Digital technology has emerged as a great enabler. It has paved the way for efficient service delivery and governance: PM Modi
We are using mobile power or M-power to empower our citizens: PM Narendra Modi
Through better targeting of subsidies, the JAM trinity has prevented leakages to the tune of nearly ten billion dollars so far: PM
Citizens of India are increasingly adopting cashless transactions; BHIM App is helping the movement towards a less cash and corruption free society: PM
Technology breaks silos; PRAGATI has put back on track infrastructure projects worth billions of dollars which were stuck in red-tape: PM
Cyber-space remains a key area for innovation. Our startups today are looking to provide solutions to everyday problems and improving lives: PM
Nations must take responsibility to ensure that the digital space does not become a playground for the dark forces of terrorism and radicalization: PM

ମହାମହିମ ଶ୍ରୀ ରାନୀଲ ବିକ୍ରମସିଂଘେ, ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ଭାରତ ଏବଂ ବିଦେଶରୁ ଯୋଗ ଦେଇଥିବା ମନ୍ତ୍ରୀଗଣ

ଆଇଟିୟୁର ମହାସଚିବ

120ଟି ଦେଶରୁ ଯୋଗ ଦେଇଥିବା ସମ୍ମାନିତ ଅତିଥିଗଣ

ଛାତ୍ରଛାତ୍ରୀ, ଭାଇ ଓ ଭଉଣୀମାନେ

ନୂଆଦିଲ୍ଲୀରେ ବିଶ୍ୱ ସାଇବର ସ୍ପେସ ସମ୍ମିଳନୀକୁ ଆପଣମାନଙ୍କୁ ସ୍ୱାଗତ । ମୁଁ ସେମାନଙ୍କୁ ମଧ୍ୟ ସ୍ୱାଗତ ଜଣାଉଛି ଯେଉଁମାନେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଇଣ୍ଟରନେଟ ଜରିଆରେ ଏଥିରେ ଯୋଗ ଦେଇଛନ୍ତି  ।

ଗତ କିଛି ଦଶନ୍ଧି ମଧ୍ୟରେ ସାଇବର ସ୍ପେସ୍ ବିଶ୍ୱରେ କିଭଳି ପରିବର୍ତ୍ତନ ଆଣିପାରିଛି ତାହା ଆମେ ଜାଣିଛୁ  । ଏଠାରେ ସମବେତ ହୋଇଥିବା ବରିଷ୍ଠ ପିଢ଼ିର ଲୋକମାନେ ସତୁରୀ ଓ ଅଶୀ ଦଶକରେ ବ୍ୟବହୃତ ହେଉଥିବା ବୃହଦାକୃତିର କମ୍ପ୍ୟୁଟର ବିଷୟରେ ଜାଣିଥିବେ  । ସେବେଠାରୁ ବହୁତ କିଛି ପରିବର୍ତ୍ତନ ହୋଇଛି  । ନବେ ଦଶକରେ ଇ-ମେଲ୍ ଏବଂ ବ୍ୟକ୍ତିଗତ କମ୍ପ୍ୟୁଟର ନୂଆ ବିପ୍ଲବ ଆଣିଥିଲା  । ଏହାପରେ ସୋସିଆଲ ମିଡିଆ ଆସିଲା ଏବଂ ଡାଟା ସଂଗୃହୀତ କରି ରଖିବା ଓ ଯୋଗାଯୋଗ ପାଇଁ ମୋବାଇଲ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଲା  । ଇଣ୍ଟରନେଟ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ (କୃତ୍ରିମ ଜ୍ଞାନ)ଭଳି ଅଭିବ୍ୟକ୍ତି ବର୍ତ୍ତମାନ ସାଧାରଣ କଥା ହୋଇଗଲାଣି  । ଏହା  ସୂଚାଉଛି ଯେ ପରିବର୍ତ୍ତନ ଜାରି ରହିଛି, ବୋଧହୁଏ ଏବେ ଆହୁରି ଅଧିକ ଦ୍ରୁତ ଗତିରେ  ।

ଡିଜିଟାଲ୍ ପରିଦୃଶ୍ୟରେ ଏହି ଦ୍ରୁତ ବିକାଶ ଭାରତରେ ମଧ୍ୟ ବ୍ୟାପକ ପରିବର୍ତ୍ତନକୁ ପ୍ରତିଫଳିତ କରିଛି  । ଭାରତୀୟ ଆଇଟି ପ୍ରତିଭା ବିଶ୍ୱବ୍ୟାପୀ ମାନ୍ୟତା ଲାଭ କରିଛି  । ଭାରତୀୟ ଆଇଟି କମ୍ପାନୀଗୁଡ଼ିକ ବିଶ୍ୱସ୍ତରରେ ସେମାନଙ୍କ ପାଇଁ ପରିଚୟ ସୃଷ୍ଟି କରିପାରିଛନ୍ତି  ।

ଆଜି, ଡିଜିଟାଲ୍ ପ୍ରଯୁକ୍ତି ଏକ ମହାନ ସାମର୍ଥ୍ୟ ଭାବେ ଉଭା ହୋଇଛି  । ଏହା  ଦକ୍ଷ ସେବା ପ୍ରଦାନ ଓ ପ୍ରଶାସନ ପାଇଁ ମାର୍ଗ ପ୍ରଶସ୍ତ କରିଛି  । ଏହା ଶିକ୍ଷାରୁ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ  ପହଁଚରେ ଉନ୍ନତି ଆଣିଛି  । ଆହୁରି ଏହା ବ୍ୟବସାୟ ଏବଂ ଅର୍ଥବ୍ୟବସ୍ଥାର ଭବିଷ୍ୟତକୁ ରୂପ ଦେଉଛି  । ଏହିସବୁ ମାର୍ଗ ଜରିଆରେ ଏହା ସମାଜର ବଂଚିତ ବର୍ଗକୁ ଅଧିକ ସୁଯୋଗ ପ୍ରଦାନ କରୁଛି  । ସମଷ୍ଟିଗତ ସ୍ତରରେ ଏହା ଏକ ସମାନ୍ତରାଳ ବିଶ୍ୱର ଅଭ୍ୟୁଥାନରେ ଯୋଗଦାନ ଦେଇଛି, ଯେଉଁଠି ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ବିକଶିତ ଦେଶ ସହିତ ପାଦରେ ପାଦ ମିଳାଇ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ  ।

ବନ୍ଧୁଗଣ!

