିହା ସୁଦ୍ଧା ଦେଶର ୨୬ ନିୟୁତ ହେକ୍ଟର ପତିତ ଜମିକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରୁଛୁ । ଏହା ୨.୫ ରୁ ୩ ବିଲିୟନ୍‍ ଟନ୍‍ ଅଙ୍ଗାରକାମ୍ଳ ତୁଲ୍ୟ ଅତିରିକ୍ତ କାର୍ବନ ସିଙ୍କ୍‍ ହାସଲ ନିମନ୍ତେ ଭାରତର ପ୍ରତିବଦ୍ଧତା ଲକ୍ଷ୍ୟ ହାସଲ ନିମନ୍ତେ ଏହା ସହାୟକ ହୋଇପାରିବ ।

ଆମର ଦୃଢ଼ ବିଶ୍ୱାସ ଯେ ଭୂମିର ସ୍ୱଭାବିକ ଗୁଣବତ୍ତା ସୁରକ୍ଷିତ ରହିପାରିଲେ ଏହା ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା, ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ, ଖାଦ୍ୟ ନିରାପତ୍ତା ଏବଂ ଜୀବନଧାରଣର ମାନରେ ଉନ୍ନତି ଭଳି ବିଭିନ୍ନ କ୍ଷେତ୍ରରେ ଆମେ ସୁଫଳ ହାସଲ କରିପାରିବା । ଏଥିପାଇଁ ଆମେ ନୂଆ ନୂଆ ଉପାୟମାନ ଅବଲମ୍ବନ କରିପାରିବା । ଏହାର ମାତ୍ର ଗୋଟିଏ ଉଦାହରଣ ହେଲା ଗୁଜରାଟର ରାନ୍‍ କର୍ଦ୍ଦମାକ୍ତ କ୍ଷେତ୍ରରେ ଥିବା ବନ୍ନୀ । ଏଠାରେ ପୂର୍ବରୁ ମୃତ୍ତିକାର ଗୁଣାତ୍ମକ ମାନ ଅତି ନିମ୍ନ ମାନର ଥିଲା ଏବଂ ସେଠାରେ ଖୁବ୍‍ କମ୍‍ ବୃଷ୍ଟିପାତ ହୁଏ । ସେହି କ୍ଷେତ୍ରରେ, ଚାରଣଭୂମି ସୃଷ୍ଟି କରାଯାଇ ମୃତ୍ତିକା ସଂରକ୍ଷଣ କାର୍ଯ୍ୟ ହାସଲ କରାଯାଇପାରିଛି ଯାହାକି ଭୂଅବକ୍ଷୟକୁ ରୋକିବାରେ ସହାୟକ ହୋଇପାରିଛି । ଏହା ମଧ୍ୟ ସ୍ଥାନୀୟ ଲୋକମାନଙ୍କୁ ଗୋଚାରଣ କାର୍ଯ୍ୟରେ ସହାୟକ ହେଉଛି ଏବଂ ପରିଣାମସ୍ୱରୂପ ଗୋପ୍ରଜନନ ତଥା ଜୀବନଜୀବିକା ପାଇଁ ମଧ୍ୟ ଏହା ଉପାଦେୟ ସାବ୍ୟସ୍ତ ହୋଇଛି । ଅନୁରୂପ ମନୋଭାବର ସହ ଆମେ ଆହୁରି ନୂଆ ନୂଆ ରଣନୀତିମାନ ବାହାର କରିପାରିବା ଯାହାକି ଭୂଅବକ୍ଷୟ ରୋକିବା ଦିଗରେ ସହାୟକ ହେବ ଏବଂ ନିଜସ୍ୱ ଉପାୟକୁ ମଧ୍ୟ ଜନ୍ମଦେବ ।

ଅଧ୍ୟକ୍ଷ ମହୋଦୟ,

ଭୂ-ଅବକ୍ଷୟ ବିଶେଷ ଭାବେ ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ସମସ୍ୟା ରୂପେ ଦେଖାଦେଇଛି । ସାଉଥ- ସାଉଥ୍‍ ସହଯୋଗ ଭାବନା ଆଧାରରେ, ଭାରତ ଅନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କ ସେମାନଙ୍କ ଭୂଅବକ୍ଷୟ ରୋକିବା ନିମନ୍ତେ ବିଭିନ୍ନ ରଣନୀତି ଗ୍ରହଣ କରିବା ଦିଗରେ ସହଯୋଗ କରୁଛି । ଏଥିପାଇଁ ଭାରତରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଉଛି ଯାହା ବୈଜ୍ଞାନିକ ପଦ୍ଧତିରେ ସକଳ ପ୍ରକାର ଭୂଅବକ୍ଷୟ ସମସ୍ୟାର ସମାଧାନ କରିବା ନିମନ୍ତେ ସହାୟତା ଯୋଗାଇଦେ

ଅଧ୍ୟକ୍ଷ ମହୋଦୟ,

ମାନବୀୟ କାର୍ଯ୍ୟକଳାପ ଦ୍ୱାରା ଏବେସୁଦ୍ଧା ହୋଇଥିବା ଭୂ-ଅବକ୍ଷୟକୁ ରୋକିବା ଦିଗରେ କାର୍ଯ୍ୟ କରିବା ହେଉଛି ମାନବ ସମାଜର ସାମୂହିକ ଦାୟିତ୍ୱ । ତେଣୁ ଆମର ଭବିଷ୍ୟତ ପିଢ଼ିଙ୍କ ନିମନ୍ତେ ଏକ ସୁରକ୍ଷିତ ବିଶ୍ୱ ଛାଡ଼ିଯିବା ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କର ପବିତ୍ର କର୍ତ୍ତବ୍ୟ । ସେମାନଙ୍କ ପାଇଁ ତଥା ଆମମାନଙ୍କ ନିମନ୍ତେ, ଉଚ୍ଚ ସ୍ତରରେ ଫଳପ୍ରସୂ ଆଲୋଚନା ନିମନ୍ତେ ମୁଁ ମୋର ଶୁଭ କାମନା ବ୍ୟକ୍ତ କରୁଛି ।

ଆପଣମାନଙ୍କୁ ଧନ୍ୟବାଦ ।

ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
No tax for up to Rs 12.75 lakh income for salaried under new tax regime as Section 87A tax rebate hiked in Budget 2025

Media Coverage

No tax for up to Rs 12.75 lakh income for salaried under new tax regime as Section 87A tax rebate hiked in Budget 2025
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s speech during Maha Kumbabhishegam of Shri Sanathana Dharma Aalayam in Jakarta, Indonesia
February 02, 2025
The relationship between India and Indonesia is not just geo-political, but is rooted in thousands of years of shared culture and history: PM
The cultural values, heritage, and legacy are enhancing people-to-people connections between India and Indonesia: PM

वेट्रिवेल् मुरुगनुक्कु.....हरोहरा

His Excellency President प्रबोवो, मुरुगन टेंपल ट्रस्ट के चेयरमैन पा हाशिम, मैनेजिंग ट्रस्टी डॉ. कोबालन, Dignitaries, तमिलनाडु और इंडोनेशिया के पुजारी एवं आचार्यगण, Indian diaspora के सदस्य, इस पावन अवसर का हिस्सा बनने वाले इंडोनेशिया और अन्य देशों के सभी साथी, और इस दिव्य-भव्य मंदिर के निर्माण को साकार करने वाले सभी कारीगर बंधु!

ये मेरा सौभाग्य है कि मैं जकार्ता के मुरुगन टेंपल के महा कुंभ-अभिशेखम जैसे पुनीत कार्यक्रम का हिस्सा बन रहा हूँ। My brother, President प्रबोवो उनकी मौजूदगी ने इसे मेरे लिए और विशेष बना दिया है। मैं physically भले ही जकार्ता से सैकड़ों किलोमीटर दूर हूँ, लेकिन मेरा मन इस आयोजन के उतने ही करीब है, जितना भारत-इंडोनेशिया के आपसी रिश्ते!

अभी कुछ ही दिन पहले President प्रबोवो, भारत से 140 करोड़ भारतवासियों का प्यार लेकर गए हैं। मुझे विश्वास है, उनके जरिए आप सब हर भारतीय की शुभकामनाओं को वहाँ अनुभव कर रहे होंगे।

मैं आप सभी को और भारत-इंडोनेशिया समेत दुनिया भर में भगवान मुरुगन के करोड़ों भक्तों को जकार्ता टेंपल के महा कुंभ-अभिशेखम की बधाई देता हूँ। मेरी कामना है तिरुप्पुगळ् के भजनों के माध्यम से भगवान मुरुगन का यशगान होता रहे। स्कंद षष्ठी कवचम् के मंत्र सभी लोगों की रक्षा करें।

मैं डॉ. कोबालन और उनके सभी सहयोगियों को बहुत-बहुत बधाई देता हूं कि उन्होंने कड़ी मेहनत से मंदिर निर्माण का सपना पूरा किया है।

