ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଶକ୍ତି, ଅକ୍ଷୟ ଉର୍ଜା, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, କୋଇଲା ଏବଂ ଖଣି ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରର ପ୍ରଗତିକୁ ସମୀକ୍ଷା କରିଛନ୍ତି । ଦୁଇ ଘଂଟା ଧରି ଚାଲିଥିବା ସମୀକ୍ଷା ବୈଠକରେ ଭିତ୍ତିଭୂମି କ୍ଷେତ୍ର ସହିତ ସଂପୃକ୍ତ ମନ୍ତ୍ରଣାଳୟ, ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ ।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିବାହୀ ଶ୍ରୀ ଅମିତାଭ କାନ୍ତଙ୍କ ଉପସ୍ଥାପନା ସମୟରେ ଜଣାପଡିଥିଲା ଯେ ଭାରତରେ ସ୍ଥାପିତ ଶକ୍ତି ଉତ୍ପାଦନ କ୍ଷମତା 344 ଗିଗାୱାଟକୁ ବୃଦ୍ଧି ପାଇଛି । ଭାରତରେ ଶକ୍ତିର ନିଅଂଟ 2014ରେ 4 ପ୍ରତିଶତରୁ ଉର୍ଦ୍ଧ୍ଵ ଥିଲାବେଳେ, 2018ରେ ଏହା ଏକ ପ୍ରତିଶତରୁ କମରେ ପହଂଚିଛି । 

|

ବିଦ୍ୟୁତ ସରବରାହ ଲାଇନ, ଟ୍ରାନ୍ସଫର୍ମର କ୍ଷମତା ଏବଂ ଆନ୍ତଃ-ଆଂଚଳିକ ସଂଚାରଣରେ ଆଖିଦୃଶିଆ କ୍ଷମତା ସଂଯୋଗ କରାଯାଇଛି । ବିଶ୍ୱ ବ୍ୟାଙ୍କର “ବିଦ୍ୟୁତ ଶକ୍ତି ଉପଲବ୍ଧିରେ ସହଜତା” ସୂଚକାଙ୍କରେ 2014ରେ ଭାରତର ସ୍ଥାନ 99 ଥିଲାବେଳେ ଏହା ବୃଦ୍ଧି ପାଇ ସମ୍ପ୍ରତି 26ରେ ପହଂଚିଛି । ସୌଭାଗ୍ୟ ଯୋଜନା ଅଧୀନରେ ଆବାସ ବିଦ୍ୟୁତକରଣ କ୍ଷେତ୍ରରେ ପ୍ରଗତିକୁ ସମୀକ୍ଷା କରାଯାଇଥିଲା ।

|

ଉଭୟ ସହରାଂଚଳ ଏବଂ ଗ୍ରାମାଂଚଳରେ ଶେଷ ମାଇଲ ସଂଯୋଗ ଉପରେ ଆଲୋଚନା କରାଯାଇଥିଲା । ନୂତନ ଓ ଅକ୍ଷୟ ଶକ୍ତିକ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ସ୍ଥାପିତ କ୍ଷମତା ବୃଦ୍ଧିପାଇ ପାଖାପାଖି ଦ୍ୱିଗୁଣିତ ହୋଇଛି । 2013-14ରେ ଏହା 35.5ଗିଗାୱାଟ ଥିଲା ବେଳେ 2017-18ରେ ଏହା ପାଖାପାଖି 70 ଗିଗାୱାଟରେ ପହଂଚିଛି । ସୌର ଶକ୍ତି କ୍ଷେତ୍ରରେ ସ୍ଥାପିତ କ୍ଷମତା ଏହି ସମୟ ମଧ୍ୟରେ 2.6 ଗିଗାୱାଟରୁ 22 ଗିଗାୱାଟରେ ପହଂଚିଛି । ପଦାଧିକାରୀମାନେ ଆତ୍ମବିଶ୍ୱାସ ପ୍ରକଟ କରିଥିଲେ ଯେ ଭାରତ ସଠିକ ରାସ୍ତାରେ ଅଛି ଏବଂ 2022 ସୁଦ୍ଧା ସହଜରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା 175 ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ହାସଲ କରାଯାଇ ପାରିବ ।

ପଦାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁପ୍ରେରିତ କରିଥିଲେ ଯେ ସୌର ପମ୍ପ, ବ୍ୟବହାର ସୁଲଭ ସୌର ରନ୍ଧନ ସମାଧାନ ପନ୍ଥା ଆଦି ଉପଯୁକ୍ତ ବ୍ୟବସ୍ଥା ମାଧ୍ୟମରେ ସୌର ଶକ୍ତି କ୍ଷମତା ବୃଦ୍ଧିର ଲାଭ କୃଷକମାନଙ୍କ ପାଖରେ ପହଂଚିବା ନେଇ ସେମାନେ ନିଶ୍ଚିତ କରନ୍ତୁ । 

|

ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଧାର୍ଯ୍ୟ ଲକ୍ଷ୍ୟ ଚଳିତ ଆର୍ଥିକ ବର୍ଷରେ ସହଜରେ ହାସଲ କରାଯାଇ ପାରିବ । କୋଇଲା କ୍ଷେତ୍ରରେ ଉତ୍ପାଦନ କ୍ଷମତାକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ଆଲୋଚନାରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
PMI data: India's manufacturing growth hits 10-month high in April

Media Coverage

PMI data: India's manufacturing growth hits 10-month high in April
NM on the go

Nm on the go

Always be the first to hear from the PM. Get the App Now!
...
Jammu & Kashmir Chief Minister meets Prime Minister
May 03, 2025

The Chief Minister of Jammu & Kashmir, Shri Omar Abdullah met the Prime Minister, Shri Narendra Modi in New Delhi today.

The Prime Minister’s Office handle posted on X:

“CM of Jammu and Kashmir, Shri @OmarAbdullah, met PM @narendramodi.”