ପ୍ରଯୁକ୍ତି ବିକାଶର ବାଧକଗୁଡ଼ିକୁ ଦୂର କରିଥାଏ  । ଆମେ ବିଶ୍ୱାସ କରୁ ଯେ ଏହା ଭାରତୀୟ ଦର୍ଶନ ବସୁଧୈବ କୁଟୁମ୍ବକମ୍– ସମଗ୍ର ବିଶ୍ୱ ଗୋଟିଏ ପରିବାରକୁ ଯଥାର୍ଥ ପ୍ରତିପାଦିତ କରିଛି  । ଏହି ଅଭିବ୍ୟକ୍ତି ଆମର ପ୍ରାଚୀନ, ସମାବେଶୀ ପରମ୍ପରାର ପ୍ରତିଫଳନ  । ପ୍ରଯୁକ୍ତି ମାଧ୍ୟମରେ ଆମେ ଏହି ଅଭିବ୍ୟକ୍ତିକୁ ଅର୍ଥ ଦେବା ଏବଂ ବାସ୍ତବ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରଦାନ କରିବାରେ ସମର୍ଥ  ।

ଆମେ ଭାରତରେ ପ୍ରଯୁକ୍ତିର ମାନବୀୟ ଦିଗକୁ ପ୍ରାଥମିକତା ଦେଉଛୁ ଏବଂ ଏହାକୁ ଯାହା ମୁଁ କହେ, ‘ସହଜ ଜୀବନ’ର ଉନ୍ନତି ପାଇଁ ବ୍ୟବହାର କରୁଛୁ  । ଡିଜିଟାଲ୍ ଗ୍ରହଣୀୟତା ମାଧ୍ୟମରେ ସଶକ୍ତିକରଣ ଭାରତ ସରକାରଙ୍କ ଏକ ଲକ୍ଷ୍ୟ ଏବଂ ସରକାର ଏଥିପ୍ରତି ସମର୍ପିତ  । ‘ଡିଜିଟାଲ ଇଣ୍ଡିଆ’ ବିଶ୍ୱର ସର୍ବବୃହତ ପ୍ରଯୁକ୍ତି ଭିତ୍ତିକ ରୂପାନ୍ତରଣ  । ଏହା ଆମ ନାଗରିକମାନଙ୍କୁ ଡିଜିଟାଲ ସେବା ଉପଲବ୍ଧ କରାଇବାର ମାର୍ଗ ପ୍ରଶସ୍ତ କରିଛି  । ଆମେ ଆମ ନାଗରିକମାନଙ୍କୁ ସଶକ୍ତ କରିବା ଲାଗି ମୋବାଇଲ ପାୱାର ବା ଏମ-ପାୱାରର ବ୍ୟବହାର କରୁଛୁ  ।

ମୁଁ ନିଶ୍ଚିତ ଯେ ଆପଣମାନଙ୍କ ଭିତରୁ ଅଧିକାଂଶ ଆଧାର ବିଷୟରେ ସଚେତନ ଥିବେ  । ଏହା ଜଣେ ବ୍ୟକ୍ତିର ଅଭିନବ ବାୟୋମେଟ୍ରିକ ପରିଚୟ  । ଆମେ ଏହି ପରିଚୟକୁ ବ୍ୟବହାର କରି ଆମର ନାଗରିକମାନଙ୍କୁ ଧାଡ଼ି ହୋଇ ଛିଡ଼ା ହେବା ଅସୁବିଧାଜନକ ପ୍ରକ୍ରିୟାରୁ ମୁକ୍ତ ହେବା ଦିଗରେ ବ୍ୟବହାର କରିଛୁ  । ତିନୋଟି କାରଣ : ପ୍ରଥମତଃ, ଜନ-ଧନ ବ୍ୟାଙ୍କ ଏକାଉଂଟ ଜରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ; ଦ୍ୱିତୀୟତଃ, ଆଧାର ପ୍ଲାଟଫର୍ମ ଏବଂ ତୃତୀୟତଃ,  ମୋବାଇଲ ଫୋନ୍ – ଦୁର୍ନୀତି ଦୂର କରିବାରେ ବହୁଳ ଭାବେ ସହାୟକ ହୋଇଛି  । ଆମେ ଏହାକୁ ଜେ.ଏ.ଏମ ବା ଜାମ ତ୍ରିମୂର୍ତ୍ତୀ ବୋଲି କହୁଛୁ  । ସବସିଡିର ଉତ୍ତମ ଲକ୍ଷ୍ୟ ଧାର୍ଯ୍ୟ ମାଧ୍ୟମରେ ଜାମ ତ୍ରୟ ଦ୍ୱାରା ବର୍ତ୍ତମାନ ସୁଦ୍ଧା 10 ବିଲିୟନ ଡଲାର ଅର୍ଥ ବାଟମାରଣା ରୋକାଯାଇ ପାରିଛି  ।

‘ସହଜ ଜୀବନ’ ପାଇଁ ଡିଜିଟାଲ ପ୍ରଯୁକ୍ତ କିଭଳି ବହୁଳ ସହାୟକ ହୋଇପାରିଛି, ତାହାର କେତେକ ଉଦାହରଣ ମୁଁ ଏଠାରେ ଦେଇପାରେ ।

ଆଜି, ଜଣେ କୃଷକ ବିଭିନ୍ନ ପ୍ରକାର ସେବା, ଯେପରିକି- ମାଟି ପରୀକ୍ଷା ଫଳାଫଳ, ବିଶେଷଜ୍ଞ ପରାମର୍ଶ ଏବଂ ନିଜ ଉତ୍ପାଦନର ଉତମ ମୂଲ୍ୟ  ଗୋଟିଏ ବଟନ ଟିପିବା ମାଧ୍ୟମରେ ପାଇପାରୁଛି  । ଡିଜିଟାଲ ପ୍ରଯୁକ୍ତି ତେଣୁକରି କୃଷକଙ୍କ ଆୟରେ ଯୋଗଦାନ ଦେଇପାରିଛି  ।

ଜଣେ କ୍ଷୁଦ୍ର ଉଦ୍ୟୋଗୀ ସରକାରଙ୍କ ଇ-ମାର୍କେଟପ୍ଲେସରେ ପଞ୍ଜୀକରଣ କରିପାରିବ ଏବଂ ସରକାରଙ୍କୁ ବସ୍ତୁ/ସାମଗ୍ରୀ ଯୋଗାଣ ଲାଗି ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବେ ନିଲାମ ଡାକିପାରିବ  ।  ସେ ନିଜର ବ୍ୟବସାୟ ବୃଦ୍ଧି କରିବା ସହିତ ସରକାରଙ୍କ ସଂଗ୍ରହ ମୂଲ୍ୟକୁ ମଧ୍ୟ ହ୍ରାସ କରିପାରିବ  । ଏହାଦ୍ୱାରା ଦକ୍ଷତା ବୃଦ୍ଧି ହେବା ସହିତ ଜନସାଧାରଣଙ୍କ ଅର୍ଥର ସୁବିନିଯୋଗ ହୋଇପାରିବ  ।

ଜୀବନ ପ୍ରମାଣପତ୍ର ଦେବା ଲାଗି ପେନସନ ଭୋଗୀଙ୍କୁ ଆଉ ବ୍ୟାଙ୍କ ଅଧିକାରୀଙ୍କ ସାମନାରେ ଛିଡ଼ା ହେବାକୁ ପଡ଼ୁନାହିଁ  । ଆଜି, ପେନସନଭୋଗୀମାନେ ଆଧାର ବାୟୋମେଟ୍ରିକ୍ ପ୍ଲାଟଫର୍ମର ଉପଯୋଗ କରି ସର୍ବନିମ୍ନ ଶାରୀରିକ ପ୍ରୟାସରେ ଏହି ପ୍ରମାଣ ଯୋଗାଇ ଦେଇପାରୁଛନ୍ତି  ।

