ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରସିଦ୍ଧ କାର୍ଟୁନିଷ୍ଟ ଆର କେ ଲକ୍ଷ୍ମଣଙ୍କ ଉପରେ ଆଧାରିତ କଫି ଟେବୁଲ ପୁସ୍ତକ “ଟାଇମଲେସ ଲକ୍ଷ୍ମଣ”ର ଉନ୍ମୋଚନ କରିଛନ୍ତି ।
ଏହି ଅବସରରେ ଉଦବୋଧନ ଦେଇ ସେ କହିଥିଲେ ଯେ ଏହି କାଳାତୀତ ସମୟର ଅଂଶବିଶେଷ ହୋଇ ସେ ଆନନ୍ଦିତ । ସେ ଆନନ୍ଦନ ବ୍ୟକ୍ତ କରି କହିଥିଲେ ଯେ ଏହି ପୁସ୍ତକ ମାଧ୍ୟମରେ ଲକ୍ଷ୍ମଣଙ୍କ ସର୍ଜନାକୁ ବୁଝିବା ଲାଗି ସହାୟତା ମିଳିପାରିବ ।
ସେ କହିଥିଲେ ଯେ ଲକ୍ଷ୍ମଣଙ୍କ କାର୍ଯ୍ୟର ଅଧ୍ୟୟନ ସମକାଳୀନ ସମାଜବିଜ୍ଞାନ ଏବଂ ସାମାଜିକ ପରିବେଶକୁ ବୁଝିବାର ଉତ୍ତମ ପଦ୍ଧତି ।
ସେ କହିଥିଲେ ଯେ ଏହି ପୁସ୍ତକ କେବଳ ଲକ୍ଷ୍ମଣ କିମ୍ବା ତାଙ୍କ ସ୍ମୃତି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ସେହି କୋଟି କୋଟି ଲୋକମାନଙ୍କ ପାଇଁ, ଯେଉଁମାନଙ୍କ ମନ-ମସ୍ତିଷ୍କରେ କୌଣସି ନା କୌଣସି ରୂପରେ ଲକ୍ଷ୍ମଣ ବିଦ୍ୟମାନ ଅଟନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମଣଙ୍କର ସାଧାରଣ ବ୍ୟକ୍ତି ସମୟାତୀତ ଏବଂ ଅଖିଳ ଭାରତୀୟ ରହିଆସିଛି । ସେ କହିଥିଲେ ଯେ ସମସ୍ତ ଭାରତୀୟ ଏବଂ ଲୋକମାନଙ୍କ ସମସ୍ତ ପିଢ଼ି ତାଙ୍କ ସର୍ଜନାରେ ଦୃଷ୍ଟିଗୋଚର ହୋଇଥାଏ ।
ସାଧାରଣ ବ୍ୟକ୍ତି ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି କିପରି ପଦ୍ମ ପୁରସ୍କାର ପ୍ରକ୍ରିୟାରେ ପରିବର୍ତ୍ତନ ଅଣାଗଲା ସେ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ।