QuotePM releases 2 part book series on M.S. Swaminathan: The Quest for a world without hunger
QuoteDr. M.S. Swaminathan is not only a 'Kisan Vaigyanik' but also a 'Krishi Vaigyanik', says PM Modi
QuoteEach district in India should have its own agri-identity: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶିଷ୍ଟ କୃଷି ବିଜ୍ଞାନୀ ଡ.ଏମ୍ଏସ୍ ସ୍ୱାମୀନାଥନଙ୍କ ଉପରେ ଦୁଇ ଭାଗ ବିଶିଷ୍ଟ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ସିରିଜର ନାଁ ରହିଛି - M.S. Swaminathan: The Quest for a world without hunger । ପୁସ୍ତକ ଉନ୍ମୋଚନ ଅବସରରେ ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

|

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରଫେସର ସ୍ୱାମୀନାଥନଙ୍କ ପରାମର୍ଶକ୍ରମେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନାର ଶୁଭାରମ୍ଭ କରାଯାଇଥିଲା ।

ପ୍ରଫେସର ସ୍ୱାମୀନାଥନଙ୍କ ଅବଦାନର ଉଚ୍ଚ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ତାଙ୍କୁ କୃଷି ବୈଜ୍ଞାନିକ ନୁହେଁ ବରଂ “କିଷାନ୍ ବୈଜ୍ଞାନିକ” ଭାବେ ସମ୍ବୋଧନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଫେସର ସ୍ୱାମୀନାଥନ୍ ବିଶେଷତ୍ୱ ହେଉଛି ଯେ ତାଙ୍କର ଗବେଷଣା ଭୂମିରେ ବାସ୍ତବ ରୂପ ନେଇପାରିଛି । ପ୍ରଫେସର ସ୍ୱାମୀନାଥନଙ୍କ ବିନୟୀ ସ୍ୱଭାବର ମଧ୍ୟ ସେ ପ୍ରଶଂସା କରିଥିଲେ ।

ବର୍ତ୍ତମାନ ସମୟରେ କୃଷି କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷିର ସଫଳତା ପୂର୍ବଭାରତ ଆଡ଼କୁ ବିସ୍ତାରିତ ହେବା ଆବଶ୍ୟକ । ଏହାକୁ ବାସ୍ତବ ରୂପ ଦେବା ଲାଗି ବୈଜ୍ଞାନିକ ପ୍ରଣାଳୀ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେବା ଉଚିତ୍ ।

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ଏବଂ ପାରମ୍ପରିକ କୃଷି ଜ୍ଞାନ ଶ୍ରେଷ୍ଠ ଫଳ ପ୍ରଦାନ କରିବ । କେତେକ ରାଜ୍ୟର ଉଦାହରଣ ଦେଇ ସେ କହିଥିଲେ ଯେ ଭାରତର ନିଜସ୍ୱ “କୃଷି ପରିଚୟ” ରହିବା ଉଚିତ୍ । ଏହା ଶିଳ୍ପ-କ୍ଲଷ୍ଟର ବିକାଶ ସହିତ ବଜାର ବ୍ୟବସ୍ଥା, ଏଗ୍ରି-କ୍ଲଷ୍ଟର ବିକାଶକୁ ଆଗେଇ ନେବ ।

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ 2022 ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି, ଏଥିପାଇଁ ନିର୍ଦ୍ଦିଷ୍ଟ କେତେକ କ୍ଷେତ୍ର ପ୍ରତି ଲକ୍ଷ୍ୟ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପୂର୍ବରୁ ଥିବା କୃଷି ବୀମା ଯୋଜନା ଅପେକ୍ଷା କୃଷକଙ୍କ ମଧ୍ୟରେ ଆଦୃତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ତୋଷବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ଏହା କୃଷକଙ୍କୁ ଅଧିକ ରିସ୍କ ନେବା ଏବଂ ପରୀକ୍ଷାଗାରରୁ କ୍ଷେତକୁ ନୂଆ ନୂଆ ବିକଶିତ ଚାଷ ପ୍ରଣାଳି ନେବା ଲାଗି ସହାୟକ ହେବ ।

ଡ. ଏମ୍ ଏସ୍ ସ୍ୱାମୀନାଥନ୍ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବକ୍ତବ୍ୟ ଲାଗି ଧନ୍ୟବାଦ ଅର୍ପଣ କରିଥିଲେ । ସେ ପ୍ରଯୁକ୍ତି ଏବଂ ସାଧାରଣ ନୀତି ମଧ୍ୟରେ ସମ୍ମିଶ୍ରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Indian economy 'resilient' despite 'fragile' global growth outlook: RBI Bulletin

Media Coverage

Indian economy 'resilient' despite 'fragile' global growth outlook: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
PM attends the Defence Investiture Ceremony-2025 (Phase-1)
May 22, 2025

The Prime Minister Shri Narendra Modi attended the Defence Investiture Ceremony-2025 (Phase-1) in Rashtrapati Bhavan, New Delhi today, where Gallantry Awards were presented.

He wrote in a post on X:

“Attended the Defence Investiture Ceremony-2025 (Phase-1), where Gallantry Awards were presented. India will always be grateful to our armed forces for their valour and commitment to safeguarding our nation.”