ମହିଳାମାନେ ଆଇଟି ଶ୍ରମଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇପାରିଛନ୍ତି । ଡିଜିଟାଲ ପ୍ରଯୁକ୍ତି ମହିଳାଙ୍କ ନେତୃତ୍ୱରେ ବହୁ ନୂଆ ଉଦ୍ୟୋଗ ସୃଷ୍ଟି ପାଇଁ ସୁବିଧା ଯୋଗାଇ ଦେଇଛି  । ଏହି ମାର୍ଗରେ ଆଇଟି କ୍ଷେତ୍ର ଲିଙ୍ଗଗତ ସଶକ୍ତିକରଣ କ୍ଷେତ୍ରରେ ଯୋଗଦାନ ଦେଇଛି  ।

ଭାରତର ନାଗରିକମାନେ ଏବେ ନଗଦବିହୀନ କାରବାରକୁ ଅଧିକ ଗ୍ରହଣ କଲେଣି  । ଏଥିପାଇଁ ଆମେ ଭାରତ ଇଣ୍ଟରଫେସ ଫର ମନି – ବା ଭିମ୍ ଆପ୍ ତିଆରି କରିଛୁ  । ଏହି ଆପ୍ କମ୍ ନଗଦ ଏବଂ ଦୁର୍ନୀତିମୁକ୍ତ ସମାଜ ଦିଗରେ ଚାଲିଥିବା ଆନ୍ଦୋଳନକୁ  ସହାୟତା ଯୋଗାଇ ଦେଉଛି  ।

ଏହିସବୁ ଉଦାହରଣ ପ୍ରଶାସନରେ ଉନ୍ନତି ଆଣିବାରେ ପ୍ରଯୁକ୍ତିର ଶକ୍ତିକୁ ଦର୍ଶାଉଛି  ।

ବନ୍ଧୁଗଣ,

ଆମେ ଡିଜିଟାଲ୍ ପରିଦୃଶ୍ୟକୁ ସହଭାଗୀ ପ୍ରଶାସନ ବା ଜନଭାଗିଦାରୀ ସୁବିଧା ଯୋଗାଇ ଦେବା ଲାଗି ବ୍ୟବହାର କରୁଛୁ  । ମେ 2014ରେ ଆମେ ଯେତେବେଳେ ଦାୟିତ୍ୱ ଗ୍ରହଣ କଲୁ, ବହୁ ସଂଖ୍ୟରେ ଲୋକ, ବିଶେଷ କରି ଯୁବସମାଜ ସେମାନଙ୍କ ବିଚାର ବ୍ୟକ୍ତ କରିବା ଏବଂ ଦେଶ ପାଇଁ କାର୍ଯ୍ୟ କରିବା ନିମନ୍ତେ ଆଶା ପ୍ରକଟ କରିଥିଲେ । ଆମର ଦୃଢ଼ ବିଶ୍ୱାସ ଯେ ବହୁସଂଖ୍ୟକ ଭାରତୀୟ ଅଛନ୍ତି, ଯେଉଁମାନଙ୍କ ପରିବର୍ତ୍ତନକାରୀ ଉପାୟ ଓ ଅଭିମତ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତକୁ ଏକ ନୂତନ ଉଚ୍ଚତାକୁ ନେଇପାରିବ ।

ସେଥିପାଇଁ ଆମେ ନାଗରିକ ସମ୍ପୃକ୍ତି ପୋର୍ଟାଲ, ମାଇଗଭ ଆରମ୍ଭ କରିଛୁ  । ଏହି ପ୍ଲାଟଫର୍ମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନାଗରିକମାନଙ୍କୁ ସେମାନଙ୍କ ଚିନ୍ତାଧାରା ଏବଂ ଉପାୟ ବ୍ୟକ୍ତ କରିବାର କ୍ଷମତା ଦେଇଛି । ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନୀତି କ୍ଷେତ୍ରରେ, ଆମେ ହଜାର ହଜାର ମୂଲ୍ୟବାନ ପରାମର୍ଶ ପାଇଛୁ  । ମାଇଗଭ ପ୍ରସଙ୍ଗରେ ଜନସାଧାରଣଙ୍କ ସୂତ୍ର ଏବଂ ପ୍ରତିଯୋଗିତାର ଫଳସ୍ୱରୂପ ଆଜି ବିଭିନ୍ନ ସରକାରୀ ଯୋଜନାର ଲୋଗୋ ଏବଂ ପ୍ରତୀକ ଡିଜାଇନ କରାଯାଇଛି  । ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକୃତ ଆପ୍ ମଧ୍ୟ ମାଇଗଭ(MyGov) ଉପରେ ହୋଇଥିବା ପ୍ରତିଯୋଗିତାର ସୁଫଳ, ଯାହାକି ଯୁବପିଢ଼ିଙ୍କ ଠାରୁ ଚମତ୍କାର ସମର୍ଥନ ଲାଭ କରିଛି  । ପ୍ରଯୁକ୍ତି ଗଣତନ୍ତ୍ରକୁ କିଭଳି ସୁଦୃଢ଼ କରିଥାଏ ମାଇଗଭ ତାହାର ଏକ ପ୍ରମୁଖ ଉଦାହରଣ  ।

ମୁଁ ଏଠାରେ ଆଉ ଏକ ଉଦାହରଣ ଦେଇପାରେ, ଦାୟିତ୍ୱ ଗ୍ରହଣ କରିବା ପରେ ମୁଁ ଏହା ହୃଦବୋଧ କରିଥିଲି ଯେ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରକଳ୍ପ ଏବଂ କାର୍ଯ୍ୟକାରୀ ଅଧିକାଂଶ ସମୟରେ ସରକାରୀ ପରିଚାଳନା ପ୍ରକ୍ରିୟାର ଅଦରକାରୀ ବାଧା ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ନିଷ୍ପତି ନେବାର ଅଭାବ କାରଣରୁ ପ୍ରଭାବିତ ହୋଇଥାଏ  । ତେଣୁ ଆମେ ସାଇବର ସ୍ପେସ ଆଧାରିତ ଢାଂଚା ପ୍ରଗତି ବା ପ୍ରୋଆକ୍ଟିଭ ଗଭର୍ଣ୍ଣାନ୍ସ ଫର ଟାଇମଲି ଇମ୍ପ୍ଲିମେଂଟେସନର ଉଦ୍ଭାବନ କରିଥିଲୁ  । ହିନ୍ଦୀରେ ପ୍ରଗତିର ଆକ୍ଷରିକ ଅର୍ଥ ହେଉଛି- ବିକାଶ  ।

