22 lakh houses to be constructed in UP, 21.5 already approved, 14 lakh families already got their housing unit
Guru Saheb’s life and message inspires us to take on the challenges while following the path of service and truth: PM Modi
Uttar Pradesh is among the states that are moving the fastest on building houses for the poor: PM Modi
Aatmnirbhar Bharat is directly linked to the self-confidence of the country’s citizens and a house of one’s own enhances this self-confidence manifold: PM

ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଲକ୍ଷ ହିତାଧୀକାରୀଙ୍କ ଉଦ୍ଦେଶ୍ୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅର୍ଥ ମଞ୍ଜୁର କରିଛନ୍ତି । ଏହି ଅବସରରେ ସେ ଆଜି ହିତାଧୀକାରୀମାନଙ୍କ ସହ ଆଳାପ ଆଲୋଚନା କରିଛନ୍ତି । ଏହି କନ୍‌ଫରେନ୍ସିଂରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ, ଉତ୍ତରପ୍ରଦେଶର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ ।

ଗୁରୁଗୋବିନ୍ଦ ସିଂହଙ୍କର ପ୍ରକାଶପର୍ବ ଅବସରରେ ଲୋକମାନଙ୍କ ଶୁଭ ମନାସିଛନ୍ତି । ଗୁରୁଗୋବିନ୍ଦ ସିଂହ ଜୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ମୋଦୀ ମଥାନତ ପୂର୍ବକ ପ୍ରଣିପାତ କରିଛନ୍ତି । ଏହି ଶୁଭ ଅବସରରେ ଦେଶବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଗୁରୁ ତାଙ୍କ ପ୍ରତି ସଦୟ ଅଛନ୍ତି ଏବଂ ଲୋକମାନଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି । ସେବା ଓ ସତ୍ୟର ମାର୍ଗକୁ ବାଛିନେବା କ୍ଷେତ୍ରରେ ଗୁରୁସାହେବଙ୍କର ଜୀବନୀ ଏବଂ ବାର୍ତ୍ତା ତାଙ୍କୁ ସମସ୍ତ ପ୍ରକାରର ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରେରଣା ଦେଇଛି । ବର୍ତ୍ତମାନ ଦେଶ ଗୁରୁଗୋବିନ୍ଦ ସିଂହ ଜୀଙ୍କ ମାର୍ଗରେ ଚାଲିଛି ବୋଲି ମଧ୍ୟ ଶ୍ରୀ ମୋଦୀ କହିଛନ୍ତି । ଦଳିତ, ନିଷ୍ପେସିତ ଏବଂ ଗରୀବ ଲୋକମାନଙ୍କ ଜୀବନର ପରିବର୍ତ୍ତନ ପାଇଁ ତାଙ୍କୁ ଅପ୍ରତ୍ୟାଶିତ ଭାବେ କାମ କରିବାକୁ ପଡିଛି ବୋଲି ସେ ପ୍ରକାଶ କରିଛନ୍ତି । ୫ବର୍ଷ ତଳେ ଆଗ୍ରାଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଚଳନ ଘୋଷଣା କରିଥିଲେ ବୋଲି ସେ କହିଛନ୍ତି । ଏହି ଯୋଜନା ଦ୍ୱାରା ଭାରତୀୟ ଗ୍ରାମଗୁଡିକର ଚେହେରା ବଦଳି ଯାଇଛି । ଏହି ଯୋଜନା କୋଟି କୋଟି ଲୋକଙ୍କ ମନରେ ଆଶା ସଂଚାର ସହ ଜଡିତ ଏବଂ ଗରୀବରୁ ଗରୀବତର ଲୋକଙ୍କ ମନରେ ନିଜ ଘରର ମାଲିକ ହେବାର ଆତ୍ମବିଶ୍ୱାସ ଭରି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗରୀବମାନଙ୍କ ନିମନ୍ତେ ତ୍ୱରିତ ବାସଗୃହ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟଗୁଡିକ ମଧ୍ୟରେ ଉତ୍ତର ପ୍ରଦେଶ ଥିବାରୁ ପ୍ରଧାନମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟର 6ଲକ୍ଷ ପରିବାରଙ୍କ ବ୍ୟାଙ୍କ ଖାତାକୁ 26ଶହ କୋଟି ଟଙ୍କା ଦିଆଯାଇଛି ଏବଂ ସେମାନେ ପାଇବେ । ଏହି 6ଲକ୍ଷ ପରିବାରଙ୍କ ମଧ୍ୟରୁ ପ୍ରଥମ ଦଫାରେ 5ଲକ୍ଷ ଘର ପାଇବେ । ଏମାନଙ୍କ ଜୀବନର ପ୍ରତୀକ୍ଷାର ଅନ୍ତ ଘଟିଛି । ସେହିପରି 80ହଜାର ପରିବାର ଦ୍ୱିତୀୟ ଦଫାରେ ଶୀତଋତୁ ବେଳକୁ ସେମାନଙ୍କର ନିଜ ଘର ତିଆରି ସାରିଥିବେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଆତ୍ମନିର୍ଭର ଭାରତ ପ୍ରତ୍ୟକ୍ଷ ଭାବରେ ଦେଶବାସୀଙ୍କ ଆତ୍ମବିଶ୍ୱାସ ସହ ଜଡିତ ଏବଂ ନିଜର ଘର ଥିଲେ ଏହା ବହୁଗୁଣିତ ହୋଇଥାଏ । ଦାରିଦ୍ର‌୍ୟ ମଧ୍ୟରେ ନିଜର ଘରଟିଏ ହୋଇଗଲେ ଏହା ଜୀବନର ଆତ୍ମ ସନ୍ତୋଷ ସୃଷ୍ଟି କରେ ବୋଲି ଶ୍ରୀ ମୋଦୀ କହିଛନ୍ତି । ଏହି ଅବସରରେ ସେ ମନେ ପକାଇଛନ୍ତି ଯେ, ପୂର୍ବ ସରକାର ସମୟରେ ଏ କ୍ଷେତ୍ରରେ ଗରୀବ ମାନଙ୍କ ମନରେ ସରକାରୀ ଘର ମିଳିବ ବୋଲି ଆଶା ନ ଥିଲା । ଆହୁରି ମଧ୍ୟ ପୂର୍ବର ଯୋଜନାରେ ତିଆରି ହୋଇଥିବା ଘରଗୁଡିକ ନିମ୍ନମାନର ଥିଲା । ଗରିବମାନଙ୍କୁ ଭୁଲ ନୀତିର ଶିକାର ହେବାକୁ ପଡୁଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଘଟଣାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରୀବ ପରିବାରକୁ ଦେବା ପାଇଁ ପ୍ରଣୟନ କରାଯାଇଛି ଏବଂ ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ସବୁ ଗରୀବମାନଙ୍କୁ ଘର ମିଳିବ ବୋଲି ସେ କହିଛନ୍ତି । ବିଗତ ବର୍ଷ ମାନଙ୍କରେ 2କୋଟି ଗୃହ ୟୁନିଟ୍ ଗ୍ରାମାଞ୍ଚଳରେ ନିର୍ମାଣ କରାଯାଇସାରିଛି । ଆହୁରି ମଧ୍ୟ 1.25କୋଟି ୟୁନିଟ୍ କେନ୍ଦ୍ର ସରକାରଙ୍କ ଅନୁଦାନରେ 1.5ଲକ୍ଷ କୋଟି ଟଙ୍କା ବିନିମୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ ମନେ ପକାଇଛନ୍ତି ଯେ, ପୂର୍ବ ସରକାର ସମୟରେ ରାଜ୍ୟ ସରକାରମାନେ ଏହି ଯୋଜନା ପ୍ରତି ଉଦାସୀନ ଥିଲେ । ଉତ୍ତରପ୍ରଦେଶରେ ଏ ବାବଦରେ 22ଲକ୍ଷ ଗ୍ରାମୀଣ ଆବାସ ନିର୍ମାଣ କରାଯିବ, ସେଥିମଧ୍ୟରୁ ସାଢେ 21ଲକ୍ଷର ନିର୍ମାଣ ପାଇଁ ମଞ୍ଜୁରୀ ମିଳିସାରିଛି । 14.5ଲକ୍ଷ ପରିବାର ସେମାନଙ୍କ ଘର ଏହି ସରକାର ସମୟରେ ପାଇସାରିଲେଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବ ସରକାରଙ୍କର ଏ କ୍ଷେତ୍ରରେ ଥିବା ଅଭିଜ୍ଞତାକୁ ସେ ମନେ ପକାଉଛନ୍ତି । ଏହି ସମୟରେ ଘର ପାଇବା ଆଶା ହରାଇଥିବା ଲୋକମାନଙ୍କୁ ଏହି ଯୋଜନାରେ ପ୍ରାଥମିକତା ଦିଆଯିବ । ଏଥିସହିତ ଗୃହ ଆବଣ୍ଟନ କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା, ଘରର ମାଲିକାନା କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧୀକାର ଦିଆଯିବା, ଯୋଜନାର ସମସ୍ତ କାର୍ଯ୍ୟକଳାପର ନିରୀକ୍ଷଣ କରାଯିବା ଏବଂ ଘରଗୁଡିକର ନିର୍ମାଣ ସମୟରେ ସର୍ବନିମ୍ନ ଆବଶ୍ୟକତା ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି । କଚା ଘରେ ରହୁଥିବା ପରିବାରଗୁଡିକ ଏହି ଗୃହ ୟୁନିଟ୍ ଯୋଗୁଁ ଉପକୃତ ହୋଇଛି । ସ୍ଥାନୀୟ ଶ୍ରମଜୀବୀ, କ୍ଷୁଦ୍ରଚାଷୀ, ଭୂମିହୀନ ଶ୍ରମିକ ଏବଂ ଘର ମାଲିକ ହେବାର ଆଶା ହରାଇଥିବା ଲୋକେ ଉପକୃତ ହୋଇଛନ୍ତି । ପରିବାରର ମହିଳା ସଦସ୍ୟମାନଙ୍କ ନାମରେ ଏହି ଘରଗୁଡିକୁ ଦିଆଯାଇ ମହିଳା ସଶକ୍ତିକରଣ କ୍ଷେତ୍ରକୁ ମଧ୍ୟ ସୁଦୃଢ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏ କ୍ଷେତ୍ରରେ ଦୁର୍ନୀତି ଦୂର କରିବା ପାଇଁ ଭୂମିହୀନ ପରିବାରଙ୍କୁ ଘରର ଦଲିଲ ଏବଂ ନିର୍ମାଣ ବାବଦ ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସହରାଞ୍ଚଳ ହିତାଧୀକାରୀ ଏବଂ ଗ୍ରାମାଞ୍ଚଳ ହିତାଧିକାରୀମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରି ସହରାଞ୍ଚଳର ସୁବିଧା ଗ୍ରାମାଞ୍ଚଳରେ ଲୋକମାନଙ୍କୁ ମିଳିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଏହି ଯୋଜନାର ଗୃହଗୁଡିକରେ ପାଇଖାନା, ବିଜୁଳୀ ସଂଯୋଗ, ଜଳଯୋଗାଣ ବ୍ୟବସ୍ଥା, ଗ୍ୟାସ ଯୋଗାଣ ଆଦିକୁ ଯୋଗ କରାଯାଇଛି । ସର୍ବନିମ୍ନ ସୁବିଧା ପାଇଁ ଗରୀବ ଲୋକେ ବିଭିନ୍ନ ସ୍ଥାନକୁ ଯେପରି ନ ଯିବେ, ସେଥିପ୍ରତି ଦୃଷ୍ଟି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଗ୍ରାମଞ୍ଚଳ ଲୋକଙ୍କ ଜୀବନର ପରିବର୍ତ୍ତନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ଏକ ମୋଡ ପରିବର୍ତ୍ତନ କାରୀ ଯୋଜନା । ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉତ୍ତର ପ୍ରଦେଶ ଏକ ଅଗ୍ରଣୀ ରାଜ୍ୟ । ଏହି ଯୋଜନାରେ ଗରୀବମାନେ ସେମାନଙ୍କ ଜମି ଏବଂ ଘରର ଦଲିଲ ପାଇପାରିବେ । ଉତ୍ତରପ୍ରଦେଶରେ ଡ୍ରୋନ ବ୍ୟବହାର କରି ଏହି ସର୍ବେକ୍ଷଣ କରାଯାଉଛି । ଲୋକମାନଙ୍କ ସମ୍ପତ୍ତିର ମାନଚିତ୍ର ମଧ୍ୟ ପ୍ରସ୍ତୁତ କରାଯାଉଛି । ସରକାରଙ୍କ ନିକଟରେ ସମସ୍ତ ତଥ୍ୟ ରହୁଛି, ଏହାଦ୍ୱାରା ଜମିଜମା ସଂକ୍ରାନ୍ତ ବିବାଦର ସମାପ୍ତି ଘଟିବ । ଏହି ଯୋଜନାର ସବୁଠାରୁ ବଡ ଉପକାର ହେଉଛି ନିଜର ଜମି ସଂକ୍ରାନ୍ତ ଦସ୍ତାବିଜ୍ ଦେଇ ବ୍ୟାଙ୍କରୁ ଋଣ ଆଣାଯାଇପାରିବ । ଗ୍ରାମୀଣ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ଏହା ସକାରାତ୍ମକ ପ୍ରଭାବ ପକାଇବ । ରାଜ୍ୟର 8.5ହଜାର ଗ୍ରାମରେ ଏହି କାର୍ଯ୍ୟ ଶେଷ ହେଇଛି । ସର୍ବେକ୍ଷଣ ପରେ ଲୋକମାନେ ଡିଜିଟାଲ ପ୍ରମାଣପତ୍ର ପାଉଛନ୍ତି । ସ୍ଥାନୀୟ ଭାଷାରେ ଏହାକୁ “ଘରୋନୀ” କୁହାଯାଉଛି । ଉତ୍ତରପ୍ରଦେଶରେ ଏହିଭଳି 51ହଜାରରୁ ଉର୍ଦ୍ଧ୍ୱ ପ୍ରମାଣପତ୍ର ଏପର୍ଯ୍ୟନ୍ତ ଲୋକଙ୍କୁ ଦିଆଯାଇସାରିଲାଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରାମଞ୍ଚଳରେ ଅନେକ ପ୍ରକାରର ଯୋଜନା ପହଞ୍ଚୁଛି । ଏହାଦ୍ୱାରା ସୁବିଧା ପହଞ୍ଚବା ସହିତ ଗ୍ରାମ୍ୟ ଅର୍ଥନୀତିକୁ ଶକ୍ତି ମଧ୍ୟ ମିଳୁଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଦ୍ୱାରା ଗ୍ରାମଞ୍ଚଳର ଲୋକଙ୍କ ଜୀବନ ସରଳ ହୋଇପାରିଛି । ଅପ୍ଟିକାଲ ଫାଇବର ମାଧ୍ୟମରେ 6ଲକ୍ଷ ଗ୍ରାମକୁ ଇଣ୍ଟରନେଟ ସୁବିଧା ଯୋଗାଇବା କାମ ଚାଲିଛି । କରୋନା ସମୟରେ ଘରକୁ ଫେରି ଆସିଥିବା ଶ୍ରମିକମାନଙ୍କୁ ଗରୀବ କଲ୍ୟାଣ ରୋଜଗାର ଅଭିଯାନ ମାଧ୍ୟମରେ 10କୋଟି ନିଯୁକ୍ତି ଦିଆଯାଇଛି । ଉତ୍ତରପ୍ରଦେଶ ଏ କ୍ଷେତ୍ରରେ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଏହା ଗ୍ରାମାଞ୍ଚଳର ଲୋକଙ୍କ ଜୀବନ ଯାତ୍ରାକୁ ସହଜ କରିପାରିଛି । ଆୟୁଷ୍ମାନ ଭାରତ ଯୋଜନା, ଜାତୀୟ ପୁ୍‌ଷ୍ଟିମିଶନ, ଉଜ୍ଜ୍ୱଳା ଯୋଜନା ଆଦି ଅନେକ ଯୋଜନା ଉତ୍ତରପ୍ରଦେଶରେ ଲୋକଙ୍କ ଜୀବନକୁ ସହଜ କରିପାରିଛି । ଏହାଫଳରେ ଉତ୍ତରପ୍ରଦେଶକୁ ଏକ ନୂଆ ପରିଚୟ ମିଳିପାରିଛି । ଏକ୍ସପ୍ରେସ ରାଜପଥ, ଏମ୍ସ ଭଳି ଅନେକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଉତ୍ତରପ୍ରଦେଶରେ ଚାଲିଥିବା ଯୋଗୁଁ ରାଜ୍ୟର ପ୍ରଗତି ତ୍ୱରାନ୍ୱିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେଥିପାଇଁ ଉତ୍ତରପ୍ରଦେଶକୁ ଅନେକ ବଡ ବଡ କମ୍ପାନୀ ଆସୁଛନ୍ତି । ‘ଏକ ଜିଲ୍ଲା ଏକ ଉତ୍ପାଦନ’ କାର୍ଯ୍ୟକ୍ରମ ଅଧୀନରେ ସ୍ଥାନୀୟ କାରୀଗରମାନଙ୍କୁ ଲାଭାନ୍ୱିତ କରିବା ପାଇଁ ଛୋଟ କମ୍ପାନୀଗୁଡିକ ପାଇଁ ଦ୍ୱାର ଉନ୍ମୁକ୍ତ ରହିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
'You Are A Champion Among Leaders': Guyana's President Praises PM Modi

Media Coverage

'You Are A Champion Among Leaders': Guyana's President Praises PM Modi
NM on the go

Nm on the go

Always be the first to hear from the PM. Get the App Now!
...
PM Modi congratulates hockey team for winning Women's Asian Champions Trophy
November 21, 2024

The Prime Minister Shri Narendra Modi today congratulated the Indian Hockey team on winning the Women's Asian Champions Trophy.

Shri Modi said that their win will motivate upcoming athletes.

The Prime Minister posted on X:

"A phenomenal accomplishment!

Congratulations to our hockey team on winning the Women's Asian Champions Trophy. They played exceptionally well through the tournament. Their success will motivate many upcoming athletes."