ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଏକ ବିଦ୍ୟାଳୟରେ ଶ୍ରମଦାନ କରି ସ୍ୱଚ୍ଛତା ହିଁ ସେବା’ଅଭିଯାନରେ ଭାଗ ନେଇଛନ୍ତି ।
ସାରା ଦେଶରେ 17ଟି ସ୍ଥାନରେ ବିଭିନ୍ନ ବର୍ଗର ଲୋକମାନଙ୍କ ସହ ଭିଡ଼ିଓ କନଫରେନ୍ସିଙ୍ଗ ମାଧ୍ୟମରେ ଭାବ ବିନିମୟ କରି ଅଭିଯାନ ଆରମ୍ଭ କରିବା ପରେ ପରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ଦିଲ୍ଲୀର ରାଣୀ ଝାନ୍ସୀ ମାର୍ଗସ୍ଥିତ ବାବାସାହେବ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ସେ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସ୍ୱଚ୍ଛତା ଅଭିଯାନରେ ଭାଗ ନେଇଥିଲେ । ସେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ଆଳାପ-ଆଲୋଚନା କରିବା ସହ ସ୍ୱଚ୍ଛତାର ଆବଶ୍ୟକତା ଦିଗରେ ସେମାନଙ୍କୁ ଅନୁପ୍ରେରିତ କରିଥିଲେ ।
ପ୍ରଧାନମନ୍ତ୍ରୀ କୌଣସି ପାରମ୍ପରିକ ପ୍ରୋଟୋକଲ ବିନା ସାଧାରଣ ଯାତାୟତ ବ୍ୟବସ୍ଥାରେ ସ୍କୁଲକୁଯାଇଥିଲେ ।
ଡା. ଆମ୍ବେଦକର 1946ରେ ଅନୁସୂଚିତ ଜାତି ପିଲାମାନଙ୍କ ଶୈକ୍ଷିକ, ସାମାଜିକ ଏବଂ ଆର୍ଥିକ କଲ୍ୟାଣ ନିମନ୍ତେ ନିଜେ ଏହି ସ୍କୁଲ ପରିସରଟିକୁ କିଣିଥିଲେ ।
Let us strengthen the Swachh Bharat Mission.
— Narendra Modi (@narendramodi) September 15, 2018
Joined the ‘Swachhata Hi Seva Movement’ at the Baba Sahib Ambedkar Secondary School in Paharganj, Delhi. This school’s campus was bought by the venerable Dr. Ambedkar to ensure children from poor families get quality education. #SHS18 pic.twitter.com/Rfry4UsOZ4