ପ୍ରତି ମାସର ଶେଷ ବୁଧବାର ଦିନ ମୁଁ ଶୀର୍ଷ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ପ୍ରଗତି ଅଧିବେଶନର ବୈଠକରେ ଯୋଗଦେଇଥାଏ  । ପ୍ରଯୁକ୍ତି ବାଧା ଦୂର କରିଥାଏ  । ସାଇବର ବିଶ୍ୱର ସହାୟତାରେ ଆମେ ଆମ ଅଫିସରେ ବସିରହି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପ୍ରସଙ୍ଗର ଆଲୋଚନା ଏବଂ ସମାଧାନ କରିଥାଉ  । ଆପଣମାନଙ୍କୁ ଏହା ଜଣାଇବା ବେଳେ ମୁଁ ଆନନ୍ଦ ଅନୁଭବ କରୁଛି ଯେ- ଦେଶର ବୃହତର  ସ୍ୱାର୍ଥ ପାଇଁ ପ୍ରଗତି ଅଧିବେଶନ ଫଳରେ ସହମତି ଆଧାରରେ ଦ୍ରୁତ ନିଷ୍ପତ୍ତି ଗ୍ରହଣ ସମ୍ଭବ ହୋଇପାରୁଛି  । ନାଲିଫିତା ତଳେ ବନ୍ଦୀ ହୋଇପଡ଼ିଥିବା ବହୁ କୋଟି ଡଲାରର ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପ୍ରଗତି ମାଧ୍ୟମରେ ତ୍ୱରାନ୍ୱିତ କରାଯାଇପାରିଛି  ।

ନରେନ୍ଦ୍ର ମୋଦୀ ଆପ ମାଧ୍ୟମରେ ମୁଁ ନିଜଆଡ଼ୁ ମଧ୍ୟ କିଛି ଚେଷ୍ଟା କରିଛି  ।  ଏହି ଆପ ନାଗରିକମାନଙ୍କ ସହିତ ମୋର ଯୋଗାଯୋଗକୁ ନିବିଡ଼ କରିଛି  । ଏହି ଆପ ଜରିଆରେ ମୁଁ ପାଉଥିବା ପରାମର୍ଶ ବେଶ ଗୁରୁତ୍ୱପୂର୍ଣ୍ଣ  ।

ଆଜି, ଆମେ ଉମଙ୍ଗ ମୋବାଇଲ ଆପର ଶୁଭାରମ୍ଭ କରିଛୁ  । ଯାହା ଶତାଧିକ ନାଗରିକ-କୈନ୍ଦ୍ରୀକ ସେବା ଯୋଗାଇଦେବ  । ପ୍ରଚ୍ଛଦପଟ୍ଟରେ ରହି ଏହି ସେବାଗୁଡ଼ିକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯୋଗାଇଦେବେ  । ଏକ ସମନ୍ୱିତ ଆଭିମୁଖ୍ୟ ‘ପ୍ରଦର୍ଶନ ପାଇଁ ଚାପ’ ନିମନ୍ତେ ଏହି ବିଭାଗଗୁଡ଼ିକର କାର୍ଯ୍ୟଧାରାରେ ଏକ ସ୍ୱୟଂକ୍ରିୟ ସ୍ତର ଯୋଗାଇଦେବ  ।

ବନ୍ଧୁଗଣ,

ଆମେ ଆମର ଅଭିଜ୍ଞତା ଏବଂ ସଫଳତାର କାହାଣୀ ବିଶ୍ୱ ନିକଟରେ ବ୍ୟକ୍ତ କରି ଖୁସି ହେବୁ  । ଅନ୍ୟପକ୍ଷରେ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର କରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଚ୍ଚସ୍ତରୀୟ ଉଦାହରଣ ଏବଂ ଅଭିନବ ସମାଧାନ ପାଇଁ ଭାରତ ଆଗ୍ରହୀ  । ଦିବ୍ୟାଙ୍ଗମାନଙ୍କ ପାଇଁ ସାଇବର ସ୍ପେସକୁ ସହାୟକ କରିବା ଲାଗି ମଧ୍ୟ ଆମେ ଚାହୁଁଛୁ  । ନିକଟରେ ଛତିଶଘଂଟିଆ ହାକାଥନ ସମୟରେ କଲେଜ ଛାତ୍ରଛାତ୍ରୀମାନେ ଦୀର୍ଘକାଳୀନ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଦେଇଥିବା ପରାମର୍ଶକୁ ମନ୍ତ୍ରଣାଳୟ ଦ୍ୱାରା ଆଗେଇନିଆଯାଇଛି  । ଆମେ ମଧ୍ୟ ବିଶ୍ୱସ୍ତରୀୟ ଅଭିଜ୍ଞତା ଏବଂ ଶ୍ରେଷ୍ଠ ଅଭ୍ୟାସ ପାଇଁ ଆଗ୍ରହୀ ଅଛୁ  । ଆମେ ବିଶ୍ୱାସ କରୁ ଯେ ସମସ୍ତେ ଅଭିବୃଦ୍ଧି ହାସଲ କରିପାରିଲେ ହିଁ ପ୍ରକୃତ ଅଭିବୃଦ୍ଧି ସମ୍ଭବ ହୋଇଥାଏ  ।

ନବସୃଜନ ପାଇଁ ସାଇବର ସ୍ପେସ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର  । ଆମର ଷ୍ଟାର୍ଟଅପ୍ ଗୁଡିକୁ ଆଜି ନିତିଦିନିଆ ସାଧାରଣ ସମସ୍ୟାର ସମାଧାନ ଯୋଗାଇଦେବା ଏବଂ ଲୋକମାନଙ୍କ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ଚାହିଁ ରହିଛନ୍ତି  । ମୋର ଦୃଢ଼ ବିଶ୍ୱାସ ରହିଛି ଯେ ବିଶ୍ୱ ନିବେଶକ ଗୋଷ୍ଠୀ ଭାରତର ଷ୍ଟାର୍ଟଅପ୍ କ୍ଷେତ୍ର ବା ଉଦ୍ୟୋଗରେ ରହିଥିବା ବିପୁଳ ସମ୍ଭାବନାରେ  ସାମିଲ ହେବା ଲାଗି ଅପେକ୍ଷା କରି ରହିଛନ୍ତି  । ଏହି କ୍ଷେତ୍ରରେ ନିବେଶ ଏବଂ ଭାରତୀୟ ଷ୍ଟାର୍ଟଅପର ଏହି ଉନ୍ମୁକ୍ତ କାହାଣୀର ଅଂଶବିଶେଷ ହେବା ପାଇଁ ମୁଁ ଆପଣମାନଙ୍କୁ ଆହ୍ୱାନ ଜଣାଉଛି  ।

