ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାର-ନିକୋବାର ଗସ୍ତ କରିଥିଲେ ।
ସେ ସୁନାମୀ ସ୍ମାରକରେ ମାଲ୍ୟାର୍ପଣ କରିଥିଲେ ତଥା ୱାଲ ଅଫ ଲଷ୍ଟ ସୋଲ୍ସରେ ମହମବତି ଜଳାଇଥିଲେ ।
ସେ ଜନଜାତି ପ୍ରମୁଖ ଏବଂ ଦ୍ୱୀପ ସମୂହର ବିଶିଷ୍ଟ କ୍ରୀଡ଼ାବିତଙ୍କ ସହିତ ଆଲୋଚନା କରିଥିଲେ ।
ଏକ ସାଧାରଣ ସଭା ଅବସରରେ ସେ ଅରୋଙ୍ଗରେ ଆଇଟିଆଇ ଏବଂ ଏକ ଆଧୁନିକ କ୍ରୀଡ଼ା ପରିସରର ଉଦଘାଟନ କରିଥିଲେ ।
ସେ ମସ ଜେଟି ନିକଟରେ ଉପକୂଳ ସୁରକ୍ଷା ଏବଂ କ୍ୟାମ୍ପବେଲ ଉପକୂଳ ଜେଟିର ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଦ୍ୱୀପ ସମୂହର ଭବ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ, ସଂସ୍କୃତି, ପରମ୍ପରା ଏବଂ କଳାର ଆଲୋଚନା କରିଥିଲେ । ଦ୍ୱୀପ ସମୂହର ପାରିବାରିକ ଏବଂ ସାମୂହିକ ପରମ୍ପରା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଭାରତୀୟ ସମାଜର ଦୀର୍ଘ ସମୟ ଧରି ଏହା ଶକ୍ତି ହୋଇ ରହିଛି ।
ପ୍ରଧାନମନ୍ତ୍ରୀ ଏହି ସମାରୋହରେ ପହଁଚିବାର କିଛି ସମୟ ପୂର୍ବରୁ ସୁନାମୀ ସ୍ମାରକ- ୱାଲ ଅଫ ଲଷ୍ଟ ସୋଲ୍ସକୁ ନିଜର ଗସ୍ତ ବିଷୟରେ ଆଲୋଚନା କରିଥିଲେ । ସେ ନିକୋବାର ଦ୍ୱୀପ ସମୂହର ଲୋକମାନଙ୍କ ଭାବନା ଏବଂ ସୁନାମୀ ପରେ ଦ୍ୱୀପ ସମୂହର ନିର୍ମାଣରେ ସେମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ ।
ସେ କହିଥିଲେ ଯେ ଆଜି ଯେଉଁ ପ୍ରକଳ୍ପଗୁଡ଼ିକର ଅନାବରଣ ହୋଇଛି, ସେଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ,ନିଯୁକ୍ତି, ଦକ୍ଷତା ବିକାଶ, ପରିବହନ, ବିଦ୍ୟୁତ, କ୍ରୀଡ଼ା ଏବଂ ପର୍ଯ୍ୟଟନ ଭଳି କ୍ଷେତ୍ରଗୁଡ଼ିକର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।
ବିକାଶ ଦିଗରେ କରାଯାଉଥିବା ଏହି ଯାତ୍ରାରେ କେହି ଜଣଙ୍କୁ ମଧ୍ୟ କିମ୍ବା ଦେଶର କୌଣସି ଅଂଶକୁ ପଛରେ ନଛାଡ଼ିବାକୁ ନିଜ ସରକାରଙ୍କ ସଂକଳ୍ପକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ କହିଥିଲେ ଯେ ଆମର ଉଦ୍ଦେଶ୍ୟ ଦୂରତା ହ୍ରାସ କରିବା ଏବଂ ହୃଦରେ ଘନିଷ୍ଠତା ଭାବନା ବିକାଶ କରିବା ଅଟେ ।
ସେ କହିଥିଲେ ଯେ ସାମୁଦ୍ରିକ ପ୍ରାଚୀର ନିର୍ମାଣ ହୋଇଯିବା ପରେ ଏହା କାର-ନିକୋବାର ଦ୍ୱୀପର ସୁରକ୍ଷାରେ ସହାୟକ ହେବ । ସେ କହିଥିଲେ ଯେ ଆଇଟିଆଇ ଦ୍ୱାରା ଦ୍ୱୀପ ସମୂହର ଯୁବକମାନଙ୍କୁ ଦକ୍ଷତା ସହିତ ଅଧିକାର ସମ୍ପନ୍ନ କରିବାରେ ସହାୟତା ମିଳିପାରିବ । ନିକୋବାର ଦ୍ୱୀପ ସମୂହର ଯୁବକମାନଙ୍କର କ୍ରୀଡ଼ା ପ୍ରତିଭା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକ କ୍ରୀଡ଼ା ପରିସର ସେମାନଙ୍କ ଦକ୍ଷତାକୁ ପରିମାର୍ଜିତ କରିବାରେ ସହାୟକ ହୋଇପାରିବ । ସେ କହିଥିଲେ ଯେ ଭବିଷ୍ୟତରେ ଆହୁରି ଅଧିକ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କରାଯିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହର ଲୋକମାନଙ୍କ ଜୀବନରେ ସରଳତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟାବରଣ ଏବଂ ସ୍ଥାନୀୟ ସଂସ୍କୃତିକୁ ସଂରକ୍ଷିତ କରି ବିକାଶ କାର୍ଯ୍ୟକୁ ଆରମ୍ଭ କରିବା ଲାଗି ଆମର ପ୍ରୟାସ ରହିଛି ।
କୃଷି କ୍ଷେତ୍ର ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କୋପରାର ସହାୟକ ମୂଲ୍ୟରେ ବୃଦ୍ଧି ବିଷୟରେ କହିଥିଲେ । ସେ କହିଥିଲେ ଯେ ସରକାର ମତ୍ସ୍ୟପାଳନ ଉଦ୍ୟୋଗ ସହ ଜଡ଼ିତ ଲୋକମାନଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ସେ କହିଥିଲେ ଯେ ଦେଶରେ ମତ୍ସ୍ୟପାଳନକୁ ଅଧିକ ଲାଭଜନକ କରିବା ଲାଗି ନିକଟରେ 7 ହଜାର କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି । ସେ କହିଥିଲେ ଯେ ସମୁଦ୍ର ନିକଟବର୍ତ୍ତୀ କ୍ଷେତ୍ର ଆମ ନୀଳକ୍ରାନ୍ତିର କେନ୍ଦ୍ର ହୋଇପାରିବ । ସେ କହିଥିଲେ ଯେ ସାମୁଦ୍ରିକ ଶୈବାଳ କୃଷିକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ଆଧୁନିକ ନୌକା କ୍ରୟ ଲାଗି ମତ୍ସ୍ୟଜୀବୀମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ସେ କହିଥିଲେ ଯେ ଭାରତ ସୌର ଶକ୍ତିର ଉପଯୋଗ କରିବା ଲାଗି ନିରନ୍ତର ପ୍ରୟାସ କରୁଛି । ଏ ସନ୍ଦର୍ଭରେ ସେ ଅନ୍ତର୍ଜାତୀୟ ସୌର ମେଂଟ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସମୁଦ୍ର ନିକଟବର୍ତ୍ତୀ କ୍ଷେତ୍ରରେ ଅକ୍ଷୟ ଶକ୍ତିଉତ୍ପାଦନର ଅପାର ସମ୍ଭାବନା ରହିଛି । ସେ ଏ ଦିଗରେ କାର ନିକୋବାରରେ କରାଯାଉଥିବା ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକୋବାର ଦ୍ୱୀପ ସମୂହ ଏବଂ ନିକଟବର୍ତ୍ତୀ ମାଲାକ୍କା ପ୍ରଣାଳୀର ଏହି ସମଗ୍ର କ୍ଷେତ୍ର ସମ୍ବଳ ଏବଂ ସୁରକ୍ଷା ଉଭୟ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ଏହାକୁ ଧ୍ୟାନରେ ରଖି ଉପଯୁକ୍ତ ମାଲ ପରିବହନ ଭିତ୍ତିଭୂମିର ବିକାଶ କରାଯାଉଛି । ସେ କ୍ୟାମ୍ପବେଲ ଉପକୂଳ ଜେଟି ଏବଂ ମସ ଜେଟି ଲାଗି କରାଯାଉଥିବା ବିକାଶ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ ।
ପ୍ରଧାନମନ୍ତ୍ରୀ ଦ୍ୱୀପ ସମୂହର ବିକାଶ ଲାଗି ନିଜ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
मैं कल काशी में था और आज यहां विराट समंदर की गोद में आप सभी के बीच मौजूद हूं
— PMO India (@PMOIndia) December 30, 2018
मां गंगा अपनी पवित्रता से जिस प्रकार भारत के जन-मानस को आशीर्वाद देती रही है,
उसी प्रकार ये सागर अनंत काल से मां-भारती के चरणों का वंदन कर रहा है, राष्ट्र की सुरक्षा और सामर्थ्य को ऊर्जा दे रहा है: PM
आपके पास प्रकृति का अद्भुत खज़ाना तो है ही, आपकी संस्कृति, परंपरा, कला और कौशल भी बेहतरीन है।
— PMO India (@PMOIndia) December 30, 2018
थोड़ी देर पहले यहां पर जो नृत्य प्रस्तुत किया गया, बच्चों ने जो कला का प्रदर्शन किया, वो दिखाता है कि भारत की सांस्कृतिक संपन्नता हिंद महासागर जितनी ही विराट है: PM
ये देश के विकास के लिए हमारी उस सोच का विस्तार है, जिसके मूल में Infrastructure है, Connectivity है।
— PMO India (@PMOIndia) December 30, 2018