साथियों,

भारत और इंडोनेशिया के लोगों के लिए, हमारे रिश्ते सिर्फ geo-political नहीं हैं। हम हजारों वर्ष पुरानी संस्कृति से जुड़े हैं। हम हजारों वर्ष पुराने इतिहास से जुड़े हैं। हमारा संबंध विरासत का है, विज्ञान का है, विश्वास का है। हमारा संबंध साझी आस्था का है, आध्यात्म का है। हमारा संबंध भगवान मुरुगन और भगवान श्री राम का भी है। और, हमारा संबंध भगवान बुद्ध का भी है।

इसीलिए साथियों,

भारत से इंडोनेशिया जाने वाला कोई व्यक्ति जब प्रम्बानन मंदिर में हाथ जोड़ता है, तो उसे काशी और केदार जैसी ही आध्यात्मिक अनुभूति होती है। जब भारत के लोग काकाविन और सेरात रामायण के बारे में सुनते हैं तो उनमें वाल्मीकि रामायण, कम्ब रामायण और रामचरित मानस जैसी ही भावना जगती है। अब तो भारत में अयोध्या में इंडोनेशिया की रामलीला का मंचन भी होता रहता है। इसी तरह, बाली में जब हम ‘ओम स्वस्ति-अस्तु’ सुनते हैं, तो हमें भारत के वैदिक विद्वानों का स्वस्ति-वाचन याद आता है।

आपके यहाँ बोरोबुदुर स्तूप में हमें भगवान बुद्ध की उन्हीं शिक्षाओं के दर्शन होते हैं, जिनका अनुभव हम भारत में सारनाथ और बोधगया में करते हैं। हमारे ओडिशा राज्य में आज भी बाली जात्रा को सेलिब्रेट किया जाता है। ये उत्सव उन प्राचीन समुद्री यात्राओं से जुड़ा है, जो कभी भारत-इंडोनेशिया को व्यापारिक और सांस्कृतिक रूप से जोड़ती थीं। आज भी, भारत के लोग जब हवाई यात्रा के लिए ‘गरुड़ इंडोनेशिया’ में बैठते हैं, तो उन्हें उसमें भी हमारी साझा संस्कृति के दर्शन होते हैं।

साथियों,

हमारे रिश्ते ऐसे कितने ही मजबूत तारों से गुथे हैं। अभी जब प्रेसिडेंट प्रबोवो भारत आए थे, हम दोनों ने तब भी इस साझी विरासत से जुड़ी कितनी ही चीजों पर बात की, उन्हें cherish किया! आज जकार्ता में भगवान मुरुगन के इस नए भव्य मंदिर के जरिए हमारी सदियों पुरानी विरासत में एक नया स्वर्णिम अध्याय जुड़ रहा है।

मुझे विश्वास है, ये मंदिर न केवल हमारी आस्था का, बल्कि हमारे सांस्कृतिक मूल्यों का भी नया केंद्र बनेगा।

साथियों,

मुझे बताया गया है कि इस मंदिर में भगवान मुरुगन के अलावा विभिन्न देवी-देवताओं की मूर्तियों की भी स्थापना की गई है। ये विविधता, ये बहुलता, हमारी संस्कृति का सबसे बड़ा आधार है। इंडोनेशिया में विविधता की इस परंपरा को ‘भिन्नेका तुंग्गल इका’ कहते हैं। भारत में हम इसे ‘विविधता में एकता’ कहते हैं। ये विविधता को लेकर हमारी सहजता का ही है कि इंडोनेशिया और भारत में भिन्न-भिन्न संप्रदाय के लोग इतने अपनत्व से रहते हैं। इसलिए आज का ये पावन दिन हमें Unity in Diversity की भी प्रेरणा दे रहा है।

साथियों,

हमारे सांस्कृतिक मूल्य, हमारी धरोहर, हमारी विरासत, आज इंडोनेशिया और भारत के बीच people to people connect बढ़ा रहे हैं। हमने साथ मिलकर प्रम्बानन मंदिर के संरक्षण का फैसला किया है। हम बोरोबुदुर बौद्ध मंदिर को लेकर अपनी साझी प्रतिबद्धता प्रकट कर चुके हैं। अयोध्या में इंडोनेशिया की रामलीला का ज़िक्र अभी मैंने आपके सामने किया! हमें ऐसे और कार्यक्रमों को बढ़ावा देना है। मुझे विश्वास है, प्रेसिडेंट प्रबोवो के साथ मिलकर हम इस दिशा में और तेजी से आगे बढ़ेंगे।

हमारा अतीत हमारे स्वर्णिम भविष्य का आधार बनेगा। मैं एक बार फिर प्रेसिडेंट प्रबोवो का आभार व्यक्त करते हुए आप सभी को मंदिर के महा कुंभ-अभिशेखम की बधाई देता हूं।

बहुत-बहुत धन्यवाद।