ଆଜି ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସର ପ୍ରଧାନମନ୍ତ୍ରୀ ମାନନୀୟ ଡ. ରାଲ୍ଫ ଏଭରାର୍ଡ ଗୋନସାଲଭିସ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ସର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ଗୋନସାଲଭିସ ଭାରତ ଗସ୍ତରେ ଆସିଛନ୍ତି । ସେ ମଧ୍ୟ ଅନୁର୍ବରତା ସମସ୍ୟାର ମୁକାବିଲା ଲାଗି ଉଚ୍ଚସ୍ତରୀୟ ମିଳିତ ଜାତିସଂଘ (ୟୁଏନସିସିଡି) ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ।
ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ସ ସମେତ କାରିବିୟାନ ଓ ଲାଟିନ ଆମେରିକୀୟ ରାଷ୍ଟ୍ରରେ ଭାରତ ପାଇଁ ରହିଥିବା ବ୍ୟାପକ ସଦଭାବନା ବିଷୟରେ ପ୍ରଧାନମନ୍ତ୍ରୀ ଗୋନସାଲଭିସ ଉଲ୍ଲେଖ କରିଥିଲେ । ଏହି କ୍ଷେତ୍ର ପାଇଁ ଭାରତର ବିକାଶମୂଳକ ସହଯୋଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଲାଗି ନିୟମିତ ସହାୟତାକୁ ସେ ପ୍ରଶଂସା କରିଥିଲେ ।
ଅନ୍ତର୍ଜାତୀୟ ମଞ୍ଚ ସମେତ ଦୁଇ ଦେଶ ମଧ୍ୟରେ ରହିଥିବା ନିବିଡ଼ ସହଯୋଗ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । “ସବୁଠୁ କ୍ଷୁଦ୍ର ରାଷ୍ଟ୍ର” ଭାବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପେ ନିର୍ବାଚିତ ହେବାର ଐତିହାସିକ ଉପଲବ୍ଧି ପାଇଁ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସକୁ ଅଭିନନ୍ଦନ ଜଣାଇଥିଲେ ।
ଦକ୍ଷତା ବିକାଶ, ତାଲିମ, ଶିକ୍ଷା, ଅର୍ଥ, ସଂସ୍କୃତି ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ସମେତ ଦୁଇ ଦେଶ ମଧ୍ୟରେ ସମ୍ପ୍ରସାରିତ ସହଯୋଗ ଲାଗି ଦୁଇ ନେତା ସହମତ ହୋଇଥିଲେ ।
Had an excellent meeting with Prime Minister of St. Vincent and Grenadines Dr. Hon'ble Ralph Everard Gonsalves. We discussed ways to boost cooperation in skill development, training, education, finance, culture and disaster management. pic.twitter.com/lOXgjDvqFL
— Narendra Modi (@narendramodi) September 10, 2019