QuotePM Modi lays foundation of the New Green Field International Airport & Electronic City in Goa
QuotePM Modi appreciates the State of Goa, for its progress
QuotePM lauds Manohar Parrikar for taking Goa to new heights of progress: PM
QuoteWith the new airport the impetus to tourism will be immense: PM
QuoteA digitally trained, modern and youth driven Goa is being shaped today. This has the power to transform India: PM
QuoteWe took a key step to help the honest citizen of India defeat the menace of black money: PM
QuoteI was not born to sit on a chair of high office. Whatever I had, my family, my home...I left it for the nation: PM
QuoteYes I also feel the pain. These steps taken were not a display of arrogance. I have seen poverty & understand people's problems: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମଠାରେ ଅନୁଷ୍ଠିତ ଏକ ଉତ୍ସବ ଅବସରରେ ମୋପା ବିମାନବନ୍ଦର ଏବଂ ତୁଆମଠାରେ ଇଲେକ୍ଟ୍ରୋନିକ ନଗରୀର ଶିଳାନ୍ୟାସ କରିଛନ୍ତି ।

|

ପ୍ରଧାନମନ୍ତ୍ରୀ ମାଇନ-ରୋଧୀ ଜାହାଜ ନିର୍ମାଣ ଭିତ୍ତି ପ୍ରକଳ୍ପ ଏବଂ ତରରକ୍ଷୀ ବାହିନୀ ପାଇଁ ୫ଟି ପଇଁତରା ଜାହାଜ ନିର୍ମାଣର ଆଧାର ଶିଳା ରଖିଛନ୍ତି ।

|

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗୋଆରେ କିଛି ସପ୍ତାହ ତଳେ ବ୍ରିକ୍ସ ଶିଖର ସମ୍ମିଳନୀ ସଫଳତାର ସହ ଆୟୋଜନ କରିଥିବା ଟିମକୁ ଅଭିନନ୍ଦନ ଜଣାଇଥିଲେ । ଗୋଆର ଦ୍ରୁତ ପ୍ରଗତି ପାଇଁ ରାଜ୍ୟ ସରକାରଙ୍କୁ ସେ ପ୍ରଶଂସା କରିଥିଲେ ।

|

ବିମାନ ବନ୍ଦର ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ ହେବାକୁ ଯାଉଥିବାରୁ ସେ ବେଶ ଖୁସି । ଏହି ବିମାନ ବନ୍ଦର ପ୍ରକଳ୍ପ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟାଇବା ସହ ଗୋଆ ପାଇଁ ଉପକାରସିଦ୍ଧ ସାବ୍ୟସ୍ତ ହେବ ।

ଇଲେକ୍ଟ୍ରୋନିକ ନଗରୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଏଠାକାର ଯୁବ ପିଢୀ, ଆଧୁନିକତା ଏବଂ ଡିଜିଟାଲ ବ୍ୟବସ୍ଥା ପ୍ରଶିକ୍ଷିତ ଲୋକ ଗୋଆର ଭବିଷ୍ୟତ ଗଢୁଛନ୍ତି, ଯାହାକି ଭାରତର ପରିବର୍ତ୍ତନରେ ମଧ୍ୟ ସହାୟକ ହେବ ।

|

କେନ୍ଦ୍ର ସରକାରଙ୍କର ସାମ୍ପ୍ରତିକ ବିମୁଦ୍ରୀକରଣ ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୮ ତାରିଖରେ ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅସିଦ୍ଧ ହେବା ଘୋଷଣା କରିବା ପରେ ଭାରତର ଜନତା ଶାନ୍ତିରେ ଶୋଇପାରିଛନ୍ତି । ହେଲେ କିଛି ମୁଷ୍ଟିମେୟ ଲୋକଙ୍କ ନିଦ ହଜିଯାଇଛି । ଭାରତର ସଚ୍ଚୋଟ ଓ ସରଳ ନାଗରିକଙ୍କ କଲ୍ୟାଣ ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ଯାହାକି କଳାଧନର ଆତଙ୍କକୁ ରୋକିବାରେ ସହାୟକ ହେବ । ଦେଶର ଏହି ବିମୁଦ୍ରୀକରଣ ପ୍ରକ୍ରିୟାକୁ ସଫଳତାର ସହ ଆଗେଇ ନେବାରେ ସାଧାରଣ ନାଗରିକଙ୍କ କଷ୍ଟଲବ୍ଧ ଅବଦାନକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଜନସାଧାରଣ ଯେଉଁ କଷ୍ଟ ସହୁଛନ୍ତି ତାହା ତାଙ୍କୁ ମଧ୍ୟ ବ୍ୟଥା ଦେଉଛି ଏବଂ ମନରେ ବହୁତ କଷ୍ଟ ହେଉଛି । ଏହା ଆମର କଦାପି ବେପରୁଆ ମନୋଭାବ ନୁହଁ । ସେ ଦାରିଦ୍ର୍ୟକୁ ଅତି ନିକଟରୁ ଦେଖିଛନ୍ତି ଏବଂ ଜନତାର ସମସ୍ୟାକୁ ଅଙ୍ଗେ ନିଭାଇଛନ୍ତି ।

୨୦୧୪ ମସିହାରେ ଦେଶର ଜନତା ଏକ ଭ୍ରଷ୍ଟାଚାର ମୁକ୍ତ ରାଷ୍ଟ୍ର ଗଠନ ଉଦ୍ଦେଶ୍ୟରେ ତାଙ୍କୁ କ୍ଷମତାସୀନ କରାଇଥିଲେ ବୋଲି ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ତାଙ୍କ ସରକାର ଗତ ଦୁଇ ବର୍ଷ ମଧ୍ୟରେ କଳାଧନ ରୋକିବା ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ସମ୍ୟକ ସୂଚନା ଦେଇଥିଲେ ।

|

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Global aerospace firms turn to India amid Western supply chain crisis

Media Coverage

Global aerospace firms turn to India amid Western supply chain crisis
NM on the go

Nm on the go

Always be the first to hear from the PM. Get the App Now!
...
Former UK PM, Mr. Rishi Sunak and his family meets Prime Minister, Shri Narendra Modi
February 18, 2025

Former UK PM, Mr. Rishi Sunak and his family meets Prime Minister, Shri Narendra Modi today in New Delhi.

Both dignitaries had a wonderful conversation on many subjects.

Shri Modi said that Mr. Sunak is a great friend of India and is passionate about even stronger India-UK ties.

The Prime Minister posted on X;

“It was a delight to meet former UK PM, Mr. Rishi Sunak and his family! We had a wonderful conversation on many subjects.

Mr. Sunak is a great friend of India and is passionate about even stronger India-UK ties.

@RishiSunak @SmtSudhaMurty”