सबका साथ, सबका विकास, यानि विकास से देश का कोई नागरिक भी ना छूटे और कोई कोना भी अछूता ना रहे, इसी भावना का ये प्रकटीकरण है: PM
सुरक्षा के साथ-साथ कार-निकोबार में विकास की पंचधारा बहे, बच्चों को पढ़ाई, युवाओं को कमाई, बुजुर्गों को दवाई, किसानों को सिंचाई, जन-जन की सुनवाई, ये सभी सुविधाएं मिलें, इसके लिए भी काम किया जा रहा है: PM
— PMO India (@PMOIndia) December 30, 2018
कार-निकोबार के युवा पारंपरिक रोज़गार के साथ-साथ आज शिक्षा, चिकित्सा और दूसरे कामों में भी आगे बढ़ रहे हैं।
— PMO India (@PMOIndia) December 30, 2018
स्पोर्ट्स की स्किल तो यहां के युवा साथियों में रची-बसी है। कार-निकोबार फुटबॉल समेत अनेक खेलों में देश के बेहतरीन स्पोर्टिंग टैलेंट के लिए भी मशहूर हो रहा है: PM
केंद्र सरकार अंडमान और निकोबार में रहने वाले हर नागरिक के लिए जीवन से जुड़ी हर व्यवस्था को आसान करने में जुटी है।
— PMO India (@PMOIndia) December 30, 2018
सस्ता राशन हो, स्वच्छ पानी हो, गैस कनेक्शन हो, केरोसिन हो, हर सुविधा को आसान करने का प्रयास किया जा रहा है: PM
केंद्र सरकार हमारे मछुआरों को सशक्त करने में जुटी है।
— PMO India (@PMOIndia) December 30, 2018
हाल में ही देश में मछलीपालन को लाभकारी व्यवसाय बनाने के लिए 7 हज़ार करोड़ रुपए के एक विशेष फंड का प्रावधान किया गया है।
इसके तहत मछुआरों को उचित दरों पर ऋण उपलब्ध कराया जा रहा है: PM
कार-निकोबार के पर्यावरण को संरक्षित रखते हुए, सौर ऊर्जा की संभावनाओं को तलाशा जा रहा है, तराशा जा रहा है।
— PMO India (@PMOIndia) December 30, 2018
आज भारत दुनिया के उन देशों में है जहां सौर ऊर्जा का उत्पादन और उपयोग सबसे तेज़ी से बढ़ रहा है। सौर ऊर्जा से देश को सस्ती और ग्रीन एनर्जी देने के लिए हम प्रतिबद्ध हैं: PM
देश की ज़रूरतों को ध्यान में रखते हुए यहां Trans-shipment Port की आधारशिला आज रखी गई है। इस परियोजना से खाड़ी के दक्षिणी हिस्से में नए उद्यमों के लिए अवसर बनेंगे।
— PMO India (@PMOIndia) December 30, 2018
इसी के साथ सागरमाला योजना के तहत देशभर के समुद्री तटों को विकसित करने की बड़ी योजना चल रही है: PM
कार-निकोबार में कैंबल बे में करीब 50 करोड़ रुपए की लागत से कैंबल बे जेट्टी का विस्तार करीब डेढ़ सौ किलोमीटर तक किए जाने का निर्णय लिया गया है।
— PMO India (@PMOIndia) December 30, 2018
इसके साथ-साथ मूस जेट्टी की गहराई बढ़ाने के लिए भी योजना बनाई गई है, ताकि यहां बड़े जहाज़ों को रुकने में मुश्किल ना हो: PM