ବନ୍ଧୁଗଣ,

ଇଣ୍ଟରନେଟର ପ୍ରକୃତି ହେଉଛି ସାମଗ୍ରିକତା ଏବଂ ଏହା କେବଳ ଜଣକ ପାଇଁ ନୁହେଁ, ଏହା ସମାନ ଗ୍ରହଣୀୟତା ଏବଂ ସମାନ ସୁଯୋଗ ଯୋଗାଇ ଦେଇଥାଏ  । ଆଜିର ଆଲୋଚନା ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ଦ୍ୱାରା ରୂପ ନେଉଛି  । ସୋସିଆଲ ମିଡିଆ ପ୍ଲାଟଫର୍ମ ସାଇବର ସ୍ପେସକୁ ସମସ୍ତଙ୍କ ଅଂଶଗ୍ରହଣ ପାଇଁ ସୁଲଭ କରିଛି  । ଷ୍ଟୁଡିଓରେ ବସି ବିଶେଷଜ୍ଞମାନେ ଯେଉଁ ସମ୍ବାଦ ପରିବେଷଣ କରୁଛନ୍ତି, ତାହା ସୋସିଆଲ ମିଡିଆରେ ଉଲ୍ଲେଖ କରାଯାଉଥିବା ଅଭିଜ୍ଞତା ଦ୍ୱାରା ଆହୁରି ପ୍ରସାରିତ ହେଉଛି  । ବିଶେଷଜ୍ଞତା ଏବଂ ଅଭିଜ୍ଞତାର ଏହି ପରିବର୍ତ୍ତନରେ ସାଇବର ବିଶ୍ୱର ଯୋଗଦାନ ହେତୁ ଅର୍ନ୍ତଦୃଷ୍ଟିସମ୍ପନ୍ନ ରଚନା, ସୁନ୍ଦର, ସଙ୍ଗୀତ, କଳା କିମ୍ବା ନାଟ୍ୟାଭିନୟ ହେଉ ଏ ସବୁ କ୍ଷେତ୍ରରେ ଇଣ୍ଟରନେଟ ଯୁବପିଢ଼ିକୁ ସେମାନଙ୍କ ସୃଜନଶୀଳତା ଏବଂ ସାମର୍ଥ୍ୟ ପ୍ରଦର୍ଶନ ପାଇଁ ଭିତ୍ତିଭୂମି ଯୋଗାଇ ଦେଇଛି  ।

ବନ୍ଧୁଗଣ,

ଏହି ସମ୍ମିଳନୀର ବିଷୟବସ୍ତୁ : ସ୍ଥିର ବିକାଶ ପାଇଁ ‘ସୁରକ୍ଷିତ ଏବଂ ସମାବେଶୀ ସାଇବର ସ୍ପେସ୍’ ମାନବ ସମାଜ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ପତିକୁ ସୁରକ୍ଷା ଯୋଗାଇଦେବା ଲାଗି ବାର୍ତ୍ତା ଦେଉଛି  । ବିଶ୍ୱ ସମୁଦାୟ ଆତ୍ମବିଶ୍ୱାସର ସହିତ ସାଇବର ସୁରକ୍ଷା ପ୍ରସଙ୍ଗକୁ ସମାଧାନ ସହିତ ଉପସ୍ଥାପନ କରିବା ଉଚିତ  । ସାଇବର ସ୍ପେସ ପ୍ରଯୁକ୍ତି ଆମ ଲୋକମାନଙ୍କୁ ସାମର୍ଥ୍ୟ ହେବା ଦରକାର  ।

ଏକ ମୁକ୍ତ ଏବଂ ଗ୍ରହଣୀୟ ଇଣ୍ଟରନେଟ ପାଇଁ ସନ୍ଧାନ ଦୁର୍ବଳତା ଦିଗରେ ବାଟ କଢ଼ାଇନେଇଥାଏ  । ୱେବସାଇଟ ହ୍ୟାକିଂ ଏବଂ ବିକୃତିକରଣ ଏହାର ଉଦାହରଣ  । ଏହା ଆମକୁ ସୂଚାଇଥାଏ ଯେ ବିଶେଷକରି  ଏକ ଗଣତାନ୍ତ୍ରିକ ବିଶ୍ୱରେ ସାଇବର ଆକ୍ରମଣ ଏକ ବୃହତ ବିପଦ  । ସାଇବର ଅପରାଧୀମାନେ ଯେପରି ଆମ ସମାଜର ଦୁର୍ବଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିନପାରନ୍ତି, ତାହା ଆମକୁ ସୁନିଶ୍ଚିତ କରିବାକୁ ହେବ  । ସାଇବର ନିରାପତ୍ତା ପ୍ରସଙ୍ଗଗୁଡ଼ିକ ପ୍ରତି ସତର୍କ ରହିବା ଆମ ଜୀବନର ଅଙ୍ଗ ହେବା ଉଚିତ  ।

ସାଇବର ନିରାପତ୍ତାର ମୁକାବିଲା ପାଇଁ ଉପଯୁକ୍ତ ତାଲିମ ଏବଂ ସମର୍ଥ ପେସାଦାରଙ୍କ ପ୍ରତି ଦୃଷ୍ଟି ଦିଆଯିବା ଉଚିତ  । ସାଇବର ଯୋଦ୍ଧା ସର୍ବଦା ସାଇବର ଆକ୍ରମଣ ବିରୋଧରେ ସତର୍କ ରହିପାରିବେ  । ହ୍ୟାକିଂ ଏକ ଉତ୍ସାହଜନକ, ଏପରିକି ସନ୍ଦେହଜନକ ଆଭାସ ହାସଲ କରିଛି  । ଯୁବକମାନଙ୍କ ପାଇଁ ସାଇବର ସୁରକ୍ଷା ଏକ ଆକର୍ଷଣୀୟ ସାଧନ ଯୋଗ୍ୟ ଜୀବିକାର୍ଜନ ବିକଳ୍ପ ହେଉ, ତାହା ସୁନିଶ୍ଚିତ କରିବାକୁ ହେବ  ।

ଏହି ପରିପ୍ରେକ୍ଷୀରେ, ଡିଜିଟାଲ କ୍ଷେତ୍ର ଯେପରି ଆତଙ୍କବାଦ ଏବଂ ଉଗ୍ରବାଦର କ୍ରୀଡ଼ାଙ୍ଗନ ନହେଉ, ତାହା ସୁନିଶ୍ଚିତ କରିବା ପାଇଁ ରାଷ୍ଟ୍ରଗୁଡ଼ିକ ଉତ୍ତରଦାୟିତ୍ୱ ନେବା ଉଚିତ  । ସର୍ବଦା ପରିବର୍ତ୍ତିତ ବିପଦ ପରିଦୃଶ୍ୟର ମୁକାବିଲା ଲାଗି ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ସୂଚନା ଆଦାନପ୍ରଦାନ ଏବଂ ସମନ୍ୱୟ ରହିବା ଜରୁରୀ  ।

ନିଶ୍ଚିତ ଭାବେ ଆମେ ଗୋଟିଏ ପଟେ ଗୋପନୀୟତା ଏବଂ ସ୍ପଷ୍ଟତା ଏବଂ ଅନ୍ୟପଟେ ଜାତୀୟ ନିରାପତ୍ତା ମଧ୍ୟରେ ତାରତମ୍ୟ ରଖିପାରିବା  । ଗୋଟିଏ ପଟେ ଆମେ ମିଳିମିଶି ବୈଶ୍ୱିକ ଏବଂ ମୁକ୍ତ ବ୍ୟବସ୍ଥା ମଧ୍ୟରେ ଥିବା ତାରତମ୍ୟ ଦୂର କରିପାରିବା ଏବଂ ଅନ୍ୟପଟେ ରାଷ୍ଟ୍ର-ବିଶେଷର ଆଇନଗତ ଆବଶ୍ୟକତାର ମୁକାବିଲା କରିପାରିବା ।

