ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (23.01.2017) ନୂଆଦିଲ୍ଲୀଠାରେ 25 ଜଣ ପିଲାଙ୍କୁ ରାଷ୍ଟ୍ରୀୟ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି ।
ଏହି ଅବସରରେ ପୁରସ୍କାର ବିଜେତା ପିଲାମାନଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମାନଙ୍କର ସାହସ ତତ୍କାଳ ନିଷ୍ପତ୍ତି ନେବାର ମନୋବାଞ୍ଛା ଓ ନିର୍ଭୀକତାର ପରିଚୟ ଦେଉଛି । ଏହି ପୁରସ୍କାର ସେମାନଙ୍କ ଜୀବନର ଅନ୍ତିମ ଅଭୀପ୍ସା ହେବା ଉଚିତ ନୁହେଁ ବରଂ ଏକ ମହତ୍ଵପୂର୍ଣ୍ଣ ଜୀବନର ଅୟମାରମ୍ଭ ଭାବେ ବିବେଚନା କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।
23 ଜାନୁୟାରୀ – ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିନର ମହତ୍ଵ ସମ୍ପର୍କରେ ପିଲାମାନଙ୍କୁ ସ୍ମରଣ କରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେ ସମ୍ଭବ ସେମାନେ ଭଲ ପଢିବା ଉଚିତ । ବିଶେଷକରି ମହାପୁରୁଷ, ତୁଙ୍ଗ ବ୍ୟକ୍ତିତ୍ଵ, ବିଦ୍ଵାନ ଓ କ୍ରୀଡାବିତମାନଙ୍କର ଜୀବନୀ ପଢିବା ଅତ୍ୟନ୍ତ ଉପାଦେୟ । ଏଭଳି ବ୍ୟକ୍ତିତ୍ଵମାନେ ଜୀବନରେ କିଭଳି ମହାନ କାର୍ଯ୍ୟ ସବୁ କରିଛନ୍ତି ଏବଂ କେଉଁ ଢଙ୍ଗରେ ସାଫଲ୍ୟ ଅର୍ଜନ କରିଛନ୍ତି ତାହା ପିଲାମାନଙ୍କର ଧ୍ୟେୟ ହେବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାହସିକତା ହେଉଛି ମଣିଷ ମନର ଏକ ଅବସ୍ଥା । ଏକ ସୁସ୍ଥ ଶରୀର ଆମକୁ ସାହାଯ୍ୟ କରିଥାଏ କିନ୍ତୁ ମଣିଷକୁ ଆଗକୁ ବାଟ କଢାଇ ନେବାରେ ସାହାଯ୍ୟ କରେ ଦୃଢ ମନ । ତେଣୁ ଆମ ସମସ୍ତଙ୍କୁ ଜୀବନରେ ଦୃଢମନା ହେବାକୁ ପଡିବ । ବର୍ତ୍ତମାନ ସେମାନେ ଯେଉଁ ପ୍ରସିଦ୍ଧି ଓ ପ୍ରଶଂସା ଅର୍ଜନ କରିଛନ୍ତି ତାହା ସେମାନଙ୍କ ଜୀବନର ପ୍ରଗତି ପଥରେ ପ୍ରତିବନ୍ଧକ ହେବା ଉଚିତ ନୁହେଁ । ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ମେନକା ଗାନ୍ଧୀ ଉପସ୍ଥିତ ଥିଲେ ।
ଭାରତୀୟ ବାଳ କଲ୍ୟାଣ ପରିଷଦ (ICCW) ପକ୍ଷରୁ ଏହି ଜାତୀୟ ସାହସିକତା ପୁରସ୍କାର ଯୋଜନା ଆରମ୍ଭ କରାଯାଇଛି । ପିଲାମାନଙ୍କ ଜୀବନରେ ସାହସିକତା, ନିର୍ଭୀକତା, ପ୍ରଶଂସନୀୟ କାର୍ଯ୍ୟ ତଥା ସମାଜକୁ ପ୍ରେରଣାଦାୟୀ ହେବା ଭଳି କାର୍ଯ୍ୟ ପ୍ରଦର୍ଶନକୁ ସ୍ଵିକୃତୀ ସ୍ୱରୂପ ପ୍ରତି ବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।
Children Honoured with National Bravery Awards 2016:
1. Bharat Award to Tarh Peeju
2. Geeta Chopra Award to Tejasweeta Pradhan & Shivani Gond
3. Sanjay Chopra Award to Sumit Mamgain
4. Bapu Gaidhani Award to Roluahpuii
5. Bapu Gaidhani Award to Tushar Verma
6. Bapu Gaidhani Award to H. Lalhriatpuii
7. Neelam Dhruv
8. Sonu Mali
9. Mohan Sethy
10. Siya Vamansa Khode
11. Thanghilmang Lunkim
12. Praful Sharma

13. Tankeswar Pegu
14. Moirangthem Sadananda Singh
15. Adithyan M.P. Pillai
16. Km. Anshika Pandey
17. Binil Manjaly
18. Akshita Sharma & Akshit Sharma
19. Akhil K. Shibu
20. Naman
21. Nisha Dilip Patil
22. Badarunnisa K.P.
23. Payal Devi
Selection Committee - 2016