ଆୟୁଷ୍ମାନ ଭାରତ ଅଧୀନରେ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମୀକ୍ଷା କରିଛନ୍ତି ।

|

ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଲାଗି ସ୍ୱାସ୍ଥ୍ୟ ସୁରକ୍ଷା ସୁବିଧା ମିଳିବ । ଏହି ଯୋଜନାରେ 10 କୋଟିରୁ ଅଧିକ ଗରିବ ଏବଂ ଅସହାୟ ପରିବାରଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ।

|

ଯୋଜନା ସହ ଯୋଡିହୋଇଥିବା ରାଜ୍ୟମାନଙ୍କର ପ୍ରସ୍ତୁତି ଏବଂ ଯୋଜନା ପାଇଁ ଆବଶ୍ୟକ ପ୍ରଯୁକ୍ତିଗତ ଢାଞ୍ଚାର ବିକାଶ ସମ୍ବନ୍ଧିତ ପ୍ରସଙ୍ଗ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟ ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉଚ୍ଚ ପଦାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

|

ଆମ୍ବେଦକର ଜୟନ୍ତୀ ଅବସରରେ ଗତ ଏପ୍ରିଲ ମାସରେ ଆୟୁଷ୍ମାନ ଭାରତ ଅଧୀନରେ ଛତିଶଗଡର ଅଭିଳାଷୀ ଜିଲ୍ଲା ବିଜାପୁରଠାରେ ପ୍ରଧାନମନ୍ତ୍ରୀ ପ୍ରଥମ “ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର”କୁ ଉଦ୍ଘାଟନ କରିଥିଲେ ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
The Unbelievable Yet Real Success Story Of Infrastructure In Modi-Led Bharat Over 11 Years

Media Coverage

The Unbelievable Yet Real Success Story Of Infrastructure In Modi-Led Bharat Over 11 Years
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 14, 2025
June 14, 2025

Building a Stronger India: PM Modi’s Reforms Power Infrastructure, Jobs, and Rural Prosperity