ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇଠାରେ ବିଭିନ୍ନ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ମଧ୍ୟରେ ଦୁଇଟି ମେଟ୍ରୋ ଲାଇନ, ମୁମ୍ବାଇ ଟ୍ରାନ୍ସ-ହାରବର ଲିଙ୍କ୍, ମୁମ୍ବାଇ ସହର ତୃତୀୟ ପର୍ଯ୍ୟାୟ ଟ୍ରାନ୍ସପୋର୍ଟ ପ୍ରକଳ୍ପ ଏବଂ ଦୁଇଟି ଉଚ୍ଚା ସଡକ ନିର୍ମାଣ ପ୍ରକଳ୍ପ ରହିଛି ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୁମ୍ବାଇ ସମୁଦ୍ର ତଟଠାରୁ କିଛି ଦୂରରେ ଅବସ୍ଥିତ ଆରବ ସାଗରରେ, ଛତ୍ରପତି ଶିବାଜୀ ମହାରାଜ ସ୍ମାରକୀର ଜଳ ପୂଜା କରିଥିଲେ ।
ଏହି ଅବସରରେ ମୁମ୍ବାଇଠାରେ ବାନ୍ଦ୍ରା କୁର୍ଲା କପ୍ଲେକ୍ସଠାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂଘର୍ଷର ମଧ୍ୟଭାଗରେ ସୁଶାସନ ପାଇଁ ଆଲୋକ ଦେଖାଇବା କାର୍ଯ୍ୟ ଶିବାଜୀ ମହାରାଜ କରିଥିଲେ । ଶିବାଜୀ ମହାରାଜ ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ଥିଲେ ଏବଂ ତାଙ୍କ ଭଳି ବ୍ୟକ୍ତିତ୍ୱ ଆମକୁ ପ୍ରୋତ୍ସାହନ ପ୍ରଦାନ କରେ । ତାଙ୍କର ଅଦମ୍ୟ ସାହସ ବିଷୟରେ ସମସ୍ତେ ଅବଗତ କିନ୍ତୁ ଶିବାଜୀ ମହାରାଜଙ୍କ ବ୍ୟକ୍ତିତ୍ୱର ଅନେକ ଅଜଣା କଥା, ଜଳ ଏବଂ ଅର୍ଥ ଭଳି କ୍ଷେତ୍ରରେ ଆଣିଥିବା ସଂସ୍କାର ବିଷୟରେ ଆମେ ଜାଣିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିବାଜୀ ସ୍ମାରକୀଠାରେ ଜଳ ପୂଜା ଅତି ସ୍ୱତନ୍ତ୍ର ଏବଂ ଏହି ସୁଯୋଗ ପାଇଁ ସେ ନିଜକୁ ଧନ୍ୟ ମନେକରୁଛନ୍ତି ।
ବିକାଶ ହେଉଛି ସବୁ ସମସ୍ୟାର ସମାଧାନ, ଯାହା ପାଇଁ ଏବେ ଅସୀମିତ ସୁଯୋଗ ସୃଷ୍ଟି କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୧୨୫ କୋଟି ଭାରତୀୟଙ୍କ ଶକ୍ତି ରାଷ୍ଟ୍ରରେ ଏକ ପରିବର୍ତ୍ତନ ଆଣିବ ।
ଭ୍ରଷ୍ଟାଚାର ଦୂର କରିବା ପାଇଁ ଆମର ଯୁଦ୍ଧ ଆମେ କାର୍ଯ୍ୟଭାର ଗ୍ରହଣ କରିବା ଦିନରୁ ହିଁ ଆରମ୍ଭ କରାଯାଇଛି ଏବଂ ନଭେମ୍ବର ୮ ତାରିଖରେ ଏଥିପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଭ୍ରଷ୍ଟାଚାର ଏବଂ କଳାଟଙ୍କା ପାଇଁ ଚାଲିଥିବା ଯୁଦ୍ଧରେ ସାମିଲ ନ ହେବା ପାଇଁ ଲୋକମାନଙ୍କୁ ଭୟଭୀତ କରାଇ ଭୂଲ ବାଟରେ ନିଆଯାଉଥିଲା । କିନ୍ତୁ ସେମାନେ ଭ୍ରଷ୍ଟାଚାର ଏବଂ କଳାଟଙ୍କା ପାଇଁ ଚାଲିଥିବା ଯୁଦ୍ଧକୁ ସମର୍ଥନ କରିଥିଲେ । ଭାରତର ଜନତା ଭ୍ରଷ୍ଟାଚାର ଏବଂ କଳାଟଙ୍କା ଗ୍ରହଣ କରିବେ ନାହିଁ ଏବଂ ଏଭଳି ବ୍ୟାଧୀ ଦୂର କରିବା କ୍ଷେତ୍ରରେ ସହଯୋଗ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
I am extremely delighted to be here, in this programme, with you all: PM @narendramodi in Mumbai
— PMO India (@PMOIndia) December 24, 2016
I still recall my visit to Raigad, after I was declared the Prime Ministerial candidate by my party: PM @narendramodi
— PMO India (@PMOIndia) December 24, 2016
Even in the midst of struggle, Shivaji Maharaj remained a torchbearer of good governance: PM @narendramodi
— PMO India (@PMOIndia) December 24, 2016
Shivaji Maharaj was a multifaceted personality. So many aspects of his personality inspire us: PM @narendramodi
— PMO India (@PMOIndia) December 24, 2016
Yes, Mahatma Gandhi fought the British but at the same time he fought for equality in our society: PM @narendramodi
— PMO India (@PMOIndia) December 24, 2016
His courage was known but there are so many more aspects of Shivaji Maharaj we must know about. Look at his policies on water, finance: PM
— PMO India (@PMOIndia) December 24, 2016
Every part of India has so much to offer. There are so many possibilities for tourism: PM @narendramodi
— PMO India (@PMOIndia) December 24, 2016
Performing the Jan Pujan of #ShivSmarak was very special. Glad I got the opportunity: PM @narendramodi
— PMO India (@PMOIndia) December 24, 2016
Development is the solution to all problems, it is the way ahead: PM @narendramodi
— PMO India (@PMOIndia) December 24, 2016
Performing the Jal Pujan of #ShivSmarak was very special. Glad I got the opportunity: PM @narendramodi
— PMO India (@PMOIndia) December 24, 2016
The strength of 125 crore Indians will bring about change in this nation: PM @narendramodi
— PMO India (@PMOIndia) December 24, 2016
Our battle to fight corruption has been going on since the day we assumed office. A historic decision was taken on 8th November: PM
— PMO India (@PMOIndia) December 24, 2016
There were efforts to mislead and even intimidate people but they supported us in the battle against corruption & black money: PM
— PMO India (@PMOIndia) December 24, 2016
The people of India will not accept corruption and black money: PM @narendramodi
— PMO India (@PMOIndia) December 24, 2016