QuotePM Modi lays foundation stone and inaugurates multiple development projects in Vadodara, Gujarat

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭଦୋଦରାଠାରେ ଏକ ସାଧାରଣ ସଭାରେ ଭଦୋଦରା ସିଟି କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ର; ୱାଘୋଦିୟା ଆଂଚଳିକ ଜଳଯୋଗାଣ ଯୋଜନା ଏବଂ ବ୍ୟାଙ୍କ ଅଫ୍ ବରୋଦାର ନବନିର୍ମିତ ମୁଖ୍ୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳ)ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଘର ଚାବି ହସ୍ତାନ୍ତର କରିଥିଲେ ।

|

ସେ ବିଭିନ୍ନ ଭିତ୍ତିଭୂମି ଏବଂ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏଥିମଧ୍ୟରେ ରହିଛି ସମନ୍ୱିତ ପରିବହନ କେନ୍ଦ୍ର, ଆଂଚଳିକ ଜଳଯୋଗାଣ ଯୋଜନା, ଗୃହ ନିର୍ମାଣ ପ୍ରକଳ୍ପ ଏବଂ ଏକ ଫ୍ଲାଏଓଭର । ସେ ମଧ୍ୟ ଭଦୋଦରାଠାରେ ମୁନ୍ଦ୍ରା-ଦିଲ୍ଲୀ ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନ କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମର ଏକ ପରିବେଶଧର୍ମୀ ମାର୍କେଟିଂ ଟର୍ମିନାଲ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

|

ସେଠାରେ ସମବେତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଦୋଦରାରେ ଯେଉଁ ସ୍ତରର ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି ତାହା ଅଭୂତପୂର୍ବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସ୍ପଷ୍ଟ ଭାବେ ବିକାଶକୁ ପ୍ରାଥମିକତା ଦେଉଛନ୍ତି ଏବଂ ସମ୍ବଳର ଉପଯୋଗ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ କରାଯାଉଛି ।

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛୋଟ ଥିବା ବେଳେ ସେ ଘୋଘାରୁ ଦହେଜ ମଧ୍ୟରେ ନୌଯାତ୍ରା ବିଷୟରେ ଶୁଣି ଆସୁଥିଲେ । ସେ କହିଥିଲେ ଯେ ସରକାର ସାମଗ୍ରୀକ ବିକାଶ ପ୍ରତି ଗୁରୁତ୍ୱ ଦେଉଛନ୍ତି ଏବଂ ନୌପରିବହନ ସେବା ଆଜି କାର୍ଯ୍ୟକାରୀ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବବର୍ଷ ଭଳି ଏଥର ମଧ୍ୟ ଅକ୍ଟୋବର 31 ତାରିଖ, ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ “ଏକତା ଦୌଡ” (Run For Unity) ନାମକ ଗଣଦୌଡ଼ ଆୟୋଜନ କରାଯିବ । ଉତ୍ସାହର ସହ ଏଥିରେ ଭାଗ ନେବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India’s Economic Momentum Holds Amid Global Headwinds: CareEdge

Media Coverage

India’s Economic Momentum Holds Amid Global Headwinds: CareEdge
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2025
May 18, 2025

Aatmanirbhar Bharat – Citizens Appreciate PM Modi’s Effort Towards Viksit Bharat