ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଅମେଥିଠାରେ ଥିବା କୌହାର ଗସ୍ତ କରିଥିଲେ । କାଲାସନିକୋଭ ଆସଲ୍ଟ ରାଇଫଲ ଉତ୍ପାଦନ ପାଇଁ ଭାରତ-ଋଷ ରାଇଫଲ ପ୍ରାଇଭେଟ ଲିମିଟେଡକୁ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।
ସେ ମଧ୍ୟ ଅମେଥିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଆଧାରଶୀଳା ରଖିବା ସହ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ପାଠ କରାଯାଇଥିବା ତାଙ୍କ ବିଶେଷ ବାର୍ତ୍ତାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ, “ଏହି ନୂତନ ଯୁଗ୍ମ ଉଦ୍ୟୋଗ ନୂଆ 200 ସିରିଜ ଭର୍ସନରେ ବିଶ୍ୱ ପ୍ରସିଦ୍ଧ କାଲାସନିକୋଭ ଆସଲ୍ଟ ରାଇଫଲର ନିର୍ମାଣ କରିବ ଏବଂ ଶେଷରେ ସମ୍ପୂର୍ଣ୍ଣ ଭାବେ ଆଞ୍ଚଳିକ ଉତ୍ପାଦନରେ ପରିଣତ ହେବ । ଏହିପରି ଭାବେ ଅତ୍ୟାଧୁନିକ ଋଷ ବୈଷୟିକ ଜ୍ଞାନକୌଶଳ ଆଧାରରେ ଭାରତୀୟ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରକୁ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଜାତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏହାର ଆବଶ୍ୟକତା ପୁରଣ କରିବା ପାଇଁ ସୁଯୋଗ ମିଳିବ ।”
ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କ ଭାଗୀଦାରୀତା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ସେ କହିଲେ ଯେ ଅମେଥିଠାରେ ଥିବା ସୁବିଧା ଦ୍ୱାରା ଲକ୍ଷ ଲକ୍ଷ ରାଇଫଲ ନିର୍ମାଣ କରାଯିବ ଏବଂ ଏହା ଆମ ସୁରକ୍ଷା ବାହିନୀକୁ ମଜଭୁତ କରିବ ।
ସେ ମଧ୍ୟ କହିଲେ ଯେ ଏହି ବିକାଶ ପ୍ରକ୍ରିୟା ଦୀର୍ଘ ଦିନ ଧରି ବିଳମ୍ବିତ ହୋଇଥିଲା । ସେ କହିଲେ ଯେ ଆମ ସୈନିକମାନଙ୍କ ପାଇଁ ଅତ୍ୟାଧୁନିକ ରାଇଫଲ ଉତ୍ପାଦନ କ୍ଷେତ୍ରରେ ଏହି ବିଳମ୍ବ ପ୍ରକୃତରେ ଯବାନମାନଙ୍କ ପାଇଁ ଅନ୍ୟାୟ । ସେ ସ୍ମରଣ କରିଥିଲେ ଯେ 2009ରେ ବୁଲେଟ ନିରୋଧି ଜ୍ୟାକେଟର ଆବଶ୍ୟକତା ଦର୍ଶାଯାଇ ଥିବାବେଳେ, 2014 ସୁଦ୍ଧା ସେପରି କୌଣସି ଜ୍ୟାକେଟ କ୍ରୟ କରାଯାଇ ନଥିଲା । ସେହି ଆବଶ୍ୟକତା ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ପୂରଣ କରାଯାଇଛି ବୋଲି ସେ କହିଥିଲେ । ସେ କହିଲେ ଯେ ପୂର୍ବରୁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର କ୍ରୟ କଲାବେଳେ ମଧ୍ୟ ଏପରି ବିଳମ୍ବ ହେଉଥିଲା । ଏ ପ୍ରସଙ୍ଗରେ ସେ ରାଫେଲ ଯୁଦ୍ଧ ବିମାନ ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ପ୍ରୟାସ ସ୍ୱରୂପ ସେଗୁଡିକୁ ଅଳ୍ପ କିଛି ମାସ ମଧ୍ୟରେ ବାୟୁ ସେନାରେ ସାମିଲ କରାଯିବ ।
ସେ ମଧ୍ୟ ଅମେଥିରେ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ସମ୍ବନ୍ଧରେ ପ୍ରକାଶ କରିଥିଲେ ଯେଉଁଗୁଡ଼ିକ କି କାର୍ଯ୍ୟକାରୀ ହେବାରେ ବିଭିନ୍ନ ବାଧାର ସମ୍ମୁଖୀନ ହେଉଛନ୍ତି । ସେ କହିଲେ ଯେ ଏହି ବାଧାଗୁଡ଼ିକୁ ଦୂର କରାଯାଇଛି ଯେପରିକି ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇ ପାରିବ ଏବଂ ଏହା ଜନସାଧାରଣଙ୍କୁ ନିଯୁକ୍ତି ପ୍ରଦାନ କରିବ । ସେ କହିଲେ ଯେ ଅମେଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ସୌଭାଗ୍ୟ ଯୋଜନା ଏବଂ ଶୌଚାଳୟ ନିର୍ମାଣ ଆଦି କାର୍ଯ୍ୟକାରୀ କରାଯିବା ଫଳରେ ଜନସାଧାରଣଙ୍କ ଜୀବନ ଧାରଣ ସହଜସାଧ୍ୟ ହେଉଛି ।
आज मैं एक और बहुत महत्वपूर्ण घोषणा करने जा रहा हूँ।
— PMO India (@PMOIndia) March 3, 2019
ये घोषणा अमेठी की नई पहचान, नई शान से जुड़ी है।
अब कोरबा की ऑर्डिनेंस फैक्ट्री में दुनिया की सबसे आधुनिक बंदूकों में से एक, AK-203, बनाया जाएगा।
ये रायफलें रूस और भारत का एक joint venture मिलकर बनाएगा: PM
‘मेड इन अमेठी’ AK-203 राइफलों से आतंकियों और नक्सलियों के साथ होने वाली मुठभेड़ों में हमारे सैनिकों को निश्चित रूप से बहुत बढ़त मिलने वाली है।
— PMO India (@PMOIndia) March 3, 2019
ये फैक्ट्री अमेठी के नौजवानों के लिए रोज़गार के नए अवसर भी ला रही है और देश के विकास और सुरक्षा लिए भी एक नया रास्ता खोल रही है: PM
सेना ने साल 2005 में आधुनिक हथियार की अपनी जरूरत को तब की सरकार के सामने रखा था।
— PMO India (@PMOIndia) March 3, 2019
आपके सांसद ने 2007 में इसका शिलान्यास किया, तब ये कहा गया था कि 2010 से
इसमें काम शुरू हो जाएगा।
शिलान्यास के बाद के 3 साल तक सरकार ये ही तय नहीं कर पाई कि किस तरह के हथियार बनाए जाएंगे: PM
वोट लेकर जनता को भूल जाना कुछ लोगों की प्रवृत्ति रही है।
— PMO India (@PMOIndia) March 3, 2019
वो गरीब को गरीब बनाए रखना चाहते हैं ताकि पीढ़ी दर पीढ़ी गरीबी हटाओ के नारे लगा सकें।
हम गरीब को इतनी ताकत दे रहे हैं कि वो अपनी गरीबी से तेजी से बाहर निकले।
आज भारत में तेजी के साथ गरीबी कम हो रही है: PM