ବନ୍ଧୁଗଣ,

ପ୍ରଗତିଶୀଳ ଡିଜିଟାଲ ପ୍ରଯୁକ୍ତି ଆମ ଭବିଷ୍ୟତକୁ କିପରି ଭାବେ ପ୍ରଭାବିତ କରିବ ତା’ର ପୂର୍ବାନୁମାନ କରିବା ମଧ୍ୟ ଅସମ୍ଭବ । ପାରଦର୍ଶୀତା, ଗୋପନୀୟତା, ବିଶ୍ୱାସ ଏବଂ ନିରାପତ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ସମାଧାନ କରିବାର ଆବଶ୍ୟକତା ରହିଛି । ଡିଜିଟାଲ ପ୍ରଯୁକ୍ତି  ମାନବସମାଜକୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରିଥାଏ । ଏହା ଏହି ମାର୍ଗରେ ହିଁ ଜାରି ରହୁ ଆମକୁ ତାହା ସୁନିଶ୍ଚିତ କରିବାକୁ ହେବ ।

ଏହି କାର୍ଯ୍ୟକ୍ରମରେ ବ୍ୟାପକ ବହୁପକ୍ଷୀୟ ଅଂଶୀଦାରଙ୍କ ଅଂଶଗ୍ରହଣ ଏହି ମଂଚ ଗ୍ରହଣ କରିଥିବା ବୈଶ୍ୱିକ ପ୍ରୋତ୍ସାହନକୁ ପ୍ରମାଣିତ କରୁଛି । ଏକ ଔପଚାରିକ ସହଯୋଗୀ ରୂପରେଖ ଦିଗରେ ରାଷ୍ଟ୍ରସମୂହ, ଶିଳ୍ପଜଗତ, ବିଶେଷଜ୍ଞ ଏବଂ ନାଗରିକ ସମାଜ କାର୍ଯ୍ୟ କରିବା ଉଚିତ  । ଏହା ଏକ ନିରାପଦ ସାଇବର କ୍ଷେତ୍ର ଯୋଗାଇ ଦେବ ଯାହା ଜୀବନ ଧାରଣରେ ଉନ୍ନତି ଆଣିବ ।

ବନ୍ଧୁଗଣ,

ଏହି ସମ୍ମିଳନୀ ସଂଖ୍ୟାଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ଏପରି ଶ୍ରେଣୀର ସମ୍ମିଳନୀଗୁଡ଼ିକୁ ମଧ୍ୟରେ ବୋଧହୁଏ ସର୍ବବୃହତ  । ମୁଁ ସୂଚନା ପାଇଛି ଯେ ସମସ୍ତ ପୃଷ୍ଠଭୂମି ଏବଂ ଲଜିଷ୍ଟିକଗୁଡ଼ିକ ଡିଜିଟାଲ ମାଧ୍ୟମରେ କରାଯାଇଛି  । ମୋର ଆଶା ସାରାବିଶ୍ୱରୁ ଯୋଗ ଦେଇଥିବା ପ୍ରତିନିଧିମାନେ ସହଜ ଏବଂ ବାଧାମୁକ୍ତ ଅଭିଜ୍ଞତା ହାସଲ କରିବେ  ।

ଫଳପ୍ରଦ ଏବଂ ଉପାଦେୟ ବିଚାରବିମର୍ଷ ଏବଂ ପରିଣାମ ଆଶା କରି ମୁଁ ମୋର ବକ୍ତବ୍ୟ ଶେଷ କରୁଛି  । ମୁଁ ପୁଣିଥରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଏବଂ ଏହି ସମ୍ମିଳନୀର ସଫଳତା କାମନା କରୁଛି  ।

ଆପଣମାନଙ୍କୁ ଧନ୍ୟବାଦ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
PLI, Make in India schemes attracting foreign investors to India: CII

Media Coverage

PLI, Make in India schemes attracting foreign investors to India: CII
NM on the go

Nm on the go

Always be the first to hear from the PM. Get the App Now!
...
Text of PM Modi's address at the Parliament of Guyana
November 21, 2024

Hon’ble Speaker, मंज़ूर नादिर जी,
Hon’ble Prime Minister,मार्क एंथनी फिलिप्स जी,
Hon’ble, वाइस प्रेसिडेंट भरत जगदेव जी,
Hon’ble Leader of the Opposition,
Hon’ble Ministers,
Members of the Parliament,
Hon’ble The चांसलर ऑफ द ज्यूडिशियरी,
अन्य महानुभाव,
देवियों और सज्जनों,

गयाना की इस ऐतिहासिक पार्लियामेंट में, आप सभी ने मुझे अपने बीच आने के लिए निमंत्रित किया, मैं आपका बहुत-बहुत आभारी हूं। कल ही गयाना ने मुझे अपना सर्वोच्च सम्मान दिया है। मैं इस सम्मान के लिए भी आप सभी का, गयाना के हर नागरिक का हृदय से आभार व्यक्त करता हूं। गयाना का हर नागरिक मेरे लिए ‘स्टार बाई’ है। यहां के सभी नागरिकों को धन्यवाद! ये सम्मान मैं भारत के प्रत्येक नागरिक को समर्पित करता हूं।

साथियों,

भारत और गयाना का नाता बहुत गहरा है। ये रिश्ता, मिट्टी का है, पसीने का है,परिश्रम का है करीब 180 साल पहले, किसी भारतीय का पहली बार गयाना की धरती पर कदम पड़ा था। उसके बाद दुख में,सुख में,कोई भी परिस्थिति हो, भारत और गयाना का रिश्ता, आत्मीयता से भरा रहा है। India Arrival Monument इसी आत्मीय जुड़ाव का प्रतीक है। अब से कुछ देर बाद, मैं वहां जाने वाला हूं,

साथियों,

आज मैं भारत के प्रधानमंत्री के रूप में आपके बीच हूं, लेकिन 24 साल पहले एक जिज्ञासु के रूप में मुझे इस खूबसूरत देश में आने का अवसर मिला था। आमतौर पर लोग ऐसे देशों में जाना पसंद करते हैं, जहां तामझाम हो, चकाचौंध हो। लेकिन मुझे गयाना की विरासत को, यहां के इतिहास को जानना था,समझना था, आज भी गयाना में कई लोग मिल जाएंगे, जिन्हें मुझसे हुई मुलाकातें याद होंगीं, मेरी तब की यात्रा से बहुत सी यादें जुड़ी हुई हैं, यहां क्रिकेट का पैशन, यहां का गीत-संगीत, और जो बात मैं कभी नहीं भूल सकता, वो है चटनी, चटनी भारत की हो या फिर गयाना की, वाकई कमाल की होती है,

साथियों,

बहुत कम ऐसा होता है, जब आप किसी दूसरे देश में जाएं,और वहां का इतिहास आपको अपने देश के इतिहास जैसा लगे,पिछले दो-ढाई सौ साल में भारत और गयाना ने एक जैसी गुलामी देखी, एक जैसा संघर्ष देखा, दोनों ही देशों में गुलामी से मुक्ति की एक जैसी ही छटपटाहट भी थी, आजादी की लड़ाई में यहां भी,औऱ वहां भी, कितने ही लोगों ने अपना जीवन समर्पित कर दिया, यहां गांधी जी के करीबी सी एफ एंड्रूज हों, ईस्ट इंडियन एसोसिएशन के अध्यक्ष जंग बहादुर सिंह हों, सभी ने गुलामी से मुक्ति की ये लड़ाई मिलकर लड़ी,आजादी पाई। औऱ आज हम दोनों ही देश,दुनिया में डेमोक्रेसी को मज़बूत कर रहे हैं। इसलिए आज गयाना की संसद में, मैं आप सभी का,140 करोड़ भारतवासियों की तरफ से अभिनंदन करता हूं, मैं गयाना संसद के हर प्रतिनिधि को बधाई देता हूं। गयाना में डेमोक्रेसी को मजबूत करने के लिए आपका हर प्रयास, दुनिया के विकास को मजबूत कर रहा है।

साथियों,

डेमोक्रेसी को मजबूत बनाने के प्रयासों के बीच, हमें आज वैश्विक परिस्थितियों पर भी लगातार नजर ऱखनी है। जब भारत और गयाना आजाद हुए थे, तो दुनिया के सामने अलग तरह की चुनौतियां थीं। आज 21वीं सदी की दुनिया के सामने, अलग तरह की चुनौतियां हैं।
दूसरे विश्व युद्ध के बाद बनी व्यवस्थाएं और संस्थाएं,ध्वस्त हो रही हैं, कोरोना के बाद जहां एक नए वर्ल्ड ऑर्डर की तरफ बढ़ना था, दुनिया दूसरी ही चीजों में उलझ गई, इन परिस्थितियों में,आज विश्व के सामने, आगे बढ़ने का सबसे मजबूत मंत्र है-"Democracy First- Humanity First” "Democracy First की भावना हमें सिखाती है कि सबको साथ लेकर चलो,सबको साथ लेकर सबके विकास में सहभागी बनो। Humanity First” की भावना हमारे निर्णयों की दिशा तय करती है, जब हम Humanity First को अपने निर्णयों का आधार बनाते हैं, तो नतीजे भी मानवता का हित करने वाले होते हैं।

साथियों,

हमारी डेमोक्रेटिक वैल्यूज इतनी मजबूत हैं कि विकास के रास्ते पर चलते हुए हर उतार-चढ़ाव में हमारा संबल बनती हैं। एक इंक्लूसिव सोसायटी के निर्माण में डेमोक्रेसी से बड़ा कोई माध्यम नहीं। नागरिकों का कोई भी मत-पंथ हो, उसका कोई भी बैकग्राउंड हो, डेमोक्रेसी हर नागरिक को उसके अधिकारों की रक्षा की,उसके उज्जवल भविष्य की गारंटी देती है। और हम दोनों देशों ने मिलकर दिखाया है कि डेमोक्रेसी सिर्फ एक कानून नहीं है,सिर्फ एक व्यवस्था नहीं है, हमने दिखाया है कि डेमोक्रेसी हमारे DNA में है, हमारे विजन में है, हमारे आचार-व्यवहार में है।

साथियों,

हमारी ह्यूमन सेंट्रिक अप्रोच,हमें सिखाती है कि हर देश,हर देश के नागरिक उतने ही अहम हैं, इसलिए, जब विश्व को एकजुट करने की बात आई, तब भारत ने अपनी G-20 प्रेसीडेंसी के दौरान One Earth, One Family, One Future का मंत्र दिया। जब कोरोना का संकट आया, पूरी मानवता के सामने चुनौती आई, तब भारत ने One Earth, One Health का संदेश दिया। जब क्लाइमेट से जुड़े challenges में हर देश के प्रयासों को जोड़ना था, तब भारत ने वन वर्ल्ड, वन सन, वन ग्रिड का विजन रखा, जब दुनिया को प्राकृतिक आपदाओं से बचाने के लिए सामूहिक प्रयास जरूरी हुए, तब भारत ने CDRI यानि कोएलिशन फॉर डिज़ास्टर रज़ीलिएंट इंफ्रास्ट्रक्चर का initiative लिया। जब दुनिया में pro-planet people का एक बड़ा नेटवर्क तैयार करना था, तब भारत ने मिशन LiFE जैसा एक global movement शुरु किया,

साथियों,

"Democracy First- Humanity First” की इसी भावना पर चलते हुए, आज भारत विश्वबंधु के रूप में विश्व के प्रति अपना कर्तव्य निभा रहा है। दुनिया के किसी भी देश में कोई भी संकट हो, हमारा ईमानदार प्रयास होता है कि हम फर्स्ट रिस्पॉन्डर बनकर वहां पहुंचे। आपने कोरोना का वो दौर देखा है, जब हर देश अपने-अपने बचाव में ही जुटा था। तब भारत ने दुनिया के डेढ़ सौ से अधिक देशों के साथ दवाएं और वैक्सीन्स शेयर कीं। मुझे संतोष है कि भारत, उस मुश्किल दौर में गयाना की जनता को भी मदद पहुंचा सका। दुनिया में जहां-जहां युद्ध की स्थिति आई,भारत राहत और बचाव के लिए आगे आया। श्रीलंका हो, मालदीव हो, जिन भी देशों में संकट आया, भारत ने आगे बढ़कर बिना स्वार्थ के मदद की, नेपाल से लेकर तुर्की और सीरिया तक, जहां-जहां भूकंप आए, भारत सबसे पहले पहुंचा है। यही तो हमारे संस्कार हैं, हम कभी भी स्वार्थ के साथ आगे नहीं बढ़े, हम कभी भी विस्तारवाद की भावना से आगे नहीं बढ़े। हम Resources पर कब्जे की, Resources को हड़पने की भावना से हमेशा दूर रहे हैं। मैं मानता हूं,स्पेस हो,Sea हो, ये यूनीवर्सल कन्फ्लिक्ट के नहीं बल्कि यूनिवर्सल को-ऑपरेशन के विषय होने चाहिए। दुनिया के लिए भी ये समय,Conflict का नहीं है, ये समय, Conflict पैदा करने वाली Conditions को पहचानने और उनको दूर करने का है। आज टेरेरिज्म, ड्रग्स, सायबर क्राइम, ऐसी कितनी ही चुनौतियां हैं, जिनसे मुकाबला करके ही हम अपनी आने वाली पीढ़ियों का भविष्य संवार पाएंगे। और ये तभी संभव है, जब हम Democracy First- Humanity First को सेंटर स्टेज देंगे।

साथियों,

भारत ने हमेशा principles के आधार पर, trust और transparency के आधार पर ही अपनी बात की है। एक भी देश, एक भी रीजन पीछे रह गया, तो हमारे global goals कभी हासिल नहीं हो पाएंगे। तभी भारत कहता है – Every Nation Matters ! इसलिए भारत, आयलैंड नेशन्स को Small Island Nations नहीं बल्कि Large ओशिन कंट्रीज़ मानता है। इसी भाव के तहत हमने इंडियन ओशन से जुड़े आयलैंड देशों के लिए सागर Platform बनाया। हमने पैसिफिक ओशन के देशों को जोड़ने के लिए भी विशेष फोरम बनाया है। इसी नेक नीयत से भारत ने जी-20 की प्रेसिडेंसी के दौरान अफ्रीकन यूनियन को जी-20 में शामिल कराकर अपना कर्तव्य निभाया।

साथियों,

आज भारत, हर तरह से वैश्विक विकास के पक्ष में खड़ा है,शांति के पक्ष में खड़ा है, इसी भावना के साथ आज भारत, ग्लोबल साउथ की भी आवाज बना है। भारत का मत है कि ग्लोबल साउथ ने अतीत में बहुत कुछ भुगता है। हमने अतीत में अपने स्वभाव औऱ संस्कारों के मुताबिक प्रकृति को सुरक्षित रखते हुए प्रगति की। लेकिन कई देशों ने Environment को नुकसान पहुंचाते हुए अपना विकास किया। आज क्लाइमेट चेंज की सबसे बड़ी कीमत, ग्लोबल साउथ के देशों को चुकानी पड़ रही है। इस असंतुलन से दुनिया को निकालना बहुत आवश्यक है।

साथियों,

भारत हो, गयाना हो, हमारी भी विकास की आकांक्षाएं हैं, हमारे सामने अपने लोगों के लिए बेहतर जीवन देने के सपने हैं। इसके लिए ग्लोबल साउथ की एकजुट आवाज़ बहुत ज़रूरी है। ये समय ग्लोबल साउथ के देशों की Awakening का समय है। ये समय हमें एक Opportunity दे रहा है कि हम एक साथ मिलकर एक नया ग्लोबल ऑर्डर बनाएं। और मैं इसमें गयाना की,आप सभी जनप्रतिनिधियों की भी बड़ी भूमिका देख रहा हूं।

साथियों,

यहां अनेक women members मौजूद हैं। दुनिया के फ्यूचर को, फ्यूचर ग्रोथ को, प्रभावित करने वाला एक बहुत बड़ा फैक्टर दुनिया की आधी आबादी है। बीती सदियों में महिलाओं को Global growth में कंट्रीब्यूट करने का पूरा मौका नहीं मिल पाया। इसके कई कारण रहे हैं। ये किसी एक देश की नहीं,सिर्फ ग्लोबल साउथ की नहीं,बल्कि ये पूरी दुनिया की कहानी है।
लेकिन 21st सेंचुरी में, global prosperity सुनिश्चित करने में महिलाओं की बहुत बड़ी भूमिका होने वाली है। इसलिए, अपनी G-20 प्रेसीडेंसी के दौरान, भारत ने Women Led Development को एक बड़ा एजेंडा बनाया था।

साथियों,

भारत में हमने हर सेक्टर में, हर स्तर पर, लीडरशिप की भूमिका देने का एक बड़ा अभियान चलाया है। भारत में हर सेक्टर में आज महिलाएं आगे आ रही हैं। पूरी दुनिया में जितने पायलट्स हैं, उनमें से सिर्फ 5 परसेंट महिलाएं हैं। जबकि भारत में जितने पायलट्स हैं, उनमें से 15 परसेंट महिलाएं हैं। भारत में बड़ी संख्या में फाइटर पायलट्स महिलाएं हैं। दुनिया के विकसित देशों में भी साइंस, टेक्नॉलॉजी, इंजीनियरिंग, मैथ्स यानि STEM graduates में 30-35 परसेंट ही women हैं। भारत में ये संख्या फोर्टी परसेंट से भी ऊपर पहुंच चुकी है। आज भारत के बड़े-बड़े स्पेस मिशन की कमान महिला वैज्ञानिक संभाल रही हैं। आपको ये जानकर भी खुशी होगी कि भारत ने अपनी पार्लियामेंट में महिलाओं को रिजर्वेशन देने का भी कानून पास किया है। आज भारत में डेमोक्रेटिक गवर्नेंस के अलग-अलग लेवल्स पर महिलाओं का प्रतिनिधित्व है। हमारे यहां लोकल लेवल पर पंचायती राज है, लोकल बॉड़ीज़ हैं। हमारे पंचायती राज सिस्टम में 14 लाख से ज्यादा यानि One point four five मिलियन Elected Representatives, महिलाएं हैं। आप कल्पना कर सकते हैं, गयाना की कुल आबादी से भी करीब-करीब दोगुनी आबादी में हमारे यहां महिलाएं लोकल गवर्नेंट को री-प्रजेंट कर रही हैं।

साथियों,

गयाना Latin America के विशाल महाद्वीप का Gateway है। आप भारत और इस विशाल महाद्वीप के बीच अवसरों और संभावनाओं का एक ब्रिज बन सकते हैं। हम एक साथ मिलकर, भारत और Caricom की Partnership को और बेहतर बना सकते हैं। कल ही गयाना में India-Caricom Summit का आयोजन हुआ है। हमने अपनी साझेदारी के हर पहलू को और मजबूत करने का फैसला लिया है।

साथियों,

गयाना के विकास के लिए भी भारत हर संभव सहयोग दे रहा है। यहां के इंफ्रास्ट्रक्चर में निवेश हो, यहां की कैपेसिटी बिल्डिंग में निवेश हो भारत और गयाना मिलकर काम कर रहे हैं। भारत द्वारा दी गई ferry हो, एयरक्राफ्ट हों, ये आज गयाना के बहुत काम आ रहे हैं। रीन्युएबल एनर्जी के सेक्टर में, सोलर पावर के क्षेत्र में भी भारत बड़ी मदद कर रहा है। आपने t-20 क्रिकेट वर्ल्ड कप का शानदार आयोजन किया है। भारत को खुशी है कि स्टेडियम के निर्माण में हम भी सहयोग दे पाए।

साथियों,

डवलपमेंट से जुड़ी हमारी ये पार्टनरशिप अब नए दौर में प्रवेश कर रही है। भारत की Energy डिमांड तेज़ी से बढ़ रही हैं, और भारत अपने Sources को Diversify भी कर रहा है। इसमें गयाना को हम एक महत्वपूर्ण Energy Source के रूप में देख रहे हैं। हमारे Businesses, गयाना में और अधिक Invest करें, इसके लिए भी हम निरंतर प्रयास कर रहे हैं।

साथियों,

आप सभी ये भी जानते हैं, भारत के पास एक बहुत बड़ी Youth Capital है। भारत में Quality Education और Skill Development Ecosystem है। भारत को, गयाना के ज्यादा से ज्यादा Students को Host करने में खुशी होगी। मैं आज गयाना की संसद के माध्यम से,गयाना के युवाओं को, भारतीय इनोवेटर्स और वैज्ञानिकों के साथ मिलकर काम करने के लिए भी आमंत्रित करता हूँ। Collaborate Globally And Act Locally, हम अपने युवाओं को इसके लिए Inspire कर सकते हैं। हम Creative Collaboration के जरिए Global Challenges के Solutions ढूंढ सकते हैं।

साथियों,

गयाना के महान सपूत श्री छेदी जगन ने कहा था, हमें अतीत से सबक लेते हुए अपना वर्तमान सुधारना होगा और भविष्य की मजबूत नींव तैयार करनी होगी। हम दोनों देशों का साझा अतीत, हमारे सबक,हमारा वर्तमान, हमें जरूर उज्जवल भविष्य की तरफ ले जाएंगे। इन्हीं शब्दों के साथ मैं अपनी बात समाप्त करता हूं, मैं आप सभी को भारत आने के लिए भी निमंत्रित करूंगा, मुझे गयाना के ज्यादा से ज्यादा जनप्रतिनिधियों का भारत में स्वागत करते हुए खुशी होगी। मैं एक बार फिर गयाना की संसद का, आप सभी जनप्रतिनिधियों का, बहुत-बहुत आभार, बहुत बहुत धन